ପୁରୁଣା କପଡା ଫେରାନ୍ତୁ ଟଙ୍କା ପାଆନ୍ତୁ, ଏଭଳି ଏକ ମନଲୋଭା ଅଫର୍ ଆଣିଦେଇଛି ଏହି ଲୋକପ୍ରିୟ ଇ-କମର୍ସ ସାଇଟ୍

ଘରେ ପୁରୁଣା କପଡା ରହିଗଲାଣି ? କଣ କରିବେ କାହାକୁ ଦେବେ ଜାଣି ପାରୁନାହାଁନ୍ତି ? ତେବେ ଚିନ୍ତା କରନ୍ତୁ ନାହିଁ । ଏହି ପୁରୁଣା କପଡା ଫେରାନ୍ତୁ ଆଉ ଟଙ୍କା ପାଆନ୍ତୁ । କଣ ଆଶ୍ଚର୍ଯ୍ଯ ହୋଇଗଲେ ନା । ଏଭଳି ଏକ ମନଲୋଭା ଅଫର୍ ଆଣିଦେଇଛି ଲୋକପ୍ରିୟ ଇ କମର୍ସ ସାଇଟ୍ ମିନ୍ତ୍ରା । ୧୯ ନଭେମ୍ବରରୁ ଆରମ୍ଭ ହୋଇଥିବା ମିନ୍ତ୍ରାର ଏହି ଦମଦାର୍ ଅଫରର ଶେଷ ତାରିଖ ହେଉଛି ୨୪ ନଭେମ୍ବର । ଅର୍ଥାତ୍ ଆପଣଙ୍କ ହାତରେ ଅଛି ଆଉ ମାତ୍ର ୪ ଦିନ । ତେବେ ପୁରୁଣା କପଡା ଫେରାଇବା ପରେ ଆପଣଙ୍କୁ ଟଙ୍କା ପଏଂଟ୍ ଆକାରରେ ମିଳିବ ।

କେମିତି ଉଠାଇବେ ଲାଭ :

ମିନ୍ତ୍ରାର ଏହି ଅଫର ଗତକାଲିଠୁ ଆରମ୍ଭ ହୋଇସାରିଛି । ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ମିନ୍ତ୍ରାର ପେଜ୍ ଓପନ୍ କରନ୍ତୁ । ଏହାପରେ Exchange and Earn ଲେଖାଯାଇଥିବା ଏକ ପପ ଅପ୍ ଆସିବ । ଯାହା ଉପରେ କ୍ଲିକ୍ କଲେ ସମ୍ପୂର୍ଣ୍ଣ ପେଜଟି ଖୋଲିଯିବ । ଏହା ପରେ ଆପଣ କେଉଁ କେଉଁ ପୁରୁଣା କପଡା ଫେରାଇବାକୁ ଚାହୁଁଛନ୍ତି ତାର ଏକ ତାଲିକା ଆସିବ । ଯେପରି : ଟପ୍, ସର୍ଟ , ଜିନ୍ସ,, ଶାଢି, ଡ୍ରେସ, କୁର୍ତ୍ତା, କୁର୍ତ୍ତି, ଜାକେଟ୍, ଜୋତା, ଚପଲ୍ ଏବଂ କମ୍ବଳ ଇତ୍ଯାଦି ।

ଯଦି ଆପଣ କିଛି ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ତେବେ ସେହି କ୍ଯାଟେଗୋରୀରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଆପଣ ଦେବାକୁ ଚାହୁଁଥିବା କପଡା ଆଡ୍ ହୋଇଯିବ ଏବଂ ତା ପରବର୍ତ୍ତେ ପଏଂଟ୍ ମିଳିବ । ଉଦାହରଣ ସ୍ବରୂପ, ଗୋଟିଏ ଶାଢି ପାଇଁ ୨୦୦ ପଏଂଟ୍, ଟପ୍ ଏବଂ ସର୍ଟ ପାଇଁ ୧୦୦ ପଏଂଟ୍, ଜିନ୍ସ ପାଇଁ ୨୫୦ ପଏଂଟ ଏବଂ ଯୋତା ପାଇଁ ୪୦୦ ପଏଂଟ୍ ଇତ୍ଯାଦି ।

ଏହିପରି ଯେତିକି କ୍ଯାଟେଗୋରୀ ଉପରେ କ୍ଲିକ୍ କରି କପଡା ଆଡ୍ କରିବେ ସେତିକି ପଏଂଟ୍ ମିଳିବ ଆପଣଙ୍କୁ । ଯାହାକୁ ଆପଣ ବ୍ଯବହାର କରି ନୂଆ କପଡା କଣି ପାରିବେ । ନୂଆ କପଡା ଅର୍ଡର କରିବା ପରେ ଯେଉଁଦିନ ଡେଲିଭରୀ ଆସିବ ସେହିଦିନ ସେହି ଡେଲିଭରୀ ବୟ ହାତରେ ଆପଣ ଏକ୍ସଚେଞ୍ଜ କରିବାକୁ ଚାହୁଁଥିବା ପୁରୁଣା କପଡା ଫେରାଇବେ । ତେବେ ମନେ ରଖନ୍ତୁ ଏହି ପଏଂଟକୁ ଆପଣ କେବଳ ୨୫ ତାରିଖ ଭିତରେ ବ୍ଯବହାର କରିପାରିବେ । ଆପଣ ଫେରାଉଥିବା ଏହି କପଡା NGO ଗୁଞ୍ଜକୁ ଦେବ ମିନ୍ତ୍ରା । ଯାହାକୁ ନେଇ ଗରିବ ଏବଂ ଅଭାବୀ ଲୋକଙ୍କୁ ଦିଆଯିବ ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago