Below header

ପୁରୁଣା କପଡା ଫେରାନ୍ତୁ ଟଙ୍କା ପାଆନ୍ତୁ, ଏଭଳି ଏକ ମନଲୋଭା ଅଫର୍ ଆଣିଦେଇଛି ଏହି ଲୋକପ୍ରିୟ ଇ-କମର୍ସ ସାଇଟ୍

ଘରେ ପୁରୁଣା କପଡା ରହିଗଲାଣି ? କଣ କରିବେ କାହାକୁ ଦେବେ ଜାଣି ପାରୁନାହାଁନ୍ତି ? ତେବେ ଚିନ୍ତା କରନ୍ତୁ ନାହିଁ । ଏହି ପୁରୁଣା କପଡା ଫେରାନ୍ତୁ ଆଉ ଟଙ୍କା ପାଆନ୍ତୁ । କଣ ଆଶ୍ଚର୍ଯ୍ଯ ହୋଇଗଲେ ନା । ଏଭଳି ଏକ ମନଲୋଭା ଅଫର୍ ଆଣିଦେଇଛି ଲୋକପ୍ରିୟ ଇ କମର୍ସ ସାଇଟ୍ ମିନ୍ତ୍ରା । ୧୯ ନଭେମ୍ବରରୁ ଆରମ୍ଭ ହୋଇଥିବା ମିନ୍ତ୍ରାର ଏହି ଦମଦାର୍ ଅଫରର ଶେଷ ତାରିଖ ହେଉଛି ୨୪ ନଭେମ୍ବର । ଅର୍ଥାତ୍ ଆପଣଙ୍କ ହାତରେ ଅଛି ଆଉ ମାତ୍ର ୪ ଦିନ । ତେବେ ପୁରୁଣା କପଡା ଫେରାଇବା ପରେ ଆପଣଙ୍କୁ ଟଙ୍କା ପଏଂଟ୍ ଆକାରରେ ମିଳିବ ।

କେମିତି ଉଠାଇବେ ଲାଭ :

ମିନ୍ତ୍ରାର ଏହି ଅଫର ଗତକାଲିଠୁ ଆରମ୍ଭ ହୋଇସାରିଛି । ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ମିନ୍ତ୍ରାର ପେଜ୍ ଓପନ୍ କରନ୍ତୁ । ଏହାପରେ Exchange and Earn ଲେଖାଯାଇଥିବା ଏକ ପପ ଅପ୍ ଆସିବ । ଯାହା ଉପରେ କ୍ଲିକ୍ କଲେ ସମ୍ପୂର୍ଣ୍ଣ ପେଜଟି ଖୋଲିଯିବ । ଏହା ପରେ ଆପଣ କେଉଁ କେଉଁ ପୁରୁଣା କପଡା ଫେରାଇବାକୁ ଚାହୁଁଛନ୍ତି ତାର ଏକ ତାଲିକା ଆସିବ । ଯେପରି : ଟପ୍, ସର୍ଟ , ଜିନ୍ସ,, ଶାଢି, ଡ୍ରେସ, କୁର୍ତ୍ତା, କୁର୍ତ୍ତି, ଜାକେଟ୍, ଜୋତା, ଚପଲ୍ ଏବଂ କମ୍ବଳ ଇତ୍ଯାଦି ।

myntraଯଦି ଆପଣ କିଛି ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ତେବେ ସେହି କ୍ଯାଟେଗୋରୀରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଆପଣ ଦେବାକୁ ଚାହୁଁଥିବା କପଡା ଆଡ୍ ହୋଇଯିବ ଏବଂ ତା ପରବର୍ତ୍ତେ ପଏଂଟ୍ ମିଳିବ । ଉଦାହରଣ ସ୍ବରୂପ, ଗୋଟିଏ ଶାଢି ପାଇଁ ୨୦୦ ପଏଂଟ୍, ଟପ୍ ଏବଂ ସର୍ଟ ପାଇଁ ୧୦୦ ପଏଂଟ୍, ଜିନ୍ସ ପାଇଁ ୨୫୦ ପଏଂଟ ଏବଂ ଯୋତା ପାଇଁ ୪୦୦ ପଏଂଟ୍ ଇତ୍ଯାଦି ।

ଏହିପରି ଯେତିକି କ୍ଯାଟେଗୋରୀ ଉପରେ କ୍ଲିକ୍ କରି କପଡା ଆଡ୍ କରିବେ ସେତିକି ପଏଂଟ୍ ମିଳିବ ଆପଣଙ୍କୁ । ଯାହାକୁ ଆପଣ ବ୍ଯବହାର କରି ନୂଆ କପଡା କଣି ପାରିବେ । ନୂଆ କପଡା ଅର୍ଡର କରିବା ପରେ ଯେଉଁଦିନ ଡେଲିଭରୀ ଆସିବ ସେହିଦିନ ସେହି ଡେଲିଭରୀ ବୟ ହାତରେ ଆପଣ ଏକ୍ସଚେଞ୍ଜ କରିବାକୁ ଚାହୁଁଥିବା ପୁରୁଣା କପଡା ଫେରାଇବେ । ତେବେ ମନେ ରଖନ୍ତୁ ଏହି ପଏଂଟକୁ ଆପଣ କେବଳ ୨୫ ତାରିଖ ଭିତରେ ବ୍ଯବହାର କରିପାରିବେ । ଆପଣ ଫେରାଉଥିବା ଏହି କପଡା NGO ଗୁଞ୍ଜକୁ ଦେବ ମିନ୍ତ୍ରା । ଯାହାକୁ ନେଇ ଗରିବ ଏବଂ ଅଭାବୀ ଲୋକଙ୍କୁ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.