ଆଉ ଲଢିବେ ନାହିଁ ନିର୍ବାଚନ : ସୁଷମା ସ୍ୱରାଜଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନକୁ ନେଇ ସୁଷମା ସ୍ୱରାଜଙ୍କ ବଡ଼ ଘୋଷଣା । ୨୦୧୯ରେ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ବେଳେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ସୁଷମା ସ୍ୱରାଜ । କିନ୍ତୁ ଦଳ ନିଷ୍ପତ୍ତି ନେଲେ ସେନେଇ ବିଚାର କରିବେ ବୋଲି କହିଛନ୍ତି । ସୁଷମା ସ୍ୱରାଜ ମଧ୍ୟପ୍ରଦେଶ ବିଦିଶାରୁ ଲୋକସଭା ସାଂସଦ ଅଛନ୍ତି । କିଛି ଦିନ ହେବ ସେ ଅସୁସ୍ଥ ଅଛନ୍ତି । ଦୁଇ ବର୍ଷ ତଳେ ତାଙ୍କ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.