ଆଇଆଇଆଇଟି ଛାତ୍ରୀଙ୍କ ଉପରେ ଫେସ୍‌ବୁକ୍‌ ଢାଳିଲା ସୁନା କଳସ, ମିଳିଲା ୧.୫୫ କୋଟି ଟଙ୍କାର ପ୍ୟାକେଜ୍‌

ଆଇଆଇଆଇଟି ଦିଲ୍ଲୀ ଛାତ୍ରୀଙ୍କୁ ମିଳିଛି ସଫଳତା। ଫେସବୁକ ଦେଲା ୧ କୋଟି ୫୫ ଲକ୍ଷ ଟଙ୍କାର ଚାକିରି ଅଫର। ଏଠାରେ ପଢ଼ୁଥିବା ବିଟେକ ସାଇନ୍ସ ଆଣ୍ଡ ଇଂଜିନିୟରିଂର ଛାତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକ ଏଭଳି ଏକ ଚାକିରିର ଅଫର ଦେଇଛି। ଅର୍ଥାତ ମାସକୁ ଏହି ଛାତ୍ରୀଙ୍କୁ ପ୍ରାୟ ୧୩ ଲକ୍ଷ ଟଙ୍କାର ଦରମା ମିଳିବ। ବଡ କଥା ଯେ, ୨୦୨୦ରେ ପାସ ହେବାକୁ ଥିବା ୫୬୨ ଜଣ ବିଦ୍ୟାର୍ଥୀଙ୍କୁ ଏଭଳି ଚାକିରି କରିବାର ସୁଯୋଗ ଦେଇଛି ଫେସବୁକ ।

କେବଳ ଏତିକି ନୁହେଁ ୨୦୨୧ରେ ପାସ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଲଣ୍ଡନରେ ଇଣ୍ଟର୍ନସିପ(ଟ୍ରେନିଂ) ପାଇଁ ପ୍ରତି ମାସ ୩.୩୧ ଲକ୍ଷ କୋଟି ଟଙ୍କାର ଷ୍ଟାଇପେଣ୍ଡ ଅଫର ମଧ୍ୟ ଦିଆଯାଇଛି । କ୍ୟାମ୍ପସ ପ୍ଲେସମେଣ୍ଟରେ ୭୦ରୁ ଅଧିକ କମ୍ପାନୀ ସାମିଲ ହୋଇଥିଲେ। ଏହି କମ୍ପାନୀମାନେ ସମୁଦାୟ ୫୬୨ ଜଣ ପିଲାଙ୍କୁ ଚାକିରି ଅଫର ଦେଇଥିବାବେଳେ ୭ ଜଣ ପିଲାଙ୍କୁ ମାସିକ ୧୩ ଲକ୍ଷ ଟଙ୍କାର ଚାକିରି ଅଫର ଦିଆଯାଇଛି। ଏହି ନିଯୁକ୍ତିରେ ୧୦ ଜଣଙ୍କୁ ଫୁଲଟାଇମ, ୨୫୨ ଜଣଙ୍କୁ ଟ୍ରେନିଂର ଅଫର ଦିଆଯାଇଛି । ବିଟେକରେ ପାଖାପାଖି ୭୪ ପ୍ରତିଶତ ଚାକିରି ଅଫର ଦିଆଯାଇଛି।

ଏହାସହ ପଢ଼ନ୍ତୁ ; ନଭେମ୍ବରରେ ୮ ଦିନ ନୁହେଁ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଜରୁରୀ କାମ

ସୂଚନାଯୋଗ୍ୟ, କ୍ୟାମ୍ପସ୍‌ ପ୍ଲେସମେଣ୍ଟରେ ଭାରତରେ ସର୍ବାଧିକ ୪୩.୩୧ ଲକ୍ଷ ଟଙ୍କା ପ୍ୟାକେଜ ପୂର୍ବରୁ ରହିଥିବା ବେଳେ ସବୁଠାରୁ କମ୍‌ ପ୍ୟାକେଜ ୧୬.୩୩ ଲକ୍ଷ ରହିଥିଲା। ଏହାଛଡା ଗୁଗ୍‌ଲ ତିନି ଜଣ ବିଟେକ୍‌ ଛାତ୍ରକୁ ୩୩ ଲକ୍ଷ ଟଙ୍କାର ପ୍ୟାକେଜ ଦେଇଛି।

Swagatika

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

49 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

4 hours ago