Below header

ଆଇଆଇଆଇଟି ଛାତ୍ରୀଙ୍କ ଉପରେ ଫେସ୍‌ବୁକ୍‌ ଢାଳିଲା ସୁନା କଳସ, ମିଳିଲା ୧.୫୫ କୋଟି ଟଙ୍କାର ପ୍ୟାକେଜ୍‌

ଆଇଆଇଆଇଟି ଦିଲ୍ଲୀ ଛାତ୍ରୀଙ୍କୁ ମିଳିଛି ସଫଳତା। ଫେସବୁକ ଦେଲା ୧ କୋଟି ୫୫ ଲକ୍ଷ ଟଙ୍କାର ଚାକିରି ଅଫର। ଏଠାରେ ପଢ଼ୁଥିବା ବିଟେକ ସାଇନ୍ସ ଆଣ୍ଡ ଇଂଜିନିୟରିଂର ଛାତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକ ଏଭଳି ଏକ ଚାକିରିର ଅଫର ଦେଇଛି। ଅର୍ଥାତ ମାସକୁ ଏହି ଛାତ୍ରୀଙ୍କୁ ପ୍ରାୟ ୧୩ ଲକ୍ଷ ଟଙ୍କାର ଦରମା ମିଳିବ। ବଡ କଥା ଯେ, ୨୦୨୦ରେ ପାସ ହେବାକୁ ଥିବା ୫୬୨ ଜଣ ବିଦ୍ୟାର୍ଥୀଙ୍କୁ ଏଭଳି ଚାକିରି କରିବାର ସୁଯୋଗ ଦେଇଛି ଫେସବୁକ ।

iiitକେବଳ ଏତିକି ନୁହେଁ ୨୦୨୧ରେ ପାସ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଲଣ୍ଡନରେ ଇଣ୍ଟର୍ନସିପ(ଟ୍ରେନିଂ) ପାଇଁ ପ୍ରତି ମାସ ୩.୩୧ ଲକ୍ଷ କୋଟି ଟଙ୍କାର ଷ୍ଟାଇପେଣ୍ଡ ଅଫର ମଧ୍ୟ ଦିଆଯାଇଛି । କ୍ୟାମ୍ପସ ପ୍ଲେସମେଣ୍ଟରେ ୭୦ରୁ ଅଧିକ କମ୍ପାନୀ ସାମିଲ ହୋଇଥିଲେ। ଏହି କମ୍ପାନୀମାନେ ସମୁଦାୟ ୫୬୨ ଜଣ ପିଲାଙ୍କୁ ଚାକିରି ଅଫର ଦେଇଥିବାବେଳେ ୭ ଜଣ ପିଲାଙ୍କୁ ମାସିକ ୧୩ ଲକ୍ଷ ଟଙ୍କାର ଚାକିରି ଅଫର ଦିଆଯାଇଛି। ଏହି ନିଯୁକ୍ତିରେ ୧୦ ଜଣଙ୍କୁ ଫୁଲଟାଇମ, ୨୫୨ ଜଣଙ୍କୁ ଟ୍ରେନିଂର ଅଫର ଦିଆଯାଇଛି । ବିଟେକରେ ପାଖାପାଖି ୭୪ ପ୍ରତିଶତ ଚାକିରି ଅଫର ଦିଆଯାଇଛି।

ଏହାସହ ପଢ଼ନ୍ତୁ ; ନଭେମ୍ବରରେ ୮ ଦିନ ନୁହେଁ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଜରୁରୀ କାମ

ସୂଚନାଯୋଗ୍ୟ, କ୍ୟାମ୍ପସ୍‌ ପ୍ଲେସମେଣ୍ଟରେ ଭାରତରେ ସର୍ବାଧିକ ୪୩.୩୧ ଲକ୍ଷ ଟଙ୍କା ପ୍ୟାକେଜ ପୂର୍ବରୁ ରହିଥିବା ବେଳେ ସବୁଠାରୁ କମ୍‌ ପ୍ୟାକେଜ ୧୬.୩୩ ଲକ୍ଷ ରହିଥିଲା। ଏହାଛଡା ଗୁଗ୍‌ଲ ତିନି ଜଣ ବିଟେକ୍‌ ଛାତ୍ରକୁ ୩୩ ଲକ୍ଷ ଟଙ୍କାର ପ୍ୟାକେଜ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.