Below header

ରାସ୍ତା ମଝିରେ କାର୍‌ରେ ବସିଗଲା ହାତୀ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ହାତୀ ଏକ ବିଶାଳକାୟ ଜୀବ ହୋଇଥିବାରୁ ଏହା ସାଧାରଣତଃ କୌଣସି ଗାଡ଼ିରେ ବସିପାରେ ନାହିଁ। ଏଣୁ ହାତୀକୁ ସ୍ଥାନାନ୍ତର କରିବାକୁ ବଡ଼ ବଡ଼ ଟ୍ରକ୍‌ ବ୍ୟବହାର କରାଯାଏ। କିନ୍ତୁ ଏବେ ହାତୀଟିଏ ଏକ କାର୍‌ରେ ବସିଥିବା ଦେଖିବାକୁ ମିଳଛି। ହାତୀଟି କାର୍‌ ଭିତରେ ସିଟ୍‌ ଉପରେ ନୁହେଁ ବରଂ କାର୍‌ ଉପରେ ବସିଛି। ଏହି ଦୃଶ୍ୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ:

Video courtesy: Khaosod English

ଭିଡିଓଟି ଥାଇଲାଣ୍ଡର ଖାଓ ୟାଇ ନ୍ୟାସନାଲ ପାର୍କରେ ସୁଟିଂ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ୩୫ ବର୍ଷୀୟ ହୁଏ ନାମକ ଏକ ହାତୀ ରାସ୍ତାରେ ଯାଉଥିବା ଚଳନ୍ତା କାର୍‌ ଉପରେ ବସିବାକୁ ଚେଷ୍ଟା କରୁଛି। ହାତୀଟି କାର୍‌ ଉପରେ ପ୍ରଥମେ ଗୋଟେ ପଟେ ବସିବାକୁ ଚେଷ୍ଟା କରୁଛି, କିନ୍ତୁ ବସି ନପାରିବାରୁ ଦୁଇ ଗୋଡ଼କୁ ଗାଡିର ଅନ୍ୟ ପଟକୁ ନେଉଛି। ଯେପରିକି ଗାଡ଼ିଟି ତା’ପେଟ ତଳେ ରହିବ। ତେବେ ହାତୀର ସମ୍ପୂର୍ଣ୍ଣ ଓଜନ ଗାଡ଼ି ଉପରେ ଆସିବା ପୂର୍ବରୁ ଡ୍ରାଇଭର ଚତୁରତାର ସହ କାର୍‌କୁ ଦୃତ ଗତିରେ ଆଗକୁ ନେଇଆସିଥିଲେ। କାରଟି ଆଗକୁ ଆସିବା ପରେ ଏହାର ପଛ ପାଖ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ୧୦ ଜଣଙ୍କୁ ସାୟାନାଇଡ୍‌ ଦେଇ ମାରିଛି ଶିବା, ଆଉ ୨୦ ଜଣ ଥିଲେ ଟାର୍ଗେଟରେ

ଘଟଣା ସମ୍ପର୍କରେ ଖବର ପାଇ ପାର୍କର ଅଧିକାରୀମାନେ ପହଞ୍ଚି ପର୍ଯ୍ୟଟକଙ୍କୁ ଏଭଳି ସ୍ଥିତିରେ କିଭଳି ବଞ୍ଚିବ ତାହା ବୁଝାଇଥିଲେ। ଯଦି ସଫାରୀ ଭିତରେ ଅଚାନକ ଆପଣଙ୍କ ସାମ୍ନାକୁ କୌଣସି ଜୀବ ଆସୁଛି ତେବେ ବାହାରକୁ ଆସି ତା ଫଟୋ ନ ଉଠାଇ ଶାନ୍ତ ଭାବେ ଗାଡ଼ିି ଭିତରେ ବସିବାକୁ ଅଧିକାରୀ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.