ମାତ୍ର ୩୩ ହଜାର ଟଙ୍କା ଦେଇ ଘରକୁ ନେଇଯାଆନ୍ତୁ Honda City, କମ୍ପାନୀ ଆଣିଛି ଏହି ଖାସ୍‌ ସ୍କିମ୍‌

ହୋଣ୍ଡା କାରସ୍‌ ଭାରତରେ ନିଜର କାରର ସେବାକୁ ସାଧାରଣ ଲୋକଙ୍କ ପାଖକୁ ପହଁଚାଇବା ପାଇଁ ଏକ ଖାସ୍‌ ସ୍କିମ୍‌ ଲଞ୍ଚ କରିଛି। ହୋଣ୍ଡା ଗ୍ରାହକଙ୍କ ପାଇଁ ଏକ ଖାସ୍‌ ‘ସ୍ମାର୍ଟ ଇଏମଆଇ’ ସ୍କିମ୍‌ ବାହାର କରିଛି। କମ୍ପାନୀ ଏଥିପାଇଁ Tranzlease ସହିତ ଚୁକ୍ତି କରିଛି। ଏହି ସ୍କିମ ଦ୍ୱାରା କମ୍ପାନୀ ଗ୍ରାହକଙ୍କୁ ନିଜ କାରକୁ ଲିଜରେ ଦେବ।

‘ସ୍ମାର୍ଟ ଇଏମଆଇ’ ସ୍କିମ ଅଟୋ ଫାଇନାନ୍ସ ଭଳି ଅଟେ। କିନ୍ତୁ ଏହି ସ୍କିମର ଅବଧି ସମୟରେ ହିଁ ଗାଡିର ଇନସୁରାନ୍ସ, ମ୍ୟାଣ୍ଟେନାନ୍ସ, ରେଜିସଷ୍ଟ୍ରେସନ୍‌ ଏବଂ ଫାଇନାନ୍ସ ମଧ୍ୟ ସାମିଲ ହେବ। ସେହିପରି ଲିଜରେ ଏହା ଲେଖାଯାଇଛି ଯେ ଯଦି ଆପଣ ବାହନ କିଣିବାକୁ ଚାହୁଁଛନ୍ତି କିମ୍ବା ନିଜ ଟଙ୍କା ଫେରସ୍ତ ଚାହୁଁଥାନ୍ତି ତେବେ ଗାଡିର ରିଟେଲ ଭେଲ୍ୟୁ ହିସାବରେ ଟଙ୍କା ଏବଂ ବୋନସ୍‌ ଫେରସ୍ତ ମିଳିବ।

କାର ଲିଜ୍‌ ଏବଂ କାର ଲୋନ ମଧ୍ୟରେ ପାର୍ଥକ୍ୟ ହେଉଛି ଅବଧି ଶେଷ ହେବା ଭିତରେ ହିଁ କାରର ରିସେଲ ଭେଲ୍ୟୁ କାଟି ଦିଆଯାଏ। ଏଥିପାଇଁ ଆପଣଙ୍କୁ କେବଳ କମ୍‌ ଆକାଉଣ୍ଟ ଦେବାକୁ ହେବ। ସେହିପରି ଗାଡିର ଇନସୁରାନ୍ସ ଏବଂ ମେଣ୍ଟେନାନ୍ସର ଦାମ ମଧ୍ୟ କାର ଲିଜିଂ କମ୍ପାନୀ ଏଥିରେ ସାମିଲ କରିଥାଏ। ସେହିପରି ହୋଣ୍ଡାର ଏହି ନୂଆ ସ୍ମାର୍ଟ ଇଏମଆଇ ଅବଧି ଲୋନ୍‌ ରାଶିରେ କମ୍‌ ହୋଇଥାଏ ଏବଂ ଅତିରିକ୍ତ ସୁବିଧା ମଧ୍ୟ ମିଳିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୩୬ ମାସର ଏହି ସ୍କିମରେ ଗ୍ରାହକ ୪୫ ହଜାର କିଲୋମିଟର ପଯ୍ୟର୍ନ୍ତ କାର ଡ୍ରାଇଭ୍‌ କରିପାରିବେ। ଯାହାପରେ ଏକ୍ସଟ୍ରା କିଲୋମିଟରର ଟଙ୍କା କମ୍ପାନୀ ପରେ ନିଷ୍ପତ୍ତି କରିବ। ଏବେ ସୁବିଧା ମୁମ୍ବାଇ ଏବଂ ଦିଲ୍ଲୀରେ ଉପଲବ୍ଧ କରାଇଛି। କମ୍ପାନୀ ଏହା ମଧ୍ୟ ଜଣାଇଛଚି ଯେ ଆପଣ ନୂଆ ଇମଆଇ ସ୍କିମର ଲାଭ ଉଠାଇପାରିବେ ନି ନାହିଁ ଆପଣ ଆପଣଙ୍କ ନିକଟସ୍ଥ ହୋଣ୍ଡା ଡିଲରସିପରେ ପଚାରିପାରିବେ।

Pritiparna

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

1 min ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

9 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

34 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

43 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago