ବେଳେବେଳେ ପୋଲିସ ବାବୁ ଏମିତି କାମ କରିବସନ୍ତି ଯାହା ସମସ୍ତଙ୍କ ପାିଁ ଉଦାହରଣ ପାଲଟିଯାଏ। କେରଳ ପୋଲିସ ଅଫିସର ଏସଏସ୍ ଶ୍ରୀଜିତଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଛି। ୩୦ ବର୍ଷିୟ ପୋଲିସ ଅଫିସରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ୍ କର୍ମଚାରୀ ହଡତାଳ ସମୟରେ ଜଣେ ବ୍ୟକ୍ତିଙ୍କ ସହିତ ଭୋଜନ କରିବାର ଭିଡିଓ ଭାଇରାଲ ହେଉଛି। ତିରୁଅନନ୍ତପୁରମରେ ଷ୍ଟ୍ରାଇକ୍ ସମୟରେ ଏହି ଭିଡିଓକୁ ଶୁଟ୍ କରାଯାଇଛି। ଏହି ଭିଡିଓ ୩ ଘଣ୍ଟା ଭିତରେ ୨୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।
ପୋଲିସ ଅଫିସର କହିଛନ୍ତି ଯେ ଯେତେବେଳେ ସେ ଖାଇବା ପାଇଁ ପାର୍ସଲ ଖୋଲିଲେ ସେତେବେଳେ ସେ ଜଣଙ୍କ ଜଣେ ଦୁଃଖୀ ଅସହାୟ ବ୍ୟକ୍ତିଙ୍କୁ ତାଙ୍କୁ ଚାହୁଁଥିବାର ଦେଖିଲେ। ତାପରେ ସେ ସେହି ବ୍ୟକ୍ତିଙ୍କୁ ଖାଇବା ପାଇଁ ପଚାରିଲେ ତ ସେ ହଁ ମାରିଲେ। ଏହାପରେ ସେ ତାଙ୍କୁ ତାଙ୍କ ସହିତ ଖାଦ୍ୟ ଖାଇବା ପାଇଁ ଡାକିଲେ। ପୋଲିସ ବାବୁଙ୍କ ଏହି ମାନବିକତା ପାଇଁ ସେ ପୋଲିସ ଜେନେରାଲ ଡାଇରେକ୍ଟଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଛନ୍ତି।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…