ଗରିବ ଭୋକିଲା ବ୍ୟକ୍ତିଙ୍କୁ ସାଙ୍ଗରେ ଖୁଆଇଲେ ପୋଲିସକର୍ମୀ, ରାତାରାତି ବନିଗଲେ ହିରୋ, ଦେଖନ୍ତୁ ଭିଡିଓ

ବେଳେବେଳେ ପୋଲିସ ବାବୁ ଏମିତି କାମ କରିବସନ୍ତି ଯାହା ସମସ୍ତଙ୍କ ପାିଁ ଉଦାହରଣ ପାଲଟିଯାଏ। କେରଳ ପୋଲିସ ଅଫିସର ଏସଏସ୍‌ ଶ୍ରୀଜିତଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଛି। ୩୦ ବର୍ଷିୟ ପୋଲିସ ଅଫିସରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ୍‌ କର୍ମଚାରୀ ହଡତାଳ ସମୟରେ ଜଣେ ବ୍ୟକ୍ତିଙ୍କ ସହିତ ଭୋଜନ କରିବାର ଭିଡିଓ ଭାଇରାଲ ହେଉଛି। ତିରୁଅନନ୍ତପୁରମରେ ଷ୍ଟ୍ରାଇକ୍‌ ସମୟରେ ଏହି ଭିଡିଓକୁ ଶୁଟ୍‌ କରାଯାଇଛି। ଏହି ଭିଡିଓ ୩ ଘଣ୍ଟା ଭିତରେ ୨୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

https://www.facebook.com/statepolicemediacentrekerala/videos/505185316758034/

ପୋଲିସ ଅଫିସର କହିଛନ୍ତି ଯେ ଯେତେବେଳେ ସେ ଖାଇବା ପାଇଁ ପାର୍ସଲ ଖୋଲିଲେ ସେତେବେଳେ ସେ ଜଣଙ୍କ ଜଣେ ଦୁଃଖୀ ଅସହାୟ ବ୍ୟକ୍ତିଙ୍କୁ ତାଙ୍କୁ ଚାହୁଁଥିବାର ଦେଖିଲେ। ତାପରେ ସେ ସେହି ବ୍ୟକ୍ତିଙ୍କୁ ଖାଇବା ପାଇଁ ପଚାରିଲେ ତ ସେ ହଁ ମାରିଲେ। ଏହାପରେ ସେ ତାଙ୍କୁ ତାଙ୍କ ସହିତ ଖାଦ୍ୟ ଖାଇବା ପାଇଁ ଡାକିଲେ। ପୋଲିସ ବାବୁଙ୍କ ଏହି ମାନବିକତା ପାଇଁ ସେ ପୋଲିସ ଜେନେରାଲ ଡାଇରେକ୍ଟଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଛନ୍ତି।

Leave A Reply

Your email address will not be published.