Below header

ଇଣ୍ଟରନେଟ୍‌ ବନ୍ଦ ଅଛି କି? ଟେନ୍‌ସନ୍‌ ନିଅନ୍ତୁନି, ଏହି ଆପ୍‌ ମାଧ୍ୟମରେ ସହଜରେ ପଠାନ୍ତୁ ମେସେଜ୍‌

ଇଣ୍ଟରନେଟ୍‌ ବର୍ତ୍ତମାନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ବିନା ନେଟ୍‌ରେ ମାତ୍ର କିଛି ମୁହୂର୍ତ୍ତ କାଟିବା ବି କଷ୍ଟକର ହୋଇପଡ଼ୁଛି। ଏଭଳିସ୍ଥିତିରେ ଯଦି ନେଟ୍‌ଓ୍ଵାର୍କ ନଥାଏ ତେବେ କାହାକୁ ଜରୁରୀ ମେସେଜ୍‌ ପଠାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼େ। ତେବେ ଆଜି ଆମେ ଆପଣଙ୍କୁ ଏହି ପରିସ୍ଥିତିରେ କିପରି ମେସେଜ୍‌ ପଠାଇବେ ସେ ବିଷୟରେ କହିବାକୁ ଯାଉଛୁ।

ବିନା ଇଣ୍ଟରନେଟ୍‌ରେ ମଧ୍ୟ ଏବେ ମେସେଜ୍‌ ପଠାଇବା ସମ୍ଭବ। କେବଳ କେତେକ ଆପ୍‌ ଡାଉନ୍‌ଲୋଡ୍‌ କରି ଆପଣ ନେଟ୍‌ ବିନା ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା ହୋଇପାରିବେ। ଏହି ଆପ୍‌ ଫୋନ୍‌ର ବ୍ଲୁଟୁଥ୍‌ ଓ ଓ୍ଵାଇଫାଇ ମାଧ୍ୟମରେ ନେଟ୍‌ଓ୍ଵର୍କର ଏକ ଜାଲ ତିଆରି କରିଥାଏ। ଏହି ଆପ୍‌ ShareIT ଭଳି କାମ କରିଥାଏ। ଏହି ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ରେ ମାଗଣାରେ ଉପଲବ୍ଧ ହେଉଛି।

Bridgefy

ଏହା ଏକ ଅଫ୍‌ଲାଇନ୍‌ ମେସେଜିଂ ଆପ୍‌। ବ୍ଲୁଟୁଥ୍‌ ମାଧ୍ୟମରେ ଏହା ଆଖପାଖରେ ଥିବା ଲୋକଙ୍କ ସହ କନେକ୍ଟ ହୋଇଥାଏ। ଏହି ଆପ୍‌ ମାଧ୍ୟମରେ ୟୁଜର ୩୩୦ ଫୁଟ୍‌ ଦୂରରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିପାରିବେ। ୟୁଜର ଚାହିଁଲେ ଲୋକ ସଂଖ୍ୟା ବଢ଼ାଇ ଏହାକୁ ଅଧିକ ଦୂର ଓ ଲମ୍ବା କରାଇପାରିବେ।

Briar

ଏହି ମେସେଜିଂ ଆପ୍‌ କର୍ମଚାରୀ, ସାମ୍ବାଦିକ ଖାସ୍‌ କରି ଏଭଳି ଲୋକଙ୍କ ପାଇଁ ନିର୍ମାଣ କରାଯାଇଛି ଯିଏ ଅଧିକରୁ ଅଧିକ ସୁରକ୍ଷିତ ଯୋଗାଯୋଗ ଚାହିଁଥାନ୍ତି। ଅନ୍ୟ ସାଧାରଣ ମେସେଜିଂ ଆପ୍‌ ଭଳି ଏହା ନେଟ୍‌ଓ୍ଵର୍କ ଉପରେ ନିର୍ଭର କରିନଥାଏ। ମୋବାଇଲ୍‌ ବ୍ଲୁଟୁଥ୍‌ ବା ଓ୍ଵାଇଫାଇ୍‌ର ବ୍ୟବହାର କରି ଆପଣ ଏହି ଆପ୍‌ ବ୍ୟବହାର କରିପାରିବେ।

Signal

ଅଫ୍‌ଲାଇନ୍‌ ମେସେଜିଂ ଆପ୍‌ ମଧ୍ୟରେ ସିଗ୍‌ନାଲ ସବୁଠାରୁ ଲୋକପ୍ରିୟ ଆପ୍‌। ଏଥିରେ ସବୁଠାରୁ ଅଧିକ ଫିଚର ଉପଲବ୍ଧ। ଏଥିରେ ଭଏସ୍‌ ଓ ଭିଡିଓ କଲର ସୁବିଧା ମଧ୍ୟ ଦିଆଯାଇଛି।

ବିନା ଇଣ୍ଟରନେଟ୍‌ରେ କେମିତି କରିବେ ଟ୍ଵିଟ୍‌

ଏହି ଟ୍ରିକ୍‌ ବ୍ୟବହାର କରିବା ପାଇଁ ମୋବାଇଲ୍‌ ନମ୍ବର ଟ୍ଵିଟର ଆକାଉଣ୍ଟ ସହ ସଂଯୋଗ ରହିଥିବା ଜରୁରୀ। ଏବେ ଯାହା ବି ଟ୍ଵିଟ୍‌ କରିବାକୁ ଚାହୁଁଛନ୍ତି ତାହାକୁ ୯୨୪୮୯୪୮୮୩୭ ରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପଠାଇଦିଅନ୍ତୁ। ଆପଣଙ୍କ ଟ୍ଵିଟ୍‌ ବିନା ଇଣ୍ଟରନେଟ୍‌ରେ ପବ୍ଲିସ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.