ବ୍ୟବସାୟ ଓ ଅର୍ଥନୀତି

ଇ-ସ୍କୁଟର ବଜାରରେ ହୋଣ୍ଡାର ଏଣ୍ଟ୍ରି, ଲଞ୍ଚ କଲା Honda EM1

କେନ୍ୟୁଜ୍‌(ବ୍ୟୁରୋ): ତେଲଦର ବଢୁଥିବା ବେଳେ ଇଲେକ୍ଟ୍ରି ଭେକିଲର ଚାହିଦା ବଢିବାରେ ଲାଗିଛି । ବିଶେଷକରି ସିଟି ଭିତରେ ଲୋକେ ଇଲେକ୍ଟ୍ରି ସ୍କୁଟର ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଏହା ଲୋକଙ୍କ ଖର୍ଚ୍ଚ କମାଇବା ସହ ସୁବାଧାଦାୟକ ହେଉଛି । ଇ-ସ୍କୁଟର ବଜାରରେ ପୂର୍ବରୁ ବିଭିନ୍ନ ବଡ଼ ବଡ଼ ବ୍ରାଣ୍ଡ ଏଣ୍ଟ୍ରି କରି ସାରିଥିବା ବେଳେ ଏବେ ହୋଣ୍ଡା ଏହି ବଜାରରେ ଏଣ୍ଟ୍ରି କରିଛି । ଜାପାନିଜ 2 ହ୍ଵିଇଲର ନିର୍ମାତା ହୋଣ୍ଡା ଏହାର ପ୍ରଥମ Honda EM1 ବଜାରରେ ଲଞ୍ଚ କରିଛି । ଆଗମୀ ୨୦୨୫ ସୁଦ୍ଧା କମ୍ପାନୀ ପକ୍ଷରୁ ଏପରି ୧୦ଟି ଇ-ସ୍କୁଟରର ଲଞ୍ଚ କରାଯିବ ।

Honda EM1 କୁ କମ୍ପାନୀ ଯୁବପିଢିଙ୍କୁ ଧ୍ୟାନରେ ରଖି ତିଆରି କରିଛି । EM ର ଅର୍ଥ ହେଲା ଇଲେକ୍ଟ୍ରି ମୋପେଡ । ଯାହାକୁ ସହରର ରାସ୍ତାରେ ନିତିଦିନର ବ୍ୟବହାର ପାଇଁ ଡିଜାଇନ କରାଯାଇଛି । ଏଥିରେ କମ୍ପାନୀ ହୋଣ୍ଡା ମୋବାଇଲ ପାଓ୍ଵାର ପେକ୍‌ ତଥା ସ୍ୱେପେବଲ ବ୍ୟାଟେରୀର ବ୍ୟବହାର କରିଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଏହାକୁ ସିଙ୍ଗଲ ଚାର୍ଜରେ ୪୧.୩ କିଲୋମିଟର ଯାତ୍ରା କରାଯାଇ ପାରିବ । ଏହାସହ ଏହାର ଟପସ୍ପଡ ରହିଛି ୪୫ କିଲୋମିଟର ପ୍ରତି ଘଣ୍ଟା । ଏଥିରେ ଖଞ୍ଜା ଯାଇଥିବା ଇଲେକ୍ଟ୍ରି ମୋଟରରୁ 0.58 କିଲୋଓ୍ଵାଟ କ୍ଷମତାର ପାଓ୍ଵାର ଆଉଟପୁଟ ସହ 1.7କିଲୋଓ୍ଵାଟ ଟାର୍କ ଜେନେରେଟ କରିଥାଏ । ECON ମୋଡରେ ଏହାର ଆଉଟପୁଟ ରହିଛି 0.86 କିଲୋଓ୍ଵାଟ । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ୭୫ କିଗ୍ରା ଓଜନ ସହ ୧୦ ଡିଗ୍ରୀ ଆଙ୍ଗେଲରେ ଉପରକୁ ଚଢି ପାରିବ ।

Honda EM1 ରେ କମ୍ପାନୀ ପକ୍ଷରୁ ମୋବାଇଲ ପାଓ୍ଵାର ପେକ ବ୍ୟାଟେରୀର ବ୍ୟବହାର କରାଯାଇଛି । ଏହି ବ୍ୟାଟେରୀକୁ ଆପଣ ସ୍କୁଟରରୁ କାଢିନେଇ ଘରେ ଲାଗିଥିବା ଚାର୍ଜରରେ ଲଗେଇକି ଚାର୍ଜ କରିପାରିବେ । ଏହି ଇଲେକ୍ଟ୍ରି ସ୍କୁଟରରେ କମ୍ପାନୀ ଡିଜିଟାଲ ଡିସପ୍ଲେ, ଅଣ୍ଡରସିଟ୍‌ ଷ୍ଟୋରେଜ ସ୍ପେସ, ୟୁଏସବି ସକେଟ, ପିଲିୟନ ଫୁଟପେଗ୍ସ ଓ ରିଅର କ୍ୟାରିଅରର ସୁବିଧା ଦେଇଛି ।

ଏହି ସ୍କୁଟର ୧୮୬୦ ମିଲିମିଟର ଲମ୍ବା ରହିଛି । ଏହାର ସିଟର ଉଚ୍ଚତା ୭୪୦ ମିଲିମିଟର ରହିଛି । ଏହାସହ ଏହାର ୧୩୫ ମିଲିମିଟର ଗ୍ରାଉଣ୍ଡ କ୍ଲିଲିଅରାନ୍ସ ରହିଛି । ବ୍ୟାଟେରି ସହ ଏହାର ଓଜନ ୯୫ କିଲୋଗ୍ରାମ ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହା ହାଲୁକା ହୋଇଥିଲେ ସୁଦ୍ଧା ଏହା ଭଲ ପରଫରମାନ୍ସ ରହିଛି । ଏହାର ଆଗରେ ୩୧ ମିଲିମିଟର ଟେସଲିସ୍କୋପିକ ଫାର୍କ ରହିଛି । ଏହାର ପଛରେ ଡବଲ ଟ୍ୟୁବ ସକ ଅବଜରବର ଦିଆଯାଇଛି । ଆଗର ଚକ ଆଲୁମିନିୟମରେ ତିଆରି ହୋଇଛି । ପଛଚକ ଆଲୁମିନିୟମ ଓ ଷ୍ଟିଲର ମିଶ୍ରଣରେ ତିଆରି ହୋଇଛି । ଏହାର ଆଗରେ ସିଙ୍ଗଲ ପିଷ୍ଟନ କେଲିପର ଡ଼ିକ୍ସ ବ୍ରେକ ରହିଛି । ସେହିପରି ପଛରେ ୧୧୦ ମିଲିମିଟର ଡ୍ରମ ବ୍ରେକ ରହିଛି । ଏଥିରେ ରହିଛି କମ୍ବାଇନ ବ୍ରେକିଙ୍ଗ ସିଷ୍ଟମ । ଯାହା ଦ୍ରୁତ ଗତିରେ ମଧ୍ୟ ବ୍ରେକ ଲଗାଇଲେ ଗାଡ଼ିକୁ ବାଲାନ୍ସ କରିବ ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

15 seconds ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

15 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

25 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

36 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago