Jio ର ମହାଧମାକା : ଏବେ ଟିଭିରେ ୫ ବର୍ଷ ପାଇଁ ମାଗଣା ଦେଖିପାରିବେ କ୍ରିକେଟ୍ ,ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍

ଟେଲିକମ୍ ସେକ୍ଟରରେ ଧମାଲ୍ ମଚାଇବା ପରେ ଏବେ ଭାରତୀୟ ବ୍ରଡବ୍ଯାଣ୍ଡରେ ଏଣ୍ଟ୍ରି କରିଛି ଜିଓ । ଲଂଚ୍ ହେଲା ଜିଓ ଗିଗା ଫାଇବର୍ ସେବା । ଆଉ ଆସୁ ଆସୁ  ନିଜ ଗ୍ରାହକଙ୍କୁ ଜବରଦସ୍ତ ଉପହାର ଦେଇଛି ଜିଓ । ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଷ୍ଟାର୍ ଇଣ୍ଡିଆ ସହ ପାର୍ଟନରସିପ୍ କରିଛି ଜିଓ । ଯାହା ଫଳରେ ଗ୍ରାହକ ଏବେ କ୍ରିକେଟର ସବୁ ମ୍ଯାଚ୍ ଲାଇଭ୍ ଦେଖିପାରିବେ । ତାହା ପୁଣି ୫ ବର୍ଷ ପାଇଁ ।

ଗତ ମାସରୁ ହିଁ ଏଥିପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ କରିଦେଇଛି କମ୍ପାନୀ । କିଛି ପ୍ରିଭ୍ଯୁ ଅଫର୍ ମଧ୍ୟ କରିଛି ଜିଓ । ଏହି ଅଫର୍ ଅନୁଯାୟୀ, ଗ୍ରାହକଙ୍କୁ ୯୦ ଦିନ ଯାଏଁ ୩୦୦ ଜିବି ଡାଟା ମିଳିବ । ତେବେ ଏହି ଅଫରର ଲାଭ ଉଠାଇବା ପାଇଁ ହେଲେ ଗ୍ରାହକଙ୍କୁ ୪,୫୦୦ଟଙ୍କା ସିକ୍ଯୁରିଟି ଜମା କରିବାକୁ ପଡିବ ଯାହା ରିଫଣ୍ଡେବଲ୍ । ଏହି ଡିପୋଜିଟ୍ ଗ୍ରାହକ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଜିଓ ମନି କିମ୍ବା ପେଟିଏମ୍ ମାଧ୍ୟମରେ କରି ପାରିବେ ।

ତେବେ ଯଦି ଆପଣ ଏହି ଜିଓ ଗିଗା ଫାଇବର୍ ସେବା ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍ :

  • ଗିଗାଫାଇବାର୍ ପାଇଁ ରେଜିଷ୍ଟ୍ରେସନ୍ କରିବା ପାଇଁ ପ୍ରଥମେ ରିଲାଏନ୍ସ ଜିଓର ୱେବସାଇଟରେ ଲଗଇନ୍ କରନ୍ତୁ ।
  • ଏହା ପରେ ୱେବସାଇଟର ସବୁଠାରୁ ଉପରେ ଜିଓ ଗିଗାଫାଇବରର ବ୍ଯାନର୍ ଦେଖାଯିବ ।
  • ସେହି ବ୍ଯାନରରେ ଆପଣଙ୍କୁ ଲାଲ୍ ରଙ୍ଗର ଏକ ବଟନ୍ ଦେଖାଯିବ ଯେଉଁଥିରେ ‘invite  Jio GigaFiber now’ ଲେଖାଥିବ ।
  • ଏବେ ଏହି ବଟନ୍ ଉପରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଏକ ନୂଆ ପେଜ୍ ଖୋଲିବ ଯେଉଁଥିରେ ଆପଣଙ୍କୁ ଲୋକେସନ୍ ଏବଂ ଠିକଣା ଭରିବାକୁ ପଡିବ  ।
  • ଠିକଣା ଭରିବା ପରେ ଏକଥା ସୂଚନା ଦେବାକୁ ପଡିବ ଏହା ଆପଣଙ୍କ ଘର ନା ଅଫିସ୍ ଠିକଣା । ଏହା ପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବାକୁ ପଡିବ ।
  • ଏବେ ଏହା ପରେ ଓଟିପି ଜେନେରେଟ୍ କରିବା ପାଇଁ ନିଜ ନାଁ ଏବଂ ମୋବାଇଲ୍ ନମ୍ବର ଦେବାକୁ ପଡିବ ।
  • ଥରେ ଆପଣଙ୍କ ନମ୍ବର ଭେରିଫାଏ ହୋଇଗଲେ ଆପଣଙ୍କ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ପୁରା ହୋଇଯିବ ।
KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago