Categories: ରାଜ୍ୟ

୩୬ ମାସ ଭିତରେ କାର୍ଯ୍ଯକ୍ଷମ ହେବ ସାର କାରଖାନା : ମୋଦି

ଅନୁଗୁଳ/ତାଳଚେର(କେନ୍ଯୁଜ୍) : ନୂଆ ଜୀବନ ପାଇଛି ତାଳଚେର ସାର କାରଖାନା । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ବର୍ଷକୁ ୧.୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ ହେବ । ଖର୍ଚ୍ଚ ହେବ ୧୩ ହଜାର କୋଟି ଟଙ୍କା । ୨୦୨୨ ସୁଦ୍ଧା ପ୍ଲାଣ୍ଟ କାମ ହେବା ନେଇ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ୩୬ ମାସ ଭିତରେ ଏହା କାର୍ଯ୍ଯକ୍ଷମ ହେବ । ନିଜେ ଏଠାକୁ ଆସି ଶୁଭାରମ୍ଭ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ୪ ହଜାର ୫ଶହ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ । ନୂଆ ଟେକ୍ନୋଲୋଜିରେ କୋଇଲା ଦ୍ୱାରା ସାର ଉତ୍ପାଦନ ହେବ । ଚାଷୀମାନେ ବିଶେଷ ଭାବରେ ଉପକୃତ ହେବେ ।

ଓଡ଼ିଶାର ଚାଷୀଙ୍କୁ ବାହାରୁ ଆଉ ୟୁରିଆ କିଣିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିଳାନ୍ୟାସ କାର୍ଯ୍ଯକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ୍‌ ପ୍ରମୁଖ ଉପସ୍ଥିତ ଥିଲେ । ତାଳଚେରରେ ପହଞ୍ଚିବା ପରେ ହେଲିପ୍ୟାଡ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଷ୍ପଗୁଚ୍ଛ ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଉପସ୍ଥିତ ଥିଲେ ଅନୁଗୁଳ ଜିଲ୍ଲାପାଳ ଓ ଏସପି । ହେଲିପ୍ୟାଡ୍‌ ବାହାରେ ପ୍ରଧାନମନ୍ତ୍ରୀ କିଛି ଆଶା କର୍ମୀଙ୍କୁ ଭେଟିଥିଲେ । ସେଠାରୁ ସଡ଼କପଥରେ ତାଳଚେର ଏଫ୍‌ସିଆଇ ପର୍ଯ୍ଯନ୍ତ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶିଳାନ୍ୟାସ କାଯ୍ୟର୍କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ

ତାଳଚେର ସାର କାରଖାନା ପୁନରୁଦ୍ଧାର ଶିଳାନ୍ୟାସ କାଯ୍ୟର୍କ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନ ଦେଇଛନ୍ତି । କହିଛନ୍ତି, ଆଜି ଓଡ଼ିଶାବାସୀଙ୍କ ପାଇଁ ଆନନ୍ଦର ଦିନ । ପ୍ରଧାନମନ୍ତ୍ରୀ ସାର କାରଖାନାର ଶିଳାନ୍ୟାସ କରିଛନ୍ତି । ଏହା ଆମର ବହୁ ଦିନର ଦାବି ଥିଲା । ଏ ଦିଗରେ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଆମେ ଆନ୍ଧ୍ର ପ୍ରଦେଶ ଓ ଉତ୍ତରପ୍ରଦେଶରୁ ୟୁରିଆ ଆଣୁଥିଲୁ । ତାଳଚେର ସାର କାରାଖାନା କାର୍ଯ୍ଯକ୍ଷମ ଦ୍ୱାରା ଏହି ଅଭାବ ଦୂର ହେବ । ଚାଷୀଭାଇମାନେ ବିଶେଷ ସୁବିଧା ପାଇ ପାରିବେ । ପ୍ଲାଣ୍ଟରୁ ଉତ୍ପାଦିତ ୫୦% ୟୁରିଆ ପାଇ ପାରିବେ ବୋଲି ଉଦବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷା ସତ୍ତ୍ୱେ କାର୍ଯ୍ଯକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago