୩୬ ମାସ ଭିତରେ କାର୍ଯ୍ଯକ୍ଷମ ହେବ ସାର କାରଖାନା : ମୋଦି

ଅନୁଗୁଳ/ତାଳଚେର(କେନ୍ଯୁଜ୍) : ନୂଆ ଜୀବନ ପାଇଛି ତାଳଚେର ସାର କାରଖାନା । କୋଇଲାରୁ ଗ୍ୟାସ ଅଧାରିତ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ବର୍ଷକୁ ୧.୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ ହେବ । ଖର୍ଚ୍ଚ ହେବ ୧୩ ହଜାର କୋଟି ଟଙ୍କା । ୨୦୨୨ ସୁଦ୍ଧା ପ୍ଲାଣ୍ଟ କାମ ହେବା ନେଇ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ୩୬ ମାସ ଭିତରେ ଏହା କାର୍ଯ୍ଯକ୍ଷମ ହେବ । ନିଜେ ଏଠାକୁ ଆସି ଶୁଭାରମ୍ଭ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ୪ ହଜାର ୫ଶହ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ । ନୂଆ ଟେକ୍ନୋଲୋଜିରେ କୋଇଲା ଦ୍ୱାରା ସାର ଉତ୍ପାଦନ ହେବ । ଚାଷୀମାନେ ବିଶେଷ ଭାବରେ ଉପକୃତ ହେବେ ।

cmଓଡ଼ିଶାର ଚାଷୀଙ୍କୁ ବାହାରୁ ଆଉ ୟୁରିଆ କିଣିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିଳାନ୍ୟାସ କାର୍ଯ୍ଯକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ୍‌ ପ୍ରମୁଖ ଉପସ୍ଥିତ ଥିଲେ । ତାଳଚେରରେ ପହଞ୍ଚିବା ପରେ ହେଲିପ୍ୟାଡ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଷ୍ପଗୁଚ୍ଛ ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଉପସ୍ଥିତ ଥିଲେ ଅନୁଗୁଳ ଜିଲ୍ଲାପାଳ ଓ ଏସପି । ହେଲିପ୍ୟାଡ୍‌ ବାହାରେ ପ୍ରଧାନମନ୍ତ୍ରୀ କିଛି ଆଶା କର୍ମୀଙ୍କୁ ଭେଟିଥିଲେ । ସେଠାରୁ ସଡ଼କପଥରେ ତାଳଚେର ଏଫ୍‌ସିଆଇ ପର୍ଯ୍ଯନ୍ତ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶିଳାନ୍ୟାସ କାଯ୍ୟର୍କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ

Stage 01ତାଳଚେର ସାର କାରଖାନା ପୁନରୁଦ୍ଧାର ଶିଳାନ୍ୟାସ କାଯ୍ୟର୍କ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନ ଦେଇଛନ୍ତି । କହିଛନ୍ତି, ଆଜି ଓଡ଼ିଶାବାସୀଙ୍କ ପାଇଁ ଆନନ୍ଦର ଦିନ । ପ୍ରଧାନମନ୍ତ୍ରୀ ସାର କାରଖାନାର ଶିଳାନ୍ୟାସ କରିଛନ୍ତି । ଏହା ଆମର ବହୁ ଦିନର ଦାବି ଥିଲା । ଏ ଦିଗରେ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଆମେ ଆନ୍ଧ୍ର ପ୍ରଦେଶ ଓ ଉତ୍ତରପ୍ରଦେଶରୁ ୟୁରିଆ ଆଣୁଥିଲୁ । ତାଳଚେର ସାର କାରାଖାନା କାର୍ଯ୍ଯକ୍ଷମ ଦ୍ୱାରା ଏହି ଅଭାବ ଦୂର ହେବ । ଚାଷୀଭାଇମାନେ ବିଶେଷ ସୁବିଧା ପାଇ ପାରିବେ । ପ୍ଲାଣ୍ଟରୁ ଉତ୍ପାଦିତ ୫୦% ୟୁରିଆ ପାଇ ପାରିବେ ବୋଲି ଉଦବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷା ସତ୍ତ୍ୱେ କାର୍ଯ୍ଯକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.