ବ୍ୟବସାୟ ଓ ଅର୍ଥନୀତି

ଅନଲାଇନ୍‌ ରୁ ଏପରି ଉଠାନ୍ତୁ PPF ଟଙ୍କା

ପିିପିଏଫରେ ୧୫ ବର୍ଷର ଲକ ଇନ ପିରିୟଡ ରହିଥାଏ। ଯାହାର ଅର୍ଥ ହେଉଛି ନିବେଶକ ସମୟ ସମାପ୍ତ ହେବା ପୂର୍ବରୁ ଟଙ୍କା ବାହାର କରିପାରିବେ ନାହିଁ। ୧୫ ବର୍ଷ ପରେ ଏହି ସ୍କିମରୁ ମ୍ୟାଚୁରିଟି ପରେ ଭଲ ରକମର ରାଶି ମିିଳିଥାଏ। ତେବେ ବି କିଛି ନିୟମ ରହିଛି ଯାହାକୁ ଧ୍ୟାନ ଦେଲେ ଆପଣ ଜରୁରୀ କାଳୀନ ସ୍ଥିତିରେ ଟଙ୍କାକୁ ବାହାର କରିପାରିବେ। ତେବେ ଆଜି ଜାଣନ୍ତୁ ପିପିଏଫ ଆକାଉଣ୍ଟରୁ ଟଙ୍କା କେମିତି ବାହାର କରିବେ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ମାନେ ପିପିଏଫ ଭାରତରେ ଏକ ଲୋକପ୍ରିୟ ଲଙ୍ଗ ଟର୍ମ ନିବେଶ ଯୋଜନା। ଏଥିରେ ନିବେଶ କଲେ ୧୫ ବର୍ଷର ମ୍ୟାଚୁରିଟି ସମୟ ଦିଆଯାଏ। ଆଉ ପ୍ରତି ବର୍ଷ ଅତିକମରେ ୫୦୦ ଟଙ୍କା କିମ୍ବା ଅଧିକ ହେଲେ ୧.୫ ଲକ୍ଷ ଟଙ୍କା ଜମା କରିବାର ଅନୁମତି ଦିଆଯାଇଛି। ପିପିଏଫ ରେ ସୁଧ ଦର ସରକାରଙ୍କ ତରଫରୁ ନିର୍ଦ୍ଧାରିତ କରାଯାଏ। ବର୍ତ୍ତମାନ ଏହା ୭.୧% ରହିଛି।

ତେବେ ସମୟ ସୀମା ପୂର୍ବରୁ ନିବେଶକ ଟଙ୍କା ଉଠାଇପାରିବେ ନାହିଁ। ଯଦି ବି ଉଠାଇବେ ତେବେ ଏଥିପାଇଁ କିଛି ଭାଲିଡ଼ ରିଜିନ ଥିବା ଆବଶ୍ୟକ। ଉଚିତ କାରଣ ରେ ଆପଣ ଏଥିରୁ ଟଙ୍କା ଉଠାଇପାରିବେ।

ପିପିଏଫ ଆକାଉଣ୍ଟ ଖୋଲିବାର ତାରିଖରୁ ୫ ବର୍ଷ ପୁରା ହେବା ପରେ ନିବେଶକ ପିପିଏଫ ଖାତାରୁ ଟଙ୍କା ଆଶିଂକ ରୂପେ ବାହାର କରିପାରିବେ। ତେବେ ଏହା ୪ର୍ଥ ଶେଷ ବର୍ଷର ଅଧିକତମ ରାଶିର ୫୦% ହେବ।

ତେବେ ଆପଣ ମେଡିକାଲ ଏମରଞ୍ଜେନସି ରେ ଏଥିରୁ ଟଙ୍କା ବାହାର କରିପାରିବେ। ଏହାବ୍ୟତିତ ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ଥିଲେ ଆପଣ ଟଙ୍କା ବାହାର କରିପାରିବେ। ଏହାବ୍ୟତିତ ଆପଣ ନୋମିନିର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଟଙ୍କାକୁ ଉଠାଇପାରିବେ।
ଏବେ ଜାଣନ୍ତୁ ଆପଣ ପିପିଏଫ ଟଙ୍କାକୁ ଅନଲାଇନରୁ କିପରି ଉଠାଇବେ:
-ଯେଉଁ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଆପଣ ପିିପିଏଫ ଆକାଉଣ୍ଟ ଖୋଲିଛନ୍ତି ତାହାର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ। ଏଥିରେ ନିଜ ଆକାଉଣ୍ଟକୁ ଓପନ କରନ୍ତୁ।
-ଲଗଇନ ପରେ ପୂର୍ଣ୍ଣରାଶି କିମ୍ବା ଆଶିଂକ ରାଶି ଉପରେ କ୍ଳିକ କରନ୍ତୁ।
-ଖାତା ସଂଖ୍ୟା ଓ IFSC କୋଡ଼ ସହିତ ନିଜର ବ୍ୟାଙ୍କ ଖାତା ବିବରଣୀକୁ ଏଣ୍ଟର କରାନ୍ତୁ।
-ପ୍ରକ୍ରିୟା ପୂରା ହେବା ପରେ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଜମା କରାଯିବ।

ତେବେ ମନେ ରଖନ୍ତୁ ଅନେକ ସମୟରେ ଏଥିପାଇଁ ଜରୁରୀ ଦସ୍ତାବିଜର ଆବଶ୍ୟକ ପଡ଼ିବ । ତେଣୁ ସେସବୁ କୁ ଆପଣ ଡାକଘର କିମ୍ବା ବ୍ୟାଙ୍କରେ ଜମା କରିବେ।

D Sonali

Recent Posts

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

26 mins ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

27 mins ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

35 mins ago

ଦମଦାର ଫିଚର୍ସ ସହ ଲଞ୍ଚ ହେଲା Redmi Note 13R 5G, ଜାଣନ୍ତୁ ଦାମ୍

Redmi Note 13 ସିରିଜରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ରେଡମିର ଏହି 5G…

41 mins ago

ଧୁମଧାମରେ ପାଳିତ ହେଲା ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ, ଏକାଦଶୀ ତିଥିରେ ଅନୁଷ୍ଠିତ ଏହି ପବିତ୍ର ଜଳକ୍ରୀଡା

ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି…

46 mins ago

ଅତ୍ୟଧିକ ମଖାନା ଖାଉଛନ୍ତି କି ? ସାବଧାନ ହୋଇପାରେ ଡାଇରିଆ ଭଳି ସମସ୍ୟା

ମଖାନା ସ୍ୱାଦରେ ଅମୃତ ପରି ହୋଇଥାଏ । ସେଗୁଡିକକୁ ଆପଣ ଭଜାକି କିମ୍ବା ସାଧା ମଧ୍ୟ ଖାଇପାରିବେ । ତେବେ…

49 mins ago