• Likes
  • Followers
  • Followers
  • Subscribers
  • Subscribe
  • Saturday, June 14, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ଅନଲାଇନ୍‌ ରୁ ଏପରି ଉଠାନ୍ତୁ PPF ଟଙ୍କା

ଅନଲାଇନ୍‌ ରୁ ଏପରି ଉଠାନ୍ତୁ PPF ଟଙ୍କା

ପିିପିଏଫରେ ୧୫ ବର୍ଷର ଲକ ଇନ ପିରିୟଡ ରହିଥାଏ। ୧୫ ବର୍ଷ ପରେ ଏହି ସ୍କିମରୁ ମ୍ୟାଚୁରିଟି ପରେ ଭଲ ରକମର ରାଶି ମିିଳିଥାଏ। ପିପିଏଫ ସ୍କିମରୁ କେବେ ଆଉ କିପରି ଉଠାଇପାରିବେ ଟଙ୍କା, ଜାଣନ୍ତୁ ସହଜ ଅନଲାଇନ ପ୍ରୋସେସ।

By D Sonali On Mar 4, 2023
ppf
pc: jandk update
WhatsApp Banner

ପିିପିଏଫରେ ୧୫ ବର୍ଷର ଲକ ଇନ ପିରିୟଡ ରହିଥାଏ। ଯାହାର ଅର୍ଥ ହେଉଛି ନିବେଶକ ସମୟ ସମାପ୍ତ ହେବା ପୂର୍ବରୁ ଟଙ୍କା ବାହାର କରିପାରିବେ ନାହିଁ। ୧୫ ବର୍ଷ ପରେ ଏହି ସ୍କିମରୁ ମ୍ୟାଚୁରିଟି ପରେ ଭଲ ରକମର ରାଶି ମିିଳିଥାଏ। ତେବେ ବି କିଛି ନିୟମ ରହିଛି ଯାହାକୁ ଧ୍ୟାନ ଦେଲେ ଆପଣ ଜରୁରୀ କାଳୀନ ସ୍ଥିତିରେ ଟଙ୍କାକୁ ବାହାର କରିପାରିବେ। ତେବେ ଆଜି ଜାଣନ୍ତୁ ପିପିଏଫ ଆକାଉଣ୍ଟରୁ ଟଙ୍କା କେମିତି ବାହାର କରିବେ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ମାନେ ପିପିଏଫ ଭାରତରେ ଏକ ଲୋକପ୍ରିୟ ଲଙ୍ଗ ଟର୍ମ ନିବେଶ ଯୋଜନା। ଏଥିରେ ନିବେଶ କଲେ ୧୫ ବର୍ଷର ମ୍ୟାଚୁରିଟି ସମୟ ଦିଆଯାଏ। ଆଉ ପ୍ରତି ବର୍ଷ ଅତିକମରେ ୫୦୦ ଟଙ୍କା କିମ୍ବା ଅଧିକ ହେଲେ ୧.୫ ଲକ୍ଷ ଟଙ୍କା ଜମା କରିବାର ଅନୁମତି ଦିଆଯାଇଛି। ପିପିଏଫ ରେ ସୁଧ ଦର ସରକାରଙ୍କ ତରଫରୁ ନିର୍ଦ୍ଧାରିତ କରାଯାଏ। ବର୍ତ୍ତମାନ ଏହା ୭.୧% ରହିଛି।

ତେବେ ସମୟ ସୀମା ପୂର୍ବରୁ ନିବେଶକ ଟଙ୍କା ଉଠାଇପାରିବେ ନାହିଁ। ଯଦି ବି ଉଠାଇବେ ତେବେ ଏଥିପାଇଁ କିଛି ଭାଲିଡ଼ ରିଜିନ ଥିବା ଆବଶ୍ୟକ। ଉଚିତ କାରଣ ରେ ଆପଣ ଏଥିରୁ ଟଙ୍କା ଉଠାଇପାରିବେ।

ପିପିଏଫ ଆକାଉଣ୍ଟ ଖୋଲିବାର ତାରିଖରୁ ୫ ବର୍ଷ ପୁରା ହେବା ପରେ ନିବେଶକ ପିପିଏଫ ଖାତାରୁ ଟଙ୍କା ଆଶିଂକ ରୂପେ ବାହାର କରିପାରିବେ। ତେବେ ଏହା ୪ର୍ଥ ଶେଷ ବର୍ଷର ଅଧିକତମ ରାଶିର ୫୦% ହେବ।

ତେବେ ଆପଣ ମେଡିକାଲ ଏମରଞ୍ଜେନସି ରେ ଏଥିରୁ ଟଙ୍କା ବାହାର କରିପାରିବେ। ଏହାବ୍ୟତିତ ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ଥିଲେ ଆପଣ ଟଙ୍କା ବାହାର କରିପାରିବେ। ଏହାବ୍ୟତିତ ଆପଣ ନୋମିନିର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଟଙ୍କାକୁ ଉଠାଇପାରିବେ।
ଏବେ ଜାଣନ୍ତୁ ଆପଣ ପିପିଏଫ ଟଙ୍କାକୁ ଅନଲାଇନରୁ କିପରି ଉଠାଇବେ:
-ଯେଉଁ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଆପଣ ପିିପିଏଫ ଆକାଉଣ୍ଟ ଖୋଲିଛନ୍ତି ତାହାର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ। ଏଥିରେ ନିଜ ଆକାଉଣ୍ଟକୁ ଓପନ କରନ୍ତୁ।
-ଲଗଇନ ପରେ ପୂର୍ଣ୍ଣରାଶି କିମ୍ବା ଆଶିଂକ ରାଶି ଉପରେ କ୍ଳିକ କରନ୍ତୁ।
-ଖାତା ସଂଖ୍ୟା ଓ IFSC କୋଡ଼ ସହିତ ନିଜର ବ୍ୟାଙ୍କ ଖାତା ବିବରଣୀକୁ ଏଣ୍ଟର କରାନ୍ତୁ।
-ପ୍ରକ୍ରିୟା ପୂରା ହେବା ପରେ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଜମା କରାଯିବ।

ତେବେ ମନେ ରଖନ୍ତୁ ଅନେକ ସମୟରେ ଏଥିପାଇଁ ଜରୁରୀ ଦସ୍ତାବିଜର ଆବଶ୍ୟକ ପଡ଼ିବ । ତେଣୁ ସେସବୁ କୁ ଆପଣ ଡାକଘର କିମ୍ବା ବ୍ୟାଙ୍କରେ ଜମା କରିବେ।

money withdrawalppfppf account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା

    Jun 14, 2025 0
  • ଯାଜପୁର: ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ…

    Jun 14, 2025 0
  • ଅହମଦାବାଦ ବିମାନ ଦୁର୍ଘଟଣା ତଦନ୍ତ ପାଇଁ କମିଟି ଗଠିତ

    Jun 14, 2025 0
  • ଅହମଦାବାଦ ବିମାନ ଦୁର୍ଘଟଣା ତଦନ୍ତ ପାଇଁ କମିଟି ଗଠିତ, ୩ ମାସରେ…

    Jun 14, 2025 0
  • ମାଓବାଦୀଙ୍କ ସିକ୍ରେଟ ବାସ ସ୍ଥାନ ଉପରେ ବିଏସଏଫର ଚଢ଼ାଉ, ବିପୁଳ…

    Jun 14, 2025 0
  • ବଣାଇଁ : କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ

    Jun 14, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ