Below header

ରାଜଧାନୀରେ ଅସହ୍ୟ ହେଲାଣି ତାତି : ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ

ଆଗକୁ ଅଧିକ ହୋଇପାରେ ତାପମାତ୍ରା । ମାର୍ଚ୍ଚରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ ପୂର୍ବରୁ ଆକଳନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ଡେଉଁଛି ପାରଦ । ରାଜ୍ୟରେ ବଢୁଛି ତାତି । ରାଜଧାନୀରେ ଅସହ୍ୟ ହେଲାଣି ତାତି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ । ଆଗକୁ ଅଧିକ ହୋଇପାରେ ତାପମାତ୍ରା । ମାର୍ଚ୍ଚରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ ପୂର୍ବରୁ ଆକଳନ କରିଛି ପାଣିପାଗ ବିଭାଗ । ଫେବ୍ରୁଆରୀରେ ଶେଷ ସପ୍ତାହରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିଲା ।

ସେହିପରି ମେଘମୁକ୍ତ ଆକାଶ ଓ ଟାଣ ଖରା ଯୋଗୁଁ ମଧ୍ୟ ତାପମାତ୍ରା ବୃଦ୍ଧି ପାଉଛି। ଏହାସହ କାଳ ବୈଶାଖୀ ସମ୍ଭାବନା ମଧ୍ୟ ବତ୍ତର୍ମାନ ନ ଥିବାରୁ ଦିନର ତାପମାତ୍ରା ଯେତିକି ରହୁଛି ତାହାକୁ ନେଇ ଦିନ ବେଳା ଗରମ ଅନୁଭୁତ ହେଉଛି। କିଛି କିଛି ସ୍ଥାନରେ ଅପରାହ୍ନରେ ଝାଞ୍ଜି ପବନର ଅନୁଭୂତି ବି ହେଉଛି। ଅନ୍ୟପଟେ ସକାଳେ କୁହୁଡ଼ି ଓ ଖରାବେଳେ ତାତିକୁ ନେଇ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ। ବିଶେଷକରି ଉପକୂଳ ଓଡିଶାରେ ସତର୍କ ଜାରି କରିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.