Below header

NIPER ହାଇଦ୍ରାବାଦରେ ମେଡିକାଲ ଅଫିସର ଏବଂ ଆସିଷ୍ଟାଣ୍ଟ ରେଜିଷ୍ଟ୍ରର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଆସିଷ୍ଟାଣ୍ଟ ରେଜିଷ୍ଟ୍ରର, ମେଡିକାଲ ଅଫିସର ପଦବୀ ପାଇଁ କରନ୍ତୁ ଆବେଦନ । NIPER ଖାଲିପଡିଛି ପଦବୀ । ମାର୍ଚ୍ଚ ୧୨ ତାରିଖ ଯାଏଁ କରିପାରିବେ ଆବେଦନ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ କରିପାରିବେ ଆବେଦନ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(NIPER) ହାଇଦ୍ରାବାଦ ପାଇଁ ନୋଟିଫିକେସନ ଜାରି ହୋଇଛି ।

ଏହି ଭର୍ତ୍ତି ଅଧିନରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ମେଡିକାଲ ଅଫିସର ସମେତ ଅନ୍ୟ ପଦବୀ ପାଇଁ ନିଯୁକ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ niperhyd.ac.in କୁ ଯାଇ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୧

ଆସିଷ୍ଟାଣ୍ଟ ରେଜିଷ୍ଟ୍ରର, ସିଷ୍ଟମ ଇଂଜିନିୟର, ଲାଇବ୍ରେରୀ ଏବଂ ଇନଫରମେସନ ଅଫିସର, ମେଡିକାଲ ଅଫିସର ପଦବୀ ରହିଛି ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୨, ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ । PWD ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଦେବେ ନାହିଁ ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଏନଆଇପିଆରର ଅଫିସିଆଲ ୱେବସାଇଟ niperhyd.ac.in କୁ ଯାଆନ୍ତୁ ।
ହୋମ ପେଜକୁ ଯାଇ କ୍ୟାରିଅର ଟ୍ୟାବ୍‌ କ୍ଲିକ୍‌ କରନ୍ତୁ ।
ଏହାପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଦରକାର ଥିବା ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ଭବିଷ୍ୟ ପାଇଁ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

http://www.niperhyd.ac.in/PDFFiles/Employment_Notification_No_NIPER-HYD_2023_Adm_Non%20fac_01.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.