Below header

ଏବେ ବିନା ନେଟଓ୍ଵାର୍କରେ ବି କରିପାରିବେ କଲ୍‌,ଜାଣନ୍ତୁ ଫୋନରେ ଥିବା ଏହି ସ୍ମାର୍ଟ ଟ୍ରିକ

ନେଟଓ୍ଵାର୍କ ନଥିଲେ ବି କରିପାରିବେ Call । ସ୍ୱାର୍ଟଫୋନରେ ଏକ ଖାସ୍‌ ଫିଚର୍ସ ରହିଛି,ଯାହା ସାହାଯ୍ୟରେ ଆପଣ କାହାକୁ ବି ବିନା ମୋବାଇଲ ନେଟଓ୍ଵର୍କରେ ବି କଲ୍‌ କରିପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ସେହି ଟ୍ରିକ ଯାହାକୁ ଆପଣ ସହଜରେ ବ୍ୟବହାର କରିପାରିବେ।

ମୋବାଇଲରେ ନେଟ୍‌ଓ୍ଵାର୍କ ନ ଆସିବା ଏକ ସାଧାରଣ ସମସ୍ୟା। ପ୍ରାୟ ସବୁଦିନ ଆମେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଏହି ସମସ୍ୟାରୁ କେମିତି ମୁକ୍ତି ମିଳିବ ସମସ୍ତଙ୍କ ମନରେ ଏବେ ସେଇ ଚିନ୍ତା। ଯଦି ଆପଣ ବି ମୋବାଇଲର ନେଟ୍‌ଓ୍ଵାର୍କ ସମସ୍ୟା ଯୋଗୁ ଚିନ୍ତିତ ଅଛନ୍ତି ତେବେ ଆମେ ଆପଣଙ୍କୁ କେତୋଟି ସହଜ ଉପାୟ କହିବୁ, ଯାହା ସାହାଯ୍ୟରେ ଆପଣ ନେଟଓ୍ଵାର୍କ ସମସ୍ୟାର ସମାଧାନ କରିପାରିବେ।

କାହାକୁ କଲ୍‌ କରିବାକୁ ହେଲେ ମୋବାଇଲରେ ସିମ୍‌ ଅର୍ଥାତ୍‌ ମୋବାଇଲ ନେଟଓ୍ଵର୍କ ରହିବା ଜରୁରୀ। କିନ୍ତୁ ଆମେ ଆପଣଙ୍କୁ ଯଦି କହିବୁ ଆପଣ ବିନା ମୋବାଇଲ ନେଟଓ୍ଵର୍କରେ ବି କାହାକୁ ବି କଲ୍‌ କରିପାରିବେ, କଣ ବିଶ୍ୱାସ କରିବେ ନା ନାହିଁ। ହଁ ଆଜ୍ଞା ଆପଣ କଲ୍‌ କରିପାରିବେ। ସ୍ୱାର୍ଟଫୋନରେ ଏକ ଖାସ୍‌ ଫିଚର୍ସ ରହିଛି,ଯାହା ସାହାଯ୍ୟରେ ଆପଣ କାହାକୁ ବି ବିନା ମୋବାଇଲ ନେଟଓ୍ଵର୍କରେ ବି କଲ୍‌ କରିପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ସେହି ଟ୍ରିକ ଯାହାକୁ ଆପଣ ସହଜରେ ବ୍ୟବହାର କରିପାରିବେ।

ଯେଉଁ ଫିଚର ସାହାଯ୍ୟ ଆପଣ ବିନା ମୋବାଇଲ ନେଟଓ୍ଵର୍କରେ କାହାକୁ କଲ୍‌ କରିପାରିବେ, ସେହି ଫିଚର ନାଁ ହେଉଛି ‘WiFi Calling’। ଏହି ଫିଚର ଅଧିକାଂଶ ସ୍ମାର୍ଟଫୋନରେ ମହଜୁଦ୍‌ ରହିଥାଏ। ଏହାକୁ ଆକ୍ଟିଭ କରିବା ପରେ ଆପଣ ସହଜରେ ବିନା ନେଟଓ୍ଵାର୍କରେ କୌଣସି ବନ୍ଧୁ କିମ୍ବା ପରିଚିତ ଲୋକଙ୍କୁ କଲ୍‌ କରି ତାଙ୍କ ସହ କଥା ହୋଇପାରିବେ। କିନ୍ତୁ ଏହି ଫିଚରର ବ୍ୟବହାର ପାଇଁ ଆପଣଙ୍କୁ ଓ୍ଵାଇଫାଇ ଏରିଆରେ ରହିବା ନିହାତି ଆବଶ୍ୟକ। ଏହି ଫିଚର WiFi ନେଟଓ୍ଵର୍କ ସପୋର୍ଟ ସାହାଯ୍ୟରେ ହିଁ କାମ କରିଥାଏ।

ଯଦି ଆପଣ ଜଣେ ଆଇଫୋନ ୟୁଜର ଏବଂ ଏହି ଫିଚରକୁ ଆକ୍ଟିଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ପ୍ରଥମେ ସେଟିଙ୍ଗସକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ Mobile Data ଅପ୍ସନକୁ ବାଛିବାକୁ ହେବ। ଏବେ ଆପଣଙ୍କ ସାମ୍ନାରେ ଅନେକ ଅପ୍ସନ ଦେଖାଯିବ। ଏହି ଅପ୍ସନର ପୂରା ତଳେ ଓ୍ଵାଇଫାଇ କଲିଙ୍ଗର ଅପ୍ସନ ଦେଖାଯିବ। ଆପଣ ଏଠାରେ WiFi Calling On This iPhone ଅପ୍ସନ ଉପରେ କ୍ଲିକ କରନ୍ତୁ। ଏବେ ଆପଣଙ୍କ ଆଇଫୋନରେ ଏହି ଫିଚର ଚାଲୁ ହୋଇଯିବ ଏବଂ ଆପଣ ଓ୍ଵାଇଫାଇ ଜୋନରେ ଆସି ବିନା ନେଟଓ୍ଵାର୍କରେ ସହଜରେ କାହାକୁ ବି କଲ୍‌ କରିପାରିବେ।

ଆଣ୍ଡ୍ରଏଡ୍‌ ୟୁଜର କେମିତି କରିବେ ଏହାକୁ ଆକ୍ଟିଭ୍‌:
ଏହି ଫିଚର ଆଣ୍ଡ୍ରଏଡ ଫୋନରେ ମଧ୍ୟ କାମ କରିଥାଏ।
-ଏଥିପାଇଁ ଆପଣଙ୍କୁ ପ୍ରଥମେ Settingsକୁ ଯିବାକୁ ହେବ।
-ଏବେ ଓ୍ଵାଇଫାଇ ଅପ୍ସନକୁ ବାଛିବାକୁ ହେବ। ଏବେ ଓ୍ଵାଇଫାଇ ଅପ୍ସନକୁ ଚୟନ କରିବାକୁ ହେବ।
-ଏହାକୁ କ୍ଲିକ କରିବା ପାର ହିଁ ଆପଣଙ୍କ ସାମ୍ନାରେ ଓ୍ଵାଇଫାଇ କଲିଙ୍ଗ୍ ଅପ୍ସନ ଦେଖାଯିବ। ଏହାକୁ ଆପଣଙ୍କୁ ଅନ୍‌ କରିବାକୁ ହେବ।
-ଏବେ ଏହି ଫିଚରର ଲାଭ ଉଠାଇ ଆପଣ ବିନା ନେଟଓ୍ଵାର୍କରେ ବି କଲ୍‌ କରିପାରିବେ।

ଆଇଫୋନ ୟୁଜର୍ସ କଣ କରିବେ ଜାଣନ୍ତୁ:
-ପ୍ରଥମେ ଆଇଫୋନର ସେଟିଂକୁ ଯାଆନ୍ତୁ।
-ମୋବାଇଲ ଡାଟାର ଅପସନକୁ ଚୁଜ କରନ୍ତୁ। ଏହାପରେ ଦିଆଯାଇଥିବା ଅପସନରୁ ଓ୍ଵାଇଫାଇ କଲିଂ ଅପସନକୁ ଚୁଜ କରନ୍ତୁ।
-ଏହି ଅପସନରେ ଓ୍ଵାଇଫାଇ କଲିଂ ଅନ୍‌ ଦିିସ୍‌ ଫୋନ ର ସବ୍‌ କ୍ୟାଟେଗୋରୀ ଦେଖାଯିବ। ଏହାକୁ ଅନ୍‌ କରନ୍ତୁ।
-ଏହାପରେ ଆପଣ ବିନା ନେଟଓ୍ଵାର୍କରେ ଫୋନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.