ବ୍ୟବସାୟ ଓ ଅର୍ଥନୀତି

ଭାରତରେ ପ୍ରଦର୍ଶିତ ହେଲା ହୁଣ୍ଡାଇର ଇଲେକଟ୍ରିକ କାର Ioniq 5, ସିଙ୍ଗଲ ଚାର୍ଜରେ ଯିବ ୪୮୦ କିଲୋମିଟର

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ହୁଣ୍ଡାଇ ଆଜି ଗୁରୁଗ୍ରାମରେ ନିଜର ନୂଆ ମୁଖ୍ୟାଳୟର ଉଦଘାଟନ କରାଯାଇଛି। ଏହି ସମୟରେ କମ୍ପାନୀର ଗ୍ଲୋବାଲ ମାର୍କେଟରେ ଉପଲବ୍ଧ ହେଉଥିବା ମଡେଲ ର ପ୍ରଦର୍ଶନ କରାଯିବ। ଏଥିରେ ହୁଣ୍ଡାଇର ନୂଆ ଇଲେକଟ୍ରିକ କାରକୁ ମଧ୍ୟ ସାମିଲ କରାଯାଇଛି।

ହୁଣ୍ଡାଇର ନୂଆ ଇଲେକଟ୍ରିକ କାର Ioniq 5, ଯାହା ବାସ୍ତବରେ ହାଇାଡ୍ରୋଜନ ଫୁଲ ସେଲ SUV  । ଗ୍ଲୋବାଲ ମାର୍କେଟରେ ଏହା ଖୁବ ଲୋକପ୍ରିୟ। ଏହା ବଜାରରେ Tesla  ନୂଆ ଇଲେକଟ୍ରିକ କାର Model 3 ସହ ପ୍ରତିନ୍ଦ୍ୱନ୍ଦୀ କରୁଥିବାର ଦେଖିବାକୁ ମିଳିଛି। ଏଥିରେ 72.6kWh  ବ୍ୟାଟେରୀ କ୍ଷମତା ରହିଛି। ଏହାସହ ସିଙ୍ଗଲ ଚାର୍ଜରେ ଏହା 480 କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେଉଥିବାର ଜଣା ପଡିଛି।

ଏହି କାର 8.5  ସେକେଣ୍ଡରେ 0  ରୁ 100 କିଲୋମିଟର ପର୍ଯ୍ୟନ୍ତ ପ୍ରତିଘଣ୍ଟାକୁ ଯାଇଥାଏ। ଏହାର ଅଲ ହ୍ଵିଲ ଡ୍ରାଇଭିଂ ମଡେଲ 232 hp ପାଓ୍ଵର ଏବଂ 605 Nm ର ଟ୍ରାକ ଜେନେରେଟ କରିବା ସହ 6.1  ସେକେଣ୍ଡରେ 0  ରୁ 100 କିଲୋମିଟର ପର୍ଯ୍ୟନ୍ତ ପ୍ରତିଘଣ୍ଟାକୁ ଯିବାର ସାମର୍ଥ୍ୟ ରଖିଛି। ତେବେ ଇଲେକଟ୍ରିକ ଗାଡ଼ି ଦୁନିଆରେ ଏହାର ଡିମାଣ୍ଡ ଖୁବ ଅଧିକ ରହିଥିବାର ଜଣାପଡିଛି।

D Sonali

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

12 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

19 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

33 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

45 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

57 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

2 hours ago