ଭାରତରେ ପ୍ରଦର୍ଶିତ ହେଲା ହୁଣ୍ଡାଇର ଇଲେକଟ୍ରିକ କାର Ioniq 5, ସିଙ୍ଗଲ ଚାର୍ଜରେ ଯିବ ୪୮୦ କିଲୋମିଟର

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ହୁଣ୍ଡାଇ ଆଜି ଗୁରୁଗ୍ରାମରେ ନିଜର ନୂଆ ମୁଖ୍ୟାଳୟର ଉଦଘାଟନ କରାଯାଇଛି। ଏହି ସମୟରେ କମ୍ପାନୀର ଗ୍ଲୋବାଲ ମାର୍କେଟରେ ଉପଲବ୍ଧ ହେଉଥିବା ମଡେଲ ର ପ୍ରଦର୍ଶନ କରାଯିବ। ଏଥିରେ ହୁଣ୍ଡାଇର ନୂଆ ଇଲେକଟ୍ରିକ କାରକୁ ମଧ୍ୟ ସାମିଲ କରାଯାଇଛି।
ହୁଣ୍ଡାଇର ନୂଆ ଇଲେକଟ୍ରିକ କାର Ioniq 5, ଯାହା ବାସ୍ତବରେ ହାଇାଡ୍ରୋଜନ ଫୁଲ ସେଲ SUV । ଗ୍ଲୋବାଲ ମାର୍କେଟରେ ଏହା ଖୁବ ଲୋକପ୍ରିୟ। ଏହା ବଜାରରେ Tesla ନୂଆ ଇଲେକଟ୍ରିକ କାର Model 3 ସହ ପ୍ରତିନ୍ଦ୍ୱନ୍ଦୀ କରୁଥିବାର ଦେଖିବାକୁ ମିଳିଛି। ଏଥିରେ 72.6kWh ବ୍ୟାଟେରୀ କ୍ଷମତା ରହିଛି। ଏହାସହ ସିଙ୍ଗଲ ଚାର୍ଜରେ ଏହା 480 କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେଉଥିବାର ଜଣା ପଡିଛି।
ଏହି କାର 8.5 ସେକେଣ୍ଡରେ 0 ରୁ 100 କିଲୋମିଟର ପର୍ଯ୍ୟନ୍ତ ପ୍ରତିଘଣ୍ଟାକୁ ଯାଇଥାଏ। ଏହାର ଅଲ ହ୍ଵିଲ ଡ୍ରାଇଭିଂ ମଡେଲ 232 hp ପାଓ୍ଵର ଏବଂ 605 Nm ର ଟ୍ରାକ ଜେନେରେଟ କରିବା ସହ 6.1 ସେକେଣ୍ଡରେ 0 ରୁ 100 କିଲୋମିଟର ପର୍ଯ୍ୟନ୍ତ ପ୍ରତିଘଣ୍ଟାକୁ ଯିବାର ସାମର୍ଥ୍ୟ ରଖିଛି। ତେବେ ଇଲେକଟ୍ରିକ ଗାଡ଼ି ଦୁନିଆରେ ଏହାର ଡିମାଣ୍ଡ ଖୁବ ଅଧିକ ରହିଥିବାର ଜଣାପଡିଛି।