୨୦ ହଜାରରୁ ଅଧିକ ଟଙ୍କା ନେଣଦେଣ କରୁଥିଲେ ସାବଧାନ ! ଆସିପାରେ ଆୟକର ବିଭାଗର ନୋଟିସ୍

ନୂଆଦିଲ୍ଲୀ : ପ୍ରୋପଟି ରଜେଷ୍ଟ୍ରେସନର ନୂଆ ନିୟମ ଅନୁଯାୟୀ ଏବେ ଅଧିକ ଟଙ୍କା ନେଣଦେଣ କରୁଥିବା ଗ୍ରାହକଙ୍କୁ ଆୟକର ବିଭାଗ ତରଫରୁ ନୋଟିସ ଆସିବ। ସୂଚନା ମୁତାବକ, ଆୟକର ବିଭାଗ ତରଫରୁ ଅସେସମେଣ୍ଟ୍ ବର୍ଷ ୨୦୧୮-୧୯ ମଧ୍ୟରେ ୨୭ ହଜାର ଲୋକଙ୍କର ୨୬,୮୩୦ ଟି ଟ୍ରାଞ୍ଜାକସନର ମାମଲାକୁ ଚିହ୍ନଟ କରାଯାଇଛି ।

ଯେଉଁଥିରେ ମୋଟ ୭,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ନେଣଦେଣ କରାଯାଇଛି ବୋଲି ଜଣାପଡିଛି । ଏପରି ମାମଲା ସାମ୍ନାକୁ ଆସିବା ପରେ IT ଆକ୍ଟ ଧାରା ୨୭୧ ମୁତାବକ ୨୦,୦୦୦ ରୁ ଅଧିକ ଟଙ୍କାର ନେଣଦେଣ ଉପରେ ଗ୍ରାହକଙ୍କୁ ଜରିମାନା ଲାଗିପାରେ । ଏନେଇ ଦିଲ୍ଲୀରେ ମୋଟ ୨୦୦୦ ଏବଂ ହାଇଦ୍ରାବାଦ୍ ୧୭୦୦ ମାମଲା ସାମ୍ନାକୁ ଆସିଛି ।

ଇନକମ୍ ଟ୍ୟାକ୍ସର ନୂଆ ନିୟମନୁଯାୟୀ, ଘର କିଣିବା କିମ୍ବା ବିକ୍ରି କରିବା ସମୟରେ ୨୦,୦୦୦ ରୁ ଅଧିକ କ୍ୟାଶ୍ ନେଣଦେଣ କରିପାରିବେ ନାହିଁ । ଏପରି ଅନେକ ନିୟମ ପରିବର୍ତ୍ତନ ନେଇ ବିଭିନ୍ନ ପ୍ରକାରର ଆୟକର ବିଭାଗ ତରଫରୁ ବିଜ୍ଞାପନ ଜାରି କରାଯାଇଛି। ଯଦି କୌଣସି ଗ୍ରାହକ ଏହି ନିୟମର ପାଳନ କରୁନାହାନ୍ତି ତେବେ ତାଙ୍କ ଉପରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

KNews Bureau

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

42 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

43 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

49 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago