୨୦ ହଜାରରୁ ଅଧିକ ଟଙ୍କା ନେଣଦେଣ କରୁଥିଲେ ସାବଧାନ ! ଆସିପାରେ ଆୟକର ବିଭାଗର ନୋଟିସ୍

ନୂଆଦିଲ୍ଲୀ : ପ୍ରୋପଟି ରଜେଷ୍ଟ୍ରେସନର ନୂଆ ନିୟମ ଅନୁଯାୟୀ ଏବେ ଅଧିକ ଟଙ୍କା ନେଣଦେଣ କରୁଥିବା ଗ୍ରାହକଙ୍କୁ ଆୟକର ବିଭାଗ ତରଫରୁ ନୋଟିସ ଆସିବ। ସୂଚନା ମୁତାବକ, ଆୟକର ବିଭାଗ ତରଫରୁ ଅସେସମେଣ୍ଟ୍ ବର୍ଷ ୨୦୧୮-୧୯ ମଧ୍ୟରେ ୨୭ ହଜାର ଲୋକଙ୍କର ୨୬,୮୩୦ ଟି ଟ୍ରାଞ୍ଜାକସନର ମାମଲାକୁ ଚିହ୍ନଟ କରାଯାଇଛି ।
ଯେଉଁଥିରେ ମୋଟ ୭,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ନେଣଦେଣ କରାଯାଇଛି ବୋଲି ଜଣାପଡିଛି । ଏପରି ମାମଲା ସାମ୍ନାକୁ ଆସିବା ପରେ IT ଆକ୍ଟ ଧାରା ୨୭୧ ମୁତାବକ ୨୦,୦୦୦ ରୁ ଅଧିକ ଟଙ୍କାର ନେଣଦେଣ ଉପରେ ଗ୍ରାହକଙ୍କୁ ଜରିମାନା ଲାଗିପାରେ । ଏନେଇ ଦିଲ୍ଲୀରେ ମୋଟ ୨୦୦୦ ଏବଂ ହାଇଦ୍ରାବାଦ୍ ୧୭୦୦ ମାମଲା ସାମ୍ନାକୁ ଆସିଛି ।
ଇନକମ୍ ଟ୍ୟାକ୍ସର ନୂଆ ନିୟମନୁଯାୟୀ, ଘର କିଣିବା କିମ୍ବା ବିକ୍ରି କରିବା ସମୟରେ ୨୦,୦୦୦ ରୁ ଅଧିକ କ୍ୟାଶ୍ ନେଣଦେଣ କରିପାରିବେ ନାହିଁ । ଏପରି ଅନେକ ନିୟମ ପରିବର୍ତ୍ତନ ନେଇ ବିଭିନ୍ନ ପ୍ରକାରର ଆୟକର ବିଭାଗ ତରଫରୁ ବିଜ୍ଞାପନ ଜାରି କରାଯାଇଛି। ଯଦି କୌଣସି ଗ୍ରାହକ ଏହି ନିୟମର ପାଳନ କରୁନାହାନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।