ରୋହିତ ଶେଖର ତିୱାରୀ ମୃତ୍ୟୁ ଘଟଣାର ପର୍ଦାଫାସ, ହତ୍ୟାକାଣ୍ଡରେ ପତ୍ନୀ ଅପୂର୍ବା ଶୁକ୍ଳା ଗିରଫ

କେନ୍ୟୁଜ୍ : ରୋହିତ ଶେଖର ତିୱାରୀ ମୃତ୍ୟୁ ଘଟଣାର ପର୍ଦାଫାସ । ପତ୍ନୀ ହିଁ ହତ୍ୟାକାରୀ। ହତ୍ୟାକାଣ୍ଡରେ ରୋହିତଙ୍କ ପତ୍ନୀ ଅପୂର୍ବା ଶୁକ୍ଳାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅପୂର୍ବାଙ୍କ ବିରୋଧରେ ଠୋସ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଥମରୁ ଅପୂର୍ବା ରୋହିତଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଥିଲା କ୍ରାଇମବ୍ରାଞ୍ଚ ପୋଲିସ । ଅପୂର୍ବା ବାରମ୍ବାର ନିଜ ବୟାନ ବଦଳାଉଥିଲେ । ହତ୍ୟାକାଣ୍ଡକୁ ନେଇ ଅପୂର୍ବା ୩ ଥର ଅଲଗା ଅଲଗା ବୟାନ ଦେଇଥିଲେ । ରୋହିତଙ୍କ ମୃତ୍ୟୁ ପରେ ପୋଲିସ ଅପୂର୍ବାଙ୍କ ସମେତ ଘରର ଅନ୍ୟ ୬ ଜଣ ସଦସ୍ୟଙ୍କୁ ପଚରାଉଚରା କରୁଥିଲା । ଶେଷରେ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଲଗାତାର ପଚରାଉଚରା ପରେ ଅପୂର୍ବା ସବୁ ସତ ମାନିଥିଲେ ।

Rohit-Shekharହତ୍ୟା ଦିନ ରାତିରେ ରୋହିତ ଓ ଅପୂର୍ବାଙ୍କ ମଧ୍ୟରେ ଝଗଡା ହୋଇଥିବା କହିଛନ୍ତି ଅପୂର୍ବା । ଏହାସହ ଦୁହେଁ ହାତାହାତି ମଧ୍ୟ ହୋଇଥିଲେ । ଦୁହେଁ ଦୁହିଁଙ୍କୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ରୋହିତଙ୍କୁ ଶ୍ୱାସରୁଦ୍ଧ କରି ମାରିବାରେ ସଫଳ ହୋଇଥିଲେ ଅପୂର୍ବା । ଗତ ୧୬ତାରିଖରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ଶେଖର ତିୱାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେବେଠାରୁ ମାମଲାର ତଦନ୍ତ କରୁଥିଲା କ୍ରାଇବ୍ରାଞ୍ଚ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.