ସ୍ବଚ୍ଛ ଭାରତ ମିଶନରେ ପ୍ରେରିତ ହୋଇ ଶିକ୍ଷକ ତିଆରି କଲେ ୬୬ ଫୁଟ ଲମ୍ବା ଝାଡୁ

ସ୍ବଚ୍ଛ ଭାରତ ମିଶନରେ ପ୍ରେରିତ ହୋଇ ୨୨ ବର୍ଷର ଶିକ୍ଷକ ଅଶୋକ କୁମାର ୬୬ ଫୁଟ ଲମ୍ବାର ଝାଡୁ ତିଆରି କରିଛନ୍ତି। ଅଶୋକ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ଠାକୁର ଭାସରେ କାର୍ଯ୍ୟରତ ଅଛନ୍ତି। ସେ କହିଛନ୍ତି ଏହି ଝାଡୁ ବିଶ୍ବରେ ରେକର୍ଡ ସୃଷ୍ଟି କରିଛି। ବର୍ତ୍ତମାନ ଏହି ଝାଡୁକୁ ମେଘୱାଲ ଛାତ୍ରାବାସାରେ ରଖା ଯାଇଛି। ଏହି ଝାଡୁ ତିଆରି କରିବା ପାଇଁ ତାଙ୍କ ଟିମର ସଦସ୍ୟ ମାଙ୍ଗୀଲାଲ୍ ରାଠୋଡ, ସୁଖଦେବ ଗୋୟଲ, ପାନ୍ନାଲାଲ ଗୋୟାଲ ଏବଂ ବିନୋଦ କୁମାର ମେହର ସାହାଯ୍ୟ କରିଥିଲେ।

ସର୍ବଦା କିଛି ଅଲଗା ଉପାୟରେ କାମ କରିଥାନ୍ତି ଅଶୋକ

broom-ଅଧିକାରୀ ଗୁଲାବରାମ ହାଟେଲାଙ୍କ ମତ ଅନୁଯାୟୀ ଅଶୋକ କୁମାର ସର୍ବଦା କିଛି ଭିନ୍ନ ଭିନ୍ନ ଷ୍ଟାଇଲରେ କାମ କରିଥାନ୍ତି। ଏହା ପୂର୍ବରୁ ଅଶୋକ ପ୍ରଥମେ ବିଶ୍ବର ସବୁଠାରୁ ବଡ଼ କାନ୍ଥ ଘଣ୍ଟା ତିଆରି କରି ବିଶ୍ବ ରେକର୍ଡରେ ସ୍ଥାନ ପାଇଥିଲେ।

-ସ୍ବଚ୍ଛ ଭାରତ ଅଭିଯାାନ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏକ ରାଷ୍ଟ୍ରିୟ ଅଭିଯାନ। ଯାହାର ଉଦ୍ଦେଶ୍ୟ ହେଉଛି ରାସ୍ତାକୁ ସଫା, ସୁତୁରା ରଖିବା ଏବଂ ଡଷ୍ଟବିନ୍ ସଫା ରଖିବା। ଏହି ଅଭିଯାନ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ ୨ ଅକ୍ଟୋବର ୨୦୧୪ରୁ ଆରମ୍ଭ କରାଯାଇଛି।

-ସ୍ବଚ୍ଛ ଭାରତ ମିଶନର ଉଦ୍ଦେଶ୍ୟ ହେଉଛି ସାମୁଦାୟିକ ଶୌଚାଳୟ ନିର୍ମାଣ ମାଧ୍ୟମରେ ଖୋଲାରେ ଶୌଚ କରୁଥିବା ସମସ୍ୟା ସମାପ୍ତ କରିବା। ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସ ଅର୍ଥାତ ୨ ଅକ୍ଟୋବର ୨୦୧୯ ଭିତରେ ଗ୍ରାମୀଣ ଭାରତରେ ୧.୨ କୋଟି ଶୌଚାଳୟ ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.