Below header

୩ ମାସ ପର୍ଯ୍ୟନ୍ତ ତିହାର ଜେଲରେ ଥିଲେ ଏହି ବଲିଉଡ କମେଡିଆନ, ଜାଣନ୍ତୁ ସେଠାରେ କିପରି ବିତୁଥିଲା ତାଙ୍କ ଦିନ

ହାସ୍ୟ ଅଭିନେତା ରାଜପାଲ ଯାଦବ ବଲିଉଡରେ ପାଦ ଦେବା ୨୦ ବର୍ଷ ହୋଇସାରିଛି। ଏହି ୨୦ ବର୍ଷ ମଧ୍ୟରେ ରାଜପାଲ ଅନେକ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି। କିନ୍ତୁ ୫ କୋଟି ଟଙ୍କା ଚେକ ବାଉଁସ୍ ହେବା କାରଣରୁ ଦିଲ୍ଲୀ ହାଇକୋର୍ଟ ରାଜପାଲ ଯାଦବଙ୍କୁ ୩ମାସର ଜେଲଦଣ୍ଡ ଘୋଷଣା କରିଥିଲେ। ସଜା ଶେଷ ହେବାପରେ ଫେବୃଆରୀ ମାସରେ ଯାଦବ ଜେଲରୁ ମୁକୁଳିଥିଲେ। ଏହା ପରେ ସେ ଏକ ସାକ୍ଷାତକାର ମାଧ୍ୟମରେ ଜେଲରେ ପ୍ରତ୍ୟେକଟି ଦିନ କିପରି ବିତିଥିଲା ସେହି ସମ୍ପର୍କରେ ଜଣାଇଥିଲେ।

rajpal yadavକୌଣସି କଳାକାରଙ୍କ ପାଇଁ ଗ୍ଲାମର ୱାର୍ଲ୍ଡ ପରେ ଜେଲର ଚାରି କାନ୍ଥ ମଧ୍ୟରେ ରହିବା ଏବଂ ସେଠାରେ ସମୟ କାଟିବା ସହଜ ହୋଇନଥାଏ। ଏଭଳି ପରିସ୍ଥିତି ରାଜପାଲଙ୍କ ସହ ଘଟିଯାଇଛି। ରାଜପାଲ ଯାଦବ ଦିଲ୍ଲୀର ତିହାର ଜେଲରେ ରହିଥିଲେ। ସେ କହିଛନ୍ତି- ‘ଜେଲରେ ଥିବା ଲୋକମାନଙ୍କ ସହ ମୁଁ କଥାବାର୍ତ୍ତା କରୁଥିଲି। ସେମାନଙ୍କ ସହ ମଧ୍ୟ ବିଭିନ୍ନ ଆକ୍ଟିଭିଟିରେ ଭାଗ ନେଉଥିଲି। କାରଣ ଯେତେବେଳେ ଫିଲ୍ମ ସୁଟିଂ କରିବା ପାଇଁ ଗାଁ କୁ ଯିବାକୁ ପଡୁଥିଲା ସେତେବେଳେ ମଧ୍ୟ ମୁଁ ସେହି ଗାଁ ର ଲୋକମାନଙ୍କ ସହ କଥାବାର୍ତ୍ତା କରିଥାଏ। ଏହି ଜିନିଷ ଜୀବନରେ ନୂଆ ଜିନିଷ ଶିକ୍ଷା ଦେଇଥାଏ। ଜେଲ ଭିତରେ ମୁଁ ରାଜୁ ପାଠାଶାଳା ତିଆରି କରିଥିଲି। ଯେଉଁଥିରେ ମୁଁ ଲୋକମାନଙ୍କୁ ଅଭିନୟ ଶିକ୍ଷା ଦେଉଥିଲି। ଏହି ପ୍ଲାନକୁ ମୁଁ ଅନ୍ୟ ସହର ଗୁଡିକୁ ନେବା ପାଇଁ ଚାହୁଁଛି।’

rajpal-ରାଜପାଲ ଆଗକୁ ଏହା ମଧ୍ୟ କହିଥିଲେ- ଜେଲରୁ ବାହାରିବା ପରେ ସମସ୍ତିଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟ ଦିଆଯାଉଛି। ମତେ ମଧ୍ୟ ଏହି ସାର୍ଟିଫିକେଟ ମିଳିଥିଲା। ତିହାଡ ଜେଲର ୭ ନମ୍ବର ଜେଲରେ ରାଜପାଲ ଯାଦବ ରହିଥିଲେ। ରିପୋର୍ଟ ଅନୁଯାୟୀ ୨୦୧୦ ମସିହାରେ ରାଜପାଲ ବ୍ୟବସାୟୀ ସୁରେନ୍ଦର ସିଂହଙ୍କ ଠାରୁ ୫ କୋଟି ଟଙ୍କା ଲୋନ ନେଇଥିଲେ। ଏହି ଟଙ୍କା ଫେରାଇବା ପାଇଁ ସେ ଆକ୍ସିସ୍ ବ୍ୟାଙ୍କ ମୁମ୍ବାଇର ଏକ ଚେକ୍ ସୁରେନ୍ଦର ସିଂହଙ୍କୁ ଦେଇଥିଲେ, ଯାହା ସେପ୍ଟେମ୍ବର ୨୦୧୫ରେ ବ୍ୟାଙ୍କରେ ଜମା କରିବା ପରେ ବାଉନ୍ସ ହୋଇଯାଇଥିଲା। ଏହାପରେ ଲୋନ ଦେଇଥିବା ବ୍ୟକ୍ତି କୋର୍ଟର ଦ୍ବାରସ୍ଥ ହୋଇଥିଲେ।

-rajpalଚଳିତ ବର୍ଷ କୋର୍ଟରେ ଏଗ୍ରିମେଣ୍ଟ ହୋଇଛି ରାଜପାଲ ଯାଦବ ୧୦ କୋଟି ୪୦ ଲକ୍ଷ ଟଙ୍କା ଫେରାଇବେ। କିନ୍ତୁ ରାଜପାଲ ଯାଦବ ଏହି ଟଙ୍କା ନଫେରାଇବାରୁ ତାଙ୍କୁ ଜେଲଦଣ୍ଡ ମିଳିଥିଲା। ଯାଦବ ୨୦୧୦ ରେ ‘ଅତା ପତା ଲାପତା’ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଟଙ୍କା ଲୋନ ଆଣିଥିଲେ। ଏହା ପରେ ରାଜପାଲ ଜେଲରୁ ଆସିବା ପରେ ପ୍ରଥମେ କହିଛନ୍ତି- ମୁଁ କିଛି ଖାସ୍ ଲୋକମାନଙ୍କ ଉପରେ ବିଶ୍ବାାସ କରିଥିଲି, କିନ୍ତୁ ସେମାନେ ପଛରେ ଏହାର ଭୁଲ ଫାଇଦା ଉଠାଇଥିଲେ। ବର୍ତ୍ତମାନ ମୁଁ ଏହି ବିଷୟରେ ଆଉ କିଛି କହିବାକୁ ଚାହୁଁନି କାରଣ ମୁଁ ଆଗକୁ ବଢିବାକୁ ଚାହୁଁଛି ଏବଂ ମୁଁ ଜାଣିଛି ଜୀବନରେ ବର୍ତ୍ତମାନ ମଧ୍ୟ ବହୁତ କିଛି କରିବାକୁ ଓ ଶିଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.