୨୭ ତାରିଖକୁ ଘୁଞ୍ଚିଲା ବିଧାୟକ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ବର(କେନ୍ୟୁଜ୍) :ଘୁଞ୍ଚିଲା ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଶୁଣାଣିକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । କେସ ଡାଏରୀ ଓ ଇଂଜୁରୀ ରିପୋର୍ଟ ଆସି ନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି ।

ଗତ ରବିବାର ଦିନ କୋର୍ଟ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିଥିଲେ । ଏହାପରେ ମହାରଥୀଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲକୁ ପଠାଇଦିଆଯାଇଥିଲା । ତେବେ ଅସୁସ୍ଥତା ଯୋଗୁଁ ଏବେ ସେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଗତ ରବିବାର ରାତିରେ ପିପିଲିରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ ଉପରେ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ପୋଲିସ ଗିରଫ କରିଥିଲା । ଏଥିରେ ଫ୍ଲାଇଂ ସ୍କ୍ଵାଡ୍ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ସମେତ ୫ ଜଣ ଆହତ ହୋଇଥିଲେ । ଏହି ମାମଲାରେ ଥାନାରେ ପଚରାଉଚରା ପରେ ମହାରଥୀଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କ ନାଁରେ ଆଇପିସି ଧାରା ୧୪୭, ୧୪୮, ୧୪୯, ୧୮୮, ୨୯୪, ୩୪୧, ୩୫୩, ୩୩୩, ୧୭୧ ବି, ୫୦୬, ୩୦୭ ସହ ଜନ ପ୍ରତିନିଧି ଆଇନର ଧାରା ୧୨୩ ଆଦି ଦଫା ଲାଗିଛି। ଏ ଘଟଣାରେ ୧୧-୧୫ଜଣଙ୍କ ସଂପୃକ୍ତି ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.