IRCTC : ୫୦୦ର ଟିକେଟ କିଣିଲେ ପାଇବେ ପାଞ୍ଚଶହ ଟଙ୍କାର ଗିଫ୍ଟ, SBIର ଗ୍ରାହକ ଏମିତି ଉଠାନ୍ତୁ ଲାଭ

ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ର ଟିକେଟ ଉପରେ ଏହି ଦିନରେ କମାଲର ଅଫର ମିଳୁଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ)ର YONO (ୟୁ ଓନ୍ଲି ରିଡ ୱାନ୍) ଆପ୍ ଜରିଆରେ ୫୦୦ ଟଙ୍କାର ଟକେଟର ପେମେଣ୍ଟ ଉପରେ ପାଞ୍ଚଶହ ଟଙ୍କାର ଗିଫ୍ଟ ଦେଉଛି। ଅଫରର ଲାଭ ଉଠାଇବା ପାଇଁ ଉପଭୋକ୍ତାଙ୍କ ପାଖରେ ଏହି ମୋବାଇଲ ଆପ୍ ଥିବା ଆବଶ୍ୟକ।

sbiyono.sbi ମୁତାବକ ୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କାର ଟିକେଟ ବୁକ୍ କଲେ ଉପଭୋକ୍ତାଙ୍କୁ ୫୦୦ ଟଙ୍କାର ‘କ୍ରୋମା’ ଗିଫ୍ଟ କାର୍ଡ ଦିଆଯିବ। ଅବଶ୍ୟ ଏହି ଗିଫ୍ଟ କାର୍ଡ ସେତେବେଳେ କାର‌୍ୟ୍ୟକାରୀ ହୋଇପାରିବ ଯେତେବେଳେ ୟୁଜର ଅତିକମରେ ୨୫୦୦ ଟଙ୍କାର କ୍ରୟ କରିବ।

ଏହା ସହ ପଢ଼ନ୍ତୁ :SBI ଗ୍ରାହକଙ୍କୁ ଦେଇଛି ବଡ ଉପହାର, ବିନା ATM କାର୍ଡରେ ମଧ୍ୟ ଉଠାଇ ପାରିବେ ଟଙ୍କା

ଅର୍ଥାତ୍ ଯଦି କୌଣସି ବ୍ୟକ୍ତି ୨୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କାର ଜିନିଷ କିଣିବେ, ତେବେ ତାଙ୍କୁ ମୋଟ ଟଙ୍କା ଉପରେ ୫୦୦ ଟଙ୍କା କମ୍ କରିଦିଆଯିବ।

ଅଫରର ସୂଚନା ଅନୁଯାୟୀ ଏହା ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ ଏସବିଆଇ ଏହି ଅଫର ଡିଲରେ ‘କ୍ରୋମା‘ ସହିତ ବୁଝାମଣା କରିଛି। ହୋଲିକୁ ଆଖି ଆଗରେ ରଖି ୟୁଜର୍ସ ୟୋନୋ ଏସବିଆଇରେ ଅନ୍ୟ ଅଫର ର ଫାଇଦା ମଧ୍ୟ ଉଠାଇପାରିବେ। ପର୍ବରେ ସେମାନେ ନିଜର ପ୍ରିୟଜନଙ୍କୁ ଉୁହୁ(woohoo) ର ଗିଫ୍ଟ କାର୍ଡ ମଧ୍ୟ ଦେଇପାରିବେ। ୟୋନୋ ଏସବିଆଇ ଜରିଆରେ ଏହାକୁ କିଣାଯାଇ ଏହାର ଲାଭ ଉଠାଯାଇପାରିବ। ଏସିବିଆଇର ଏହି ୟୋନୋ ଆପକୁ ଡାଉନଲୋଡ କରିବା ପାଇଁ https://sbiyono.sbi ଏହି ଲିଙ୍କକୁ ଯିବାକୁ ହେବ। ସେହିଭଳି ୟୋନୋ ଏସବିଆଇରେ ଛୁଟି ପାଇଁ ମଧ୍ୟ ଭଲ ଅଫର ଦେଉଛି । ଅଧିକ ଜାଣିବା ପାଇଁ ୟୋନୋ ଆପ୍ ଚେକ୍ କରନ୍ତୁ।

Pritiparna

Recent Posts

ହ୍ରିତିକ ରୋଶନଙ୍କ ଆପାର୍ଟମେଣ୍ଟରେ ଭଡାରେ ରହିବେ କି ବରୁଣ ! ହେବେ ଅକ୍ଷୟ କୁମାରଙ୍କ ପଡୋଶୀ

ବଲିଉଡ ଅଭିନେତା ବରୁଣ ଧୱନ ଆଜିକାଲି ପ୍ରଫେସନାଲ ଏବଂ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ନିକଟରେ…

3 mins ago

ଗାନ୍ଧି ପରିବାରକୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା; ସୋନିଆ ଗାନ୍ଧିଙ୍କୁ କଲେ ଆଲିଙ୍ଗନ, ରାହୁଲ-ପ୍ରିୟଙ୍କାଙ୍କୁ ହାଲ୍‌ଚାଲ ପଚାରିଲେ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି । ଏହି…

7 mins ago

କୋରରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଦି ସି ଆଣ୍ଡ ସେଭେନ ଭିଲେଜସ’

ଭୁବନେଶ୍ୱର : ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ ) ପାଇଁ ମନୋନୀତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ…

13 mins ago

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବରେ ବୁଲୁଥିଲା ଜନ୍ତୁ, କିଏ କହୁଛି ବାଘ ତ କିଏ କହୁଛି ବିଲେଇ ?

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ…

16 mins ago

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

49 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

1 hour ago