Below header

IRCTC : ୫୦୦ର ଟିକେଟ କିଣିଲେ ପାଇବେ ପାଞ୍ଚଶହ ଟଙ୍କାର ଗିଫ୍ଟ, SBIର ଗ୍ରାହକ ଏମିତି ଉଠାନ୍ତୁ ଲାଭ

ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ର ଟିକେଟ ଉପରେ ଏହି ଦିନରେ କମାଲର ଅଫର ମିଳୁଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ)ର YONO (ୟୁ ଓନ୍ଲି ରିଡ ୱାନ୍) ଆପ୍ ଜରିଆରେ ୫୦୦ ଟଙ୍କାର ଟକେଟର ପେମେଣ୍ଟ ଉପରେ ପାଞ୍ଚଶହ ଟଙ୍କାର ଗିଫ୍ଟ ଦେଉଛି। ଅଫରର ଲାଭ ଉଠାଇବା ପାଇଁ ଉପଭୋକ୍ତାଙ୍କ ପାଖରେ ଏହି ମୋବାଇଲ ଆପ୍ ଥିବା ଆବଶ୍ୟକ।

yonosbiyono.sbi ମୁତାବକ ୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କାର ଟିକେଟ ବୁକ୍ କଲେ ଉପଭୋକ୍ତାଙ୍କୁ ୫୦୦ ଟଙ୍କାର ‘କ୍ରୋମା’ ଗିଫ୍ଟ କାର୍ଡ ଦିଆଯିବ। ଅବଶ୍ୟ ଏହି ଗିଫ୍ଟ କାର୍ଡ ସେତେବେଳେ କାର‌୍ୟ୍ୟକାରୀ ହୋଇପାରିବ ଯେତେବେଳେ ୟୁଜର ଅତିକମରେ ୨୫୦୦ ଟଙ୍କାର କ୍ରୟ କରିବ।

ଏହା ସହ ପଢ଼ନ୍ତୁ :SBI ଗ୍ରାହକଙ୍କୁ ଦେଇଛି ବଡ ଉପହାର, ବିନା ATM କାର୍ଡରେ ମଧ୍ୟ ଉଠାଇ ପାରିବେ ଟଙ୍କା

ଅର୍ଥାତ୍ ଯଦି କୌଣସି ବ୍ୟକ୍ତି ୨୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କାର ଜିନିଷ କିଣିବେ, ତେବେ ତାଙ୍କୁ ମୋଟ ଟଙ୍କା ଉପରେ ୫୦୦ ଟଙ୍କା କମ୍ କରିଦିଆଯିବ।

sbi-yono-app-digital-bankଅଫରର ସୂଚନା ଅନୁଯାୟୀ ଏହା ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ ଏସବିଆଇ ଏହି ଅଫର ଡିଲରେ ‘କ୍ରୋମା‘ ସହିତ ବୁଝାମଣା କରିଛି। ହୋଲିକୁ ଆଖି ଆଗରେ ରଖି ୟୁଜର୍ସ ୟୋନୋ ଏସବିଆଇରେ ଅନ୍ୟ ଅଫର ର ଫାଇଦା ମଧ୍ୟ ଉଠାଇପାରିବେ। ପର୍ବରେ ସେମାନେ ନିଜର ପ୍ରିୟଜନଙ୍କୁ ଉୁହୁ(woohoo) ର ଗିଫ୍ଟ କାର୍ଡ ମଧ୍ୟ ଦେଇପାରିବେ। ୟୋନୋ ଏସବିଆଇ ଜରିଆରେ ଏହାକୁ କିଣାଯାଇ ଏହାର ଲାଭ ଉଠାଯାଇପାରିବ। ଏସିବିଆଇର ଏହି ୟୋନୋ ଆପକୁ ଡାଉନଲୋଡ କରିବା ପାଇଁ https://sbiyono.sbi ଏହି ଲିଙ୍କକୁ ଯିବାକୁ ହେବ। ସେହିଭଳି ୟୋନୋ ଏସବିଆଇରେ ଛୁଟି ପାଇଁ ମଧ୍ୟ ଭଲ ଅଫର ଦେଉଛି । ଅଧିକ ଜାଣିବା ପାଇଁ ୟୋନୋ ଆପ୍ ଚେକ୍ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.