Below header

ଆଇପିଏଲ ପ୍ରଥମ ମ୍ୟାଚର ସମସ୍ତ ଟିକେଟ ଟଙ୍କା ପୁଲୱାମା ସହିଦଙ୍କୁ ଦାନ କରିବ CSK

ନୂଆଦିଲ୍ଳୀ : କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାକୁମ୍ଭ। ଏନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍ସାହ। ଏହି ଉତ୍ସାହକୁ ଦ୍ବିଗୁଣିତ କରିଛି ଦ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ତରଫରୁ କରାଯାଇଥିବା ଏକ ଘୋଷଣା। ସିଏସକେ ଏହାର ପ୍ରଥମ ମ୍ୟାଚ ଚେନ୍ନାଇ ଅର୍ଥାତ୍ ତାହାର ହୋମ୍ ଗ୍ରାଉଣ୍ଡରେ ଖେଳିବାକୁ ଯାଉଛି। ତେବେ ଏହି ଖେଳରେ ବିକ୍ରି ହୋଇଥିବା ଟିକେଟ ଟଙ୍କାଙ୍କୁ ଖେଳାଳୀମାନେ ପୁଲୱାମା ସହିଦ ପରିବାରକୁ ଦାନ କରିବେ। ଏହା ବିଷୟରେ ଟିମର ଡାଏରେକ୍ଟର ଗତ ବୁଧବାର ଘୋଷଣା କରିଛନ୍ତି।

mahi virat

ମାର୍ଚ୍ଚ ୨୩ ତାରିଖରେ ଚିପକରେ ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସିଏସକେ ମଧ୍ୟରେ ଆଇପିଏଲର ପ୍ରଥମ ମ୍ୟାଚ୍ ହେବାକୁ ଯାଉଛି। ଯାହାର ପାରିଶ୍ରମିକ ଖେଳାଳୀ ମାନେ ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କୀ ଆକ୍ରମଣ ସହିଦ ପରିବାରଙ୍କୁ ଦାନ କରିବା କଥା ଘୋଷଣା କରିଛନ୍ତି।

ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ତଥା ଦେଶର ସମ୍ମାନସୂଚକ ଭାବେ ରହିଥିବା ଲେଫନାଣ୍ଟଙ୍କ ହାତରୁ ଚେକ୍ ଦିଆଯିବ। ତେବେ ଅନଲାଇନରେ ବର୍ତ୍ତମାନ ପର‌୍ୟ୍ୟନ୍ତ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.