ଆସିଗଲା ଜିଓର ସବୁଠାରୁ ବେଷ୍ଟ ରିଚାର୍ଜ ପ୍ଲାନ, ଦୈନିକ ପାଆନ୍ତୁ ୩ ଜିବି ପର୍ଯ୍ୟନ୍ତ ଡାଟା

ନିଜ ଗ୍ରାହକଙ୍କୁ ପ୍ରତ୍ୟେକଦିନ କିଛି ନା କିଛି ଖାସ୍‌ ସେବା ଯୋଗାଇବାକୁ ରିଲାଏନ୍ସ ଜିଓ ସବୁବେଳେ ତତ୍ପର। ନିଜ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଜିଓ ଆଣିଛି ଏବେ ସବୁଠାରୁ ବେଷ୍ଟ ପ୍ରିପେଡ୍‌ ପ୍ଲାନ। ଏହି ପ୍ଲାନରେ ଗ୍ରାହକ ଅନେକ ସୁବିଧା ପାଇପାରିବେ। ଯଦି ଆପଣ ଏବେ ଜିଓର ବେଷ୍ଟ ପ୍ଲାନର ଖୋଜରେ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବେଷ୍ଟ ପ୍ଲାନ ନେଇ ଆସିଛୁ। ତେବେ ଆଉ ଡେରୀ ନାହିଁ ଜଲଦି ଜାଣନ୍ତୁ ଜିଓର ଏହି ବେଷ୍ଟ ପ୍ରିପେଡ୍‌ ପ୍ଲାନ ବିଷୟରେ।

ଜିଓର ୧୯୯ ଟଙ୍କାର ପ୍ୟାକ୍‌

ଜିଓର ଏହି ପ୍ଲାନରେ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଏହି ପ୍ଲାନର ଭ୍ୟାଲିଡିଟୀ ରହିଛି ୨୮ ଦିନ। କେବଳ ଏତିକି ନୁହେଁ ଏହି ପ୍ଲାନରେ ପ୍ରତିିଦିନ ୧୦୦ ଏସଏମଏସ ଫ୍ରୀ ମଧ୍ୟ ରହିଛି। ଏହାସହିତ ଜିଓ ନେଟଓ୍ଵାର୍କକୁ ଫ୍ରୀରେ କଲ୍‌ କରିପାରିବେ। ଏହାଛଡା ଅନ୍ୟ ନେଟଓ୍ଵାର୍କ ପାଇଁ ଏହି ପ୍ଲାନରେ ୧୦୦୦ ମିନିଟ  କଲିଙ୍ଗର ସୁବିଧା ମିଳୁଛି।

୩୪୯ ଟଙ୍କାର ପ୍ଲାନ

ଏହି ପ୍ଲାନର ଭ୍ୟାଲିଡିଟୀ ୨୮ ଦିନର ଅଟେ। ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ। କେବଳ ଏତିିକି ନୁହେଁ ଏଥିରେ ଜିଓ ନେଟଓ୍ଵାର୍କ ପାଇଁ ଅନଲିମିଟେଡ୍‌ ଫ୍ରୀ କଲିଙ୍ଗର ସୁବିଧା ରହିଛି। କିନ୍ତୁ ଅନ୍ୟ ନେଟଓ୍ଵାର୍କକୁ ୧୦୦୦ ମିନିଟ୍‌ କଲିଂର ସୁବିଧା ରହିଛି। ଏହି ପ୍ଲାନରେ ୧୦୦ ଏସଏମଏସ ମାଗଣାରେ ମିଳିବ। ଅଧିକ ଡାଟା ଚାହୁଁଥିବା ୟୁଜରଙ୍କ ପାଇଁ ଏହି ପ୍ଲାନ ବହୁତ ଖାସ୍‌ ଅଟେ।

୫୯୯ ଟଙ୍କାର ପ୍ଲାନ

୮୪ ଦିନର ଭ୍ୟାଲିଡିଟୀ ସହିତ ଆସୁଥିବା ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସ ମାଗଣାରେ ମିଳିବ। ଏହାଛଡା ଏହି ପ୍ଲାନରେ ଜିଓ ନେଟଓ୍ଵାର୍କ ପାଇଁ ଫ୍ରୀ କଲିଂ ଏବଂ ଅନ୍ୟ ନେଟଓ୍ଵାର୍କକୁ ୩୦୦୦ କଲିଂ ମିନିଟ୍‌ ଦିଆଯାଉଛି। ଏହି ପ୍ଲାନରେ ଅନ୍ୟ ପ୍ଲାନ ଭଳି ଏଥିରେ ମଧ୍ୟ ଜିଓ ଆପର ଫ୍ରୀ ଆକସେସ୍‌ ଦିଆଯାଉଛି।

ଜିଓର ୨,୦୨୦ ଟଙ୍କା ପ୍ଲାନ

ଏହି ପ୍ଲାନ ପୂରା ବର୍ଷ ପାଇଁ ଅଟେ। ଆଜ୍ଞା ହଁ ୩୬୫ ଦିନ ଭ୍ୟାଲିଡିଟୀ ସହିତ ଆସୁଥିବା ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଉଛି। ସେହିପରି ଜିଓ-ଟୁ-ଜିଓ କଲିଂ ମାଗଣାରେ ମିଳିଥାଏ। କିନ୍ତୁ ଅନ୍ୟ ନେଟଓ୍ଵାର୍କ ପାଇଁ ଏହି ପ୍ଲାନରେ ୧୨,୦୦୦ ମିନିଟ୍‌ ମିଳିଥାଏ। ଏହି ପ୍ଲାନରେ ୟୁଜର୍ସଙ୍କୁ ଜିଓ ଆପର ଆକସେସ୍‌ ଫ୍ରୀରେ ମିଳିଥାଏ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago