ଆସିଗଲା ଜିଓର ସବୁଠାରୁ ବେଷ୍ଟ ରିଚାର୍ଜ ପ୍ଲାନ, ଦୈନିକ ପାଆନ୍ତୁ ୩ ଜିବି ପର୍ଯ୍ୟନ୍ତ ଡାଟା

ନିଜ ଗ୍ରାହକଙ୍କୁ ପ୍ରତ୍ୟେକଦିନ କିଛି ନା କିଛି ଖାସ୍‌ ସେବା ଯୋଗାଇବାକୁ ରିଲାଏନ୍ସ ଜିଓ ସବୁବେଳେ ତତ୍ପର। ନିଜ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଜିଓ ଆଣିଛି ଏବେ ସବୁଠାରୁ ବେଷ୍ଟ ପ୍ରିପେଡ୍‌ ପ୍ଲାନ। ଏହି ପ୍ଲାନରେ ଗ୍ରାହକ ଅନେକ ସୁବିଧା ପାଇପାରିବେ। ଯଦି ଆପଣ ଏବେ ଜିଓର ବେଷ୍ଟ ପ୍ଲାନର ଖୋଜରେ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବେଷ୍ଟ ପ୍ଲାନ ନେଇ ଆସିଛୁ। ତେବେ ଆଉ ଡେରୀ ନାହିଁ ଜଲଦି ଜାଣନ୍ତୁ ଜିଓର ଏହି ବେଷ୍ଟ ପ୍ରିପେଡ୍‌ ପ୍ଲାନ ବିଷୟରେ।

ଜିଓର ୧୯୯ ଟଙ୍କାର ପ୍ୟାକ୍‌

ଜିଓର ଏହି ପ୍ଲାନରେ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଏହି ପ୍ଲାନର ଭ୍ୟାଲିଡିଟୀ ରହିଛି ୨୮ ଦିନ। କେବଳ ଏତିକି ନୁହେଁ ଏହି ପ୍ଲାନରେ ପ୍ରତିିଦିନ ୧୦୦ ଏସଏମଏସ ଫ୍ରୀ ମଧ୍ୟ ରହିଛି। ଏହାସହିତ ଜିଓ ନେଟଓ୍ଵାର୍କକୁ ଫ୍ରୀରେ କଲ୍‌ କରିପାରିବେ। ଏହାଛଡା ଅନ୍ୟ ନେଟଓ୍ଵାର୍କ ପାଇଁ ଏହି ପ୍ଲାନରେ ୧୦୦୦ ମିନିଟ  କଲିଙ୍ଗର ସୁବିଧା ମିଳୁଛି।

JIO SIM୩୪୯ ଟଙ୍କାର ପ୍ଲାନ

ଏହି ପ୍ଲାନର ଭ୍ୟାଲିଡିଟୀ ୨୮ ଦିନର ଅଟେ। ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ। କେବଳ ଏତିିକି ନୁହେଁ ଏଥିରେ ଜିଓ ନେଟଓ୍ଵାର୍କ ପାଇଁ ଅନଲିମିଟେଡ୍‌ ଫ୍ରୀ କଲିଙ୍ଗର ସୁବିଧା ରହିଛି। କିନ୍ତୁ ଅନ୍ୟ ନେଟଓ୍ଵାର୍କକୁ ୧୦୦୦ ମିନିଟ୍‌ କଲିଂର ସୁବିଧା ରହିଛି। ଏହି ପ୍ଲାନରେ ୧୦୦ ଏସଏମଏସ ମାଗଣାରେ ମିଳିବ। ଅଧିକ ଡାଟା ଚାହୁଁଥିବା ୟୁଜରଙ୍କ ପାଇଁ ଏହି ପ୍ଲାନ ବହୁତ ଖାସ୍‌ ଅଟେ।

୫୯୯ ଟଙ୍କାର ପ୍ଲାନ

reliance jio୮୪ ଦିନର ଭ୍ୟାଲିଡିଟୀ ସହିତ ଆସୁଥିବା ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସ ମାଗଣାରେ ମିଳିବ। ଏହାଛଡା ଏହି ପ୍ଲାନରେ ଜିଓ ନେଟଓ୍ଵାର୍କ ପାଇଁ ଫ୍ରୀ କଲିଂ ଏବଂ ଅନ୍ୟ ନେଟଓ୍ଵାର୍କକୁ ୩୦୦୦ କଲିଂ ମିନିଟ୍‌ ଦିଆଯାଉଛି। ଏହି ପ୍ଲାନରେ ଅନ୍ୟ ପ୍ଲାନ ଭଳି ଏଥିରେ ମଧ୍ୟ ଜିଓ ଆପର ଫ୍ରୀ ଆକସେସ୍‌ ଦିଆଯାଉଛି।

ଜିଓର ୨,୦୨୦ ଟଙ୍କା ପ୍ଲାନ

ଏହି ପ୍ଲାନ ପୂରା ବର୍ଷ ପାଇଁ ଅଟେ। ଆଜ୍ଞା ହଁ ୩୬୫ ଦିନ ଭ୍ୟାଲିଡିଟୀ ସହିତ ଆସୁଥିବା ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଉଛି। ସେହିପରି ଜିଓ-ଟୁ-ଜିଓ କଲିଂ ମାଗଣାରେ ମିଳିଥାଏ। କିନ୍ତୁ ଅନ୍ୟ ନେଟଓ୍ଵାର୍କ ପାଇଁ ଏହି ପ୍ଲାନରେ ୧୨,୦୦୦ ମିନିଟ୍‌ ମିଳିଥାଏ। ଏହି ପ୍ଲାନରେ ୟୁଜର୍ସଙ୍କୁ ଜିଓ ଆପର ଆକସେସ୍‌ ଫ୍ରୀରେ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.