Below header

ପ୍ରସିଦ୍ଧ ଲେଖିକା ଗୀତା ମେହେତାଙ୍କ ସ୍ବାମୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନି ମେହେତାଙ୍କ ପରଲୋକ

ଭୁବନେଶ୍ବର: Alfred A. Knopfର ଏଡିଟର ଇନ୍ ଚିଫ୍ ତଥା Knopf Doubleday Publishing Groupର ଚେୟାରମ୍ୟାନ୍ ସନି ମେହେତାଙ୍କ ପରଲୋକ । ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସେ ପ୍ରସିଦ୍ଧ ଲେଖିକା ଗୀତା ମେହେତାଙ୍କ ସ୍ବାମୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ।

ଭିଣୋଇଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର କରି ଲେଖିଛନ୍ତି- ମୁଁ ମୋର ଭିଣୋଇ ସେନି ମେହେଟାଙ୍କର ପରଲୋକରେ ଗଭୀର ମର୍ମାହତ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ। ତାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.