୧ ଜାନୁଆରୀରୁ ୧୦ ଗ୍ରାମ ସୁନା ମାଗଣାରେ ଦେବେ ବିଜେପି ସରକାର, ଜାଣନ୍ତୁ କିପରି ପାଇବେ ଏହାର ଲାଭ

ନୂଆବର୍ଷରେ ବୋହୂ ହେବାର ଝିଅମାନଙ୍କ ପାଇଁ ଖୁସିଖବର। କନ୍ୟାଙ୍କୁ ସରକାରଙ୍କ ତରଫରୁ ୧୦ ଗ୍ରାମ ସୁନା ଉପହାର ସ୍ୱରୂପ ଦିଆଯିବ। ସୂଚନା ମୁତାବକ ଏହି ସ୍କିମ୍‌ ୧ ଜାନୁଆରୀ ୨୦୨୦ରୁ ଲାଗୁ ହେବ। ଏହି ଯୋଜନାର ଲାଭ ଉଠାଇବା ପାଇଁ କିଛି ସର୍ତ ମଧ୍ୟ ରଖାଯାଇଛି। ସୂଚନା ମୁତାବକ ଆସାମ ସରକାର ୧ ଜାନୁଆରୀରୁ କନ୍ୟାଙ୍କୁ ୧୦ ଗ୍ରାମ ସୁନା ଉପହାର ଦେବେ। ଆସାମର ବିଜେପି ସରକାର ପୂର୍ବ ମାସରେ ଏହା ଘୋଷଣା କରିଥିଲେ। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଧ ସୋନେଭାଲ ଏହି ଯୋଜନାର ନାଁ ‘ଅରୁନ୍ଧତି ସ୍ୱର୍ଣ୍ଣ ଯୋଜନା’ ରଖିଛନ୍ତି।

dulhanଏହି ଯୋଜନାର ଲାଭ ଉଠାଇବା ପାଇଁ କନ୍ୟାର ପରିବାର ସଦସ୍ୟଙ୍କୁ ବିବାହ ପଞ୍ଜିକୃତ କରିବାକୁ ପଡିବ। ଏହାବ୍ୟତୀତ କନ୍ୟା ୧୦ମ ପର୍ଯ୍ୟନ୍ତ ପାଠ ପଢିଥିବେ ଏବଂ କନ୍ୟା ପରିବାରର ବର୍ଷକୁ ଆୟ ୫ ଲକ୍ଷ ଟଙ୍କା କମ ହୋଇଥିବ। ଅରୁନ୍‌ଧତି ସ୍ୱର୍ଣ୍ଣ ଯୋଜନା କେବଳ ପ୍ରଥମ ବିବାହରେ ପାଇ ପାରିବେ ଅର୍ଥାତ ଦ୍ୱିତୀୟ ବିବାହ କରୁଥିବା ଝିଅମାନଙ୍କୁ ଏହି ଯୋଜନାର ଲାଭ ମିଳିପାରିବ ନାହିଁ।

goldଅରୁନ୍ଧତି ସ୍ୱର୍ଣ୍ଣ ଯୋଜନାରେ ସୁନା ହାତକୁ ଦିଆନଯାଇ ବ୍ୟାଙ୍କ ମାଧ୍ୟମରେ ଟଙ୍କା ଦିଆଯିବ। ବିବାହର ରେଜିଷ୍ଟ୍ରେସନ ଏବଂ ଭେରିଫିକେସନ ପରେ ୩୦,୦୦୦ ଟଙ୍କା ଝିଅର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଏହାପରେ ସୁନା କିଣିବାର ରସିଦ୍ ଜମା କରିବାକୁ ପଡିବ।ଏହି ଲାଭ ପାଇବା ପାଇଁ ବିବାହର ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଜରିଆରେ ରେଜିଷ୍ଟେସନ୍‌ କରିବାକୁ ପଡିବ। ଏଥିସହ ବିବାହ କରୁଥିବା ଝିଅର ବୟସ ୧୮ ବର୍ଷ ଏବଂ ପୁଅର ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ। ସରକାରଙ୍କ ଆଶା ରହିଛି ଯେ ଏହି ଯୋଜନା ଦ୍ୱାରା ଗରିବ ପରିବାରକୁ ନିଶ୍ଚୟ ଲାଭ ମଳିବା ସହ ଏଭଳି ନିଷ୍ପତି ଉପରେ ବିଶ୍ୱାସ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.