ବ୍ୟବସାୟ ଓ ଅର୍ଥନୀତି

ଜିଓ ଲଞ୍ଚ୍‌ କଲା ଦୁନିଆର ସବୁଠାରୁ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌,ମାତ୍ର ୧ ଟଙ୍କା ଦେଇ କରିପାରିବେ ରିଚାର୍ଜ

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଆସିଗଲା ଏବେ ପର୍ଯ୍ୟନ୍ତର ସବୁଠାରୁ ଶସ୍ତା ପ୍ଲାନ। ଥରେ ଯଦି ପ୍ଲାନର ଦାମ୍‌ ବିଷୟରେ ଶୁଣିବେ ତାହେଲେ ଆପଣଙ୍କ ହୋସ୍‌ ଉଡିଯିବ ନିଶ୍ଚିତ। ଜିଓର ଯେଉଁ ପ୍ଲାନ ବିଷୟରେ ଆମେ କହୁଛୁ ତାର ଦାମ ମାତ୍ର ୧ ଟଙ୍କା। ଏହି ଜବରଦସ୍ତ ପ୍ଲାନକୁ ଖାସ୍‌ କରି ମାଇଁ ଜିଓ ଆପ୍‌ ରେ ଲିଷ୍ଟ କରାଯାଇଛି। େଓ୍ଵବରେ ଯଦି ଆପଣ ଦେଖିବେ ତ।ହେଲେ ଆପଣଙ୍କୁ ଏହି ପ୍ଲାନ ନଜର ଆସିବନାହିଁ। ଏହି ପ୍ଲାନକୁ ଭେଲ୍ୟୁ ପ୍ୟାକର ଅଦର ପ୍ୟାକରେ ପ୍ଲେସ୍‌ କରାଯାଇଛି। ତେବେ ଆସନ୍ତୁ ଜାଣିବା ଜିଓର ଏହି ଟଙ୍କିକିଆ ପ୍ଲାର ବେନିଫିଟ୍ସ ଏବଂ ଖାସିୟତ୍‌ ବିଷୟରେ।

ଜିଓର ୧ ଟଙ୍କା ପ୍ଳାନ୍‌

ଏହି ପ୍ଲାନ୍‌ ସେହି ଲୋକଙ୍କ ପାଇଁ ସବୁଠୁ ବଢ଼ିଆ ହେବ ଯେଉଁମାନେ କେବଳ ସିମକୁ ଆକ୍ଟିଭ୍‌ ରଖିବାକୁ ଚାହୁଁଛନ୍ତି। ଏହି ପ୍ଲାନରେ କଲିଙ୍ଗ୍‌ ଏବଂ ଏସଏମଏସ ସୁବିଧା ନାହିଁ। ୧ ଟଙ୍କାର ଏହି ଜିଓ ପ୍ଲାନର ଭ୍ୟାଲିଡିଟୀ ରହିଛି ୩୦ ଦିନ। ଏହି ପ୍ଲାନ କେବଳ 100MB ଡାଟା ଦେଇଥାଏ। ଡାଟା ଶେଷ ହେବା ପରେ ଇଣ୍ଟରନେଟ୍‌ ସ୍ପିଡ୍‌ କମିଯାଇ 60kbps ହୋଇଯିବ।

ଜିଓର ଏହି ୧ଟଙ୍କା ପ୍ଲାନ୍‌ ଏବେ ଦେଶର ସବୁଠାରୁ ଶସ୍ତା ପ୍ଲାନ ହୋଇଯାଇଛି। ଜିଓ ବ୍ୟତୀତ ଅନ୍ୟ କୌଣସି ବି ଟେଲିକମ୍‌ କମ୍ପାନୀ ଏହି ଟଙ୍କିଆ ପ୍ଲାନ୍‌ ଅଫର କରୁନାହାଁନ୍ତି।

ଜିଓ ପାଖରେ ୧୦ ଏବଂ ୨୦ ଟଙ୍କିଆ ପ୍ଲାନ ଶସ୍ତା ପ୍ଲାନ୍‌ ବି ମହଜୁଦ୍‌ ରହିଛି। ୧୦ ଟଙ୍କିଆ ଏହି ପ୍ଲାନରେ ଅନଲିମିଟେଡ୍‌ ଭ୍ୟାଲିଡିଟୀ ସହିତ ୭.୪୭ ଟଙ୍କା ଟକ୍‌ ଟାଇମ୍‌ ମଧ୍ୟ ମିଳିଥାଏ। ସେହିପରି ୨୦ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍‌ ଭ୍ୟାଲିଡିଟୀ ସହିତ ୧୪.୮୫ ଟଙ୍କା ଟକଟାଇମ୍‌ ମିଳିଥାଏ।

 

Pritiparna

Recent Posts

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

3 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

28 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

34 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

34 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

41 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

57 mins ago