ଆମ ଦେଶରେ ଖାଇବାକୁ ଅଧିକ ଲୋକ ପସନ୍ଦ କରିଥାନ୍ତି। ଆଉ ଖାଦ୍ୟ ଯଦି ଟେଷ୍ଟି ହୋଇଥାଏ ତେବେ ମିଳିଥାଏ ସ୍ୱର୍ଗ ସୁଖ। ଏଠାରେ ଲୋକ ଖାଇବାକୁ ଯେତିକ ପସନ୍ଦ କରନ୍ତି। ସେପରି ଖାଦ୍ୟକୁ ନେଇ ବିଭିନ୍ନ ପ୍ରକାର ଟ୍ରାୟ ମଧ୍ୟ କରିଥାନ୍ତି। ପୂର୍ବେ ଯେଉଁ ଖାଦ୍ୟର ନାମ ଆମେ ଶୁଣିନଥିଲେ ।ଏବେ ତାହାକୁ ଖାଉଛେ।
ଖାଦ୍ୟକୁ ନେଇ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ ଥରେ ମନକୁ ଛୁଇଁଲେ, ତାହା ହୋଇଯାଏ ଆମ ମନ ପସନ୍ଦ ଖାଦ୍ୟ। ଏଇ ଯେମିତି ମୋମୋ। ବଜାରରେ ମୋମୋ ଚାହିଦା ବଢ଼ିବା କାରଣରୁ ଏହାର ଭିନ୍ନ ଭିନ୍ନ ଏକ୍ସପେରିମେଣ୍ଟ ମଧ୍ୟ ଲୋକଙ୍କୁ ପସନ୍ଦ ଆସୁଛି। ଭେରାଇଟିରେ କିଛି ବି କମ୍ପ୍ରମାଇଜ କରାଯାଉନି। ଆପଣ ବଜାରରେ ଷ୍ଟିମ ମୋମୋ, ଫ୍ରାଏ ମୋମୋ, ତନ୍ଦୁରୀ ମୋମୋ ନିହାତି ଖାଇଥିବେ। କିନ୍ତୁ ଏବେ କୁଲହଡ଼ ମୋମୋ ବଜାରକୁ ଆସିଛି। ମାନେ ମାଟି କପ୍ ରେ ଏବେ ମିଳିବ ସ୍ୱାଦିଷ୍ଟ ମୋମୋ।
ମୋମୋ ଏବେ ଭାରତୀୟଙ୍କ ପ୍ରିୟ ଖାଦ୍ୟ। ଏହା ପ୍ରଥମତଃ ଷ୍ଟିମ ବା ସିଝାଇ ଖାଇବାକୁ ଦିଆଯାଉଥିଲା। କିନ୍ତୁ ଧିରେ ଧିରେ ଏଥିରେ ଏକ୍ସପେରିମେଣ୍ଟ କରାଗଲା। ଏବେ ବଜାରକୁ କୁଲହଡ ମୋମୋ ଆସିଛି। ଯାହାର ସ୍ୱାଦକୁ ନେଇ ଚର୍ଚ୍ଚା ଖୁବ ଜୋର ଚାଲିଛି। ଏବେ ପର୍ଯ୍ୟନ୍ତ ଆପଣ ମାଟି କପ ଚା ନିଶ୍ଚିତ ପିଇଥିବେ। କିନ୍ତୁ ଏବେ ମାଟି କପ୍ରେ ମୋମୋ ଭର୍ତ୍ତି କରି ନୂଆ ଅନ୍ଦାଜରେ ଦିଆଯାଉଛି।
ସୋସିଆଲ ମିଡିଆରେ ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଏହାକୁ ଇନଷ୍ଟାଗ୍ରାମରେ ଦିଲ୍ଲୀର ଫୁଡ ବ୍ଲଗର ହାର୍ଦ୍ଦିକ ମାଲିକ ସେୟାର କରିଛନ୍ତି। ଏଥିରେ ସେ ପୁରା ପ୍ରୋସେସ ଦେଖାଇଛନ୍ତି। ଦେଖିବାକୁ ପୁରା ସ୍ୱାଦିଷ୍ଟ ମଧ୍ୟ ଲାଗୁଛି। ଅନେକ ଲୋକ ଏହାକୁ ଖୁବ ପସନ୍ଦ କରିଛନ୍ତି। ୨.୫ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି । ଏହାକୁ ଦେଖି ଅନେକ ଲୋକ ଖାଇବାକୁ ପହଞ୍ଚିଛନ୍ତି।
କେନ୍ଦ୍ରାପଡ଼ା (କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…
ପୁରୀ(କେନ୍ୟୁଜ୍): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…
କେନ୍ୟୁଜ୍: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…