ବଜାରକୁ ଆସିଲା ସ୍ୱାଦିଷ୍ଟ କୁଲହଡ୍‌ ମୋମୋ, ଭିଡ଼ିଓ ହେଉଛି ଖୁବ ଭାଇରାଲ

ଆମ ଦେଶରେ ଖାଇବାକୁ ଅଧିକ ଲୋକ ପସନ୍ଦ କରିଥାନ୍ତି। ଆଉ ଖାଦ୍ୟ ଯଦି ଟେଷ୍ଟି ହୋଇଥାଏ ତେବେ ମିଳିଥାଏ ସ୍ୱର୍ଗ ସୁଖ। ଏଠାରେ ଲୋକ ଖାଇବାକୁ ଯେତିକ ପସନ୍ଦ କରନ୍ତି। ସେପରି ଖାଦ୍ୟକୁ ନେଇ ବିଭିନ୍ନ ପ୍ରକାର ଟ୍ରାୟ ମଧ୍ୟ କରିଥାନ୍ତି। ପୂର୍ବେ ଯେଉଁ ଖାଦ୍ୟର ନାମ ଆମେ ଶୁଣିନଥିଲେ ।ଏବେ ତାହାକୁ ଖାଉଛେ।

ଖାଦ୍ୟକୁ ନେଇ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ ଥରେ ମନକୁ ଛୁଇଁଲେ, ତାହା ହୋଇଯାଏ ଆମ ମନ ପସନ୍ଦ ଖାଦ୍ୟ। ଏଇ ଯେମିତି ମୋମୋ। ବଜାରରେ ମୋମୋ ଚାହିଦା ବଢ଼ିବା କାରଣରୁ ଏହାର ଭିନ୍ନ ଭିନ୍ନ ଏକ୍ସପେରିମେଣ୍ଟ ମଧ୍ୟ ଲୋକଙ୍କୁ ପସନ୍ଦ ଆସୁଛି। ଭେରାଇଟିରେ କିଛି ବି କମ୍ପ୍ରମାଇଜ କରାଯାଉନି। ଆପଣ ବଜାରରେ ଷ୍ଟିମ ମୋମୋ, ଫ୍ରାଏ ମୋମୋ, ତନ୍ଦୁରୀ ମୋମୋ ନିହାତି ଖାଇଥିବେ। କିନ୍ତୁ ଏବେ କୁଲହଡ଼ ମୋମୋ ବଜାରକୁ ଆସିଛି। ମାନେ ମାଟି କପ୍‌ ରେ ଏବେ ମିଳିବ ସ୍ୱାଦିଷ୍ଟ ମୋମୋ।

ମୋମୋ ଏବେ ଭାରତୀୟଙ୍କ ପ୍ରିୟ ଖାଦ୍ୟ। ଏହା ପ୍ରଥମତଃ ଷ୍ଟିମ ବା ସିଝାଇ ଖାଇବାକୁ ଦିଆଯାଉଥିଲା। କିନ୍ତୁ ଧିରେ ଧିରେ ଏଥିରେ ଏକ୍ସପେରିମେଣ୍ଟ କରାଗଲା। ଏବେ ବଜାରକୁ କୁଲହଡ ମୋମୋ ଆସିଛି। ଯାହାର ସ୍ୱାଦକୁ ନେଇ ଚର୍ଚ୍ଚା ଖୁବ ଜୋର ଚାଲିଛି। ଏବେ ପର୍ଯ୍ୟନ୍ତ ଆପଣ ମାଟି କପ ଚା ନିଶ୍ଚିତ ପିଇଥିବେ। କିନ୍ତୁ ଏବେ ମାଟି କପ୍‌ରେ ମୋମୋ ଭର୍ତ୍ତି କରି ନୂଆ ଅନ୍ଦାଜରେ ଦିଆଯାଉଛି।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଏହାକୁ ଇନଷ୍ଟାଗ୍ରାମରେ ଦିଲ୍ଲୀର ଫୁଡ ବ୍ଲଗର ହାର୍ଦ୍ଦିକ ମାଲିକ ସେୟାର କରିଛନ୍ତି। ଏଥିରେ ସେ ପୁରା ପ୍ରୋସେସ ଦେଖାଇଛନ୍ତି। ଦେଖିବାକୁ ପୁରା ସ୍ୱାଦିଷ୍ଟ ମଧ୍ୟ ଲାଗୁଛି। ଅନେକ ଲୋକ ଏହାକୁ ଖୁବ ପସନ୍ଦ କରିଛନ୍ତି। ୨.୫ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି । ଏହାକୁ ଦେଖି ଅନେକ ଲୋକ ଖାଇବାକୁ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.