ଜିଓ ଲଞ୍ଚ୍ କଲା ଦୁନିଆର ସବୁଠାରୁ ଶସ୍ତା ପ୍ରିପେଡ୍ ପ୍ଲାନ୍,ମାତ୍ର ୧ ଟଙ୍କା ଦେଇ କରିପାରିବେ ରିଚାର୍ଜ

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଆସିଗଲା ଏବେ ପର୍ଯ୍ୟନ୍ତର ସବୁଠାରୁ ଶସ୍ତା ପ୍ଲାନ। ଥରେ ଯଦି ପ୍ଲାନର ଦାମ୍ ବିଷୟରେ ଶୁଣିବେ ତାହେଲେ ଆପଣଙ୍କ ହୋସ୍ ଉଡିଯିବ ନିଶ୍ଚିତ। ଜିଓର ଯେଉଁ ପ୍ଲାନ ବିଷୟରେ ଆମେ କହୁଛୁ ତାର ଦାମ ମାତ୍ର ୧ ଟଙ୍କା। ଏହି ଜବରଦସ୍ତ ପ୍ଲାନକୁ ଖାସ୍ କରି ମାଇଁ ଜିଓ ଆପ୍ ରେ ଲିଷ୍ଟ କରାଯାଇଛି। େଓ୍ଵବରେ ଯଦି ଆପଣ ଦେଖିବେ ତ।ହେଲେ ଆପଣଙ୍କୁ ଏହି ପ୍ଲାନ ନଜର ଆସିବନାହିଁ। ଏହି ପ୍ଲାନକୁ ଭେଲ୍ୟୁ ପ୍ୟାକର ଅଦର ପ୍ୟାକରେ ପ୍ଲେସ୍ କରାଯାଇଛି। ତେବେ ଆସନ୍ତୁ ଜାଣିବା ଜିଓର ଏହି ଟଙ୍କିକିଆ ପ୍ଲାର ବେନିଫିଟ୍ସ ଏବଂ ଖାସିୟତ୍ ବିଷୟରେ।
ଜିଓର ୧ ଟଙ୍କା ପ୍ଳାନ୍
ଏହି ପ୍ଲାନ୍ ସେହି ଲୋକଙ୍କ ପାଇଁ ସବୁଠୁ ବଢ଼ିଆ ହେବ ଯେଉଁମାନେ କେବଳ ସିମକୁ ଆକ୍ଟିଭ୍ ରଖିବାକୁ ଚାହୁଁଛନ୍ତି। ଏହି ପ୍ଲାନରେ କଲିଙ୍ଗ୍ ଏବଂ ଏସଏମଏସ ସୁବିଧା ନାହିଁ। ୧ ଟଙ୍କାର ଏହି ଜିଓ ପ୍ଲାନର ଭ୍ୟାଲିଡିଟୀ ରହିଛି ୩୦ ଦିନ। ଏହି ପ୍ଲାନ କେବଳ 100MB ଡାଟା ଦେଇଥାଏ। ଡାଟା ଶେଷ ହେବା ପରେ ଇଣ୍ଟରନେଟ୍ ସ୍ପିଡ୍ କମିଯାଇ 60kbps ହୋଇଯିବ।
ଜିଓର ଏହି ୧ଟଙ୍କା ପ୍ଲାନ୍ ଏବେ ଦେଶର ସବୁଠାରୁ ଶସ୍ତା ପ୍ଲାନ ହୋଇଯାଇଛି। ଜିଓ ବ୍ୟତୀତ ଅନ୍ୟ କୌଣସି ବି ଟେଲିକମ୍ କମ୍ପାନୀ ଏହି ଟଙ୍କିଆ ପ୍ଲାନ୍ ଅଫର କରୁନାହାଁନ୍ତି।
ଜିଓ ପାଖରେ ୧୦ ଏବଂ ୨୦ ଟଙ୍କିଆ ପ୍ଲାନ ଶସ୍ତା ପ୍ଲାନ୍ ବି ମହଜୁଦ୍ ରହିଛି। ୧୦ ଟଙ୍କିଆ ଏହି ପ୍ଲାନରେ ଅନଲିମିଟେଡ୍ ଭ୍ୟାଲିଡିଟୀ ସହିତ ୭.୪୭ ଟଙ୍କା ଟକ୍ ଟାଇମ୍ ମଧ୍ୟ ମିଳିଥାଏ। ସେହିପରି ୨୦ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍ ଭ୍ୟାଲିଡିଟୀ ସହିତ ୧୪.୮୫ ଟଙ୍କା ଟକଟାଇମ୍ ମିଳିଥାଏ।