Below header

ଦିନକୁ ୫ଟି କାଜୁ ଜଣେ ବ୍ୟକ୍ତି ପାଇଁ ଯଥେଷ୍ଟ, ଏହାଠୁ ଅଧିକ ଖାଇଲେ ବଢ଼ିପାରେ ସମସ୍ୟା; ବିଷ ସମାନ ହୋଇଥାଏ ଏହାର ପ୍ରଭାବ!

କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କପର୍‌, ଜିଙ୍କ୍, ଆଇରନ୍, ମାଙ୍ଗାନିଜ୍ ଏବଂ ସେଲେନିୟମ୍ ଭଳି ଖଣିଜ ପଦାର୍ଥ ମିଳିଥାଏ। ଏଥି ସହିତ ଏଥିରେ ଭିଟାମିନ୍-ଇ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ କିଛି ସ୍ୱାସ୍ଥ୍ୟ ସମସ୍ୟାରେ ଆପଣଙ୍କୁ କାଜୁ ସେବନ ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଏହି ସମସ୍ୟାଗୁଡିକରେ ଖାଲି ପେଟରେ ଅଧିକ କାଜୁ ଖାଇ ନେବେ, ତା’ ହେଲେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇବ।

ଉଚ୍ଚ ରକ୍ତଚାପରେ: କାଜୁରେ ସୋଡିୟମର ମାତ୍ରା ରହିଥାଏ। ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ଖାଇବେ, ତ ଏଥିରୁ ଶରୀରରେ ସୋଡିୟମର ସ୍ତର ବଢ଼ି ଯାଇପାରେ। ଉଚ୍ଚ ରକ୍ତଚାପ ସମସ୍ୟାରେ ସୋଡିୟମ୍ ସ୍ତର ବୃଦ୍ଧି ଘଟିଲେ ଆପଣଙ୍କ ପାଇଁ ସମସ୍ୟା ବଢ଼ିପାରେ।

ପେଟ ଫୁଲିବା ଏବଂ ଗ୍ୟାସ୍ ସମସ୍ୟା: କାଜୁରେ ଫାଇବରର ମାତ୍ରା ରହିଥାଏ। ଅଧିକ ପରିମାଣରେ ଏବଂ ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଶରୀରରେ ଫାଇବରର ମାତ୍ରା ବଢ଼ି ଯାଇଥାଏ। ଏହାଦ୍ୱାରା ପେଟ ଫୁଲିବା ଏବଂ ଗ୍ୟାସ ସମସ୍ୟା ହୋଇପାରେ।

କିଡନୀ ସମସ୍ୟାରେ: କାଜୁରେ ପୋଟାସିୟମ୍ ଥାଏ। ଯଦି ଆପଣଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଅଛି, ତ ଏମିତି ସ୍ଥିତିରେ ଶରୀରରେ ପୋଟାସିୟମର ସ୍ତର ବଢ଼ିବା ଦ୍ୱାରା ରୋଗ ବଢ଼ିପାରେ। କିଡନୀ ସମ୍ବନ୍ଧୀୟ ସମସ୍ୟାରେ କାଜୁର ସେବନ ଅଧିକ ମାତ୍ରାରେ କରନ୍ତୁ ନାହିଁ। ଗୋଟିଏ ଦିନରେ ଜଣେ ବ୍ୟକ୍ତି ୪ରୁ ୫ଟି କାଜୁ ସେବନ କରି ପାରିବେ। ଯଦି ଆପଣ କୌଣସି ରୋଗରେ ପଡ଼ିଛନ୍ତି, ତା’ ହେଲେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହାକୁ ଖାଆନ୍ତୁ।

କେଉଁମାନଙ୍କୁ କାଜୁ ଖାଇବା ମନା

-ମାଇଗ୍ରେନ ବା ମୁଣ୍ଡବିନ୍ଧା ହେଉଥିବା ବ୍ୟକ୍ତି ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହେଁ। ଏଥିରେ ରହିଥିବା ଏମିନୋ ଏସିଡ୍‌ ମୁଣ୍ଡ ବିନ୍ଧା ବଢ଼ାଇ ଥାଏ।

-ଯେଉଁ ବ୍ୟକ୍ତିଙ୍କର ଗଲ୍‌ବ୍ଲାଡର ଷ୍ଟୋନ ବା ଅନ୍ୟାନ୍ୟ କୌଣସି ପ୍ରକାର ଷ୍ଟୋନ ସମସ୍ୟା ରହିଥାଏ, ତେବେ ଭୁଲରେ ମଧ୍ୟ କାଜୁ ଖାଆନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢ଼ିବାର ସମ୍ଭାବନା ରହିଥାଏ।

-ମୋଟାପଣର ଶିକାର ହୋଇଥିବା ବ୍ୟକ୍ତି କାଜୁ ଖାଇବା ଉଚିତ୍ ନୁହେଁ। କାରଣ, ୩୦ ଗ୍ରାମ କାଜୁରେ ୧୬୩ କ୍ୟାଲୋରୀ ଏବଂ ୧୩.୧ ଫ୍ୟାଟ୍‌ ରହିଥାଏ। ତେଣୁ ଏହାର ଅଧିକ ସେବନ ଓଜନ ବଢ଼ାଇ ଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.