କୁମ୍ଭମେଳା ପାଇଁ ଜିଓର ସୁବର୍ଣ୍ଣ ଅଫର, ହଜିବା ଲୋକଙ୍କୁ ଖୋଜିବା ସହ ବିଭିନ୍ନ ଭିଡ଼ିଓ ଦେଖାଇବ ଜିଓ କୁମ୍ଭମେଳା ଫୋନ୍

ନୂଆଦିଲ୍ଲୀ : ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବାପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ। ଏବେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ନେଇ ଆସିଛି ‘କୁମ୍ଭ ଜିଓ-ଫୋନ’ ସେବା। ଯାହା ଆଗାମୀ କୁମ୍ଭ ମେଳାରେ ଉପଭୋକ୍ତାମାନଙ୍କ ପାଇଁ ଆଣିଦେବ ଅନନ୍ୟ ଅନୁଭୂତି ଓ ସୁବିଧା | ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାପାଇଁ ପ୍ରାୟ ୧୩୦ ନିୟୁତରୁ ଉର୍ଧ୍ଵ ତୀର୍ଥଯାତ୍ରୀଙ୍କ ସମାଗମ ହେଉଥିବା ୫୫ ଦିନର ଏହି କୁମ୍ଭ ମହୋତ୍ସବ ବିଶ୍ୱର ସର୍ବବୃହତ ଜନସମାଗମ | ଜାନୁଆରୀ ୧୫ ରୁ ମାର୍ଚ୍ଚ ୪ ଯାଏ ହେଉଥିବା ଏହି କୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ଭକ୍ତିପୂତ ଅନୁଭୂତିକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଜିଓ ଫୋନ ନେଇ ଆସିଛି ଏକ ଅଭିନବ ଡିଜିଟାଲ ସେବା ସମ୍ଭାର ‘କୁମ୍ଭ ଜିଓ-ଫୋନ’ |

କଣ ରହିଛି ଜିଓ କୁମ୍ଭମେଳା ଅଫର

କୁମ୍ଭ ଜିଓ ଫୋନ ଡିଜିଟାଲ ସେବା ସମ୍ଭାର ମଧ୍ୟରେ ଉପଲବ୍ଧ ହେଉଥିବା ବିବିଧ ସୁବିଧା ମଧ୍ୟରେ ରହିଛି କୁମ୍ଭ ସମ୍ବନ୍ଧରେ ବିଷଦ ତଥ୍ୟ ଓ ସୂଚନା, ସ୍ୱତନ୍ତ୍ର ଟ୍ରେନ ଓ ବସ ଭଳି ଗମନଗମନ ସମ୍ପର୍କିତ ତତ୍-କ୍ଷଣାତ ସୂଚନା, ପୂର୍ବ ପ୍ରକାଶିତ ସ୍ନାନ ଓ ବୁଡ଼ ତଥା ଧାର୍ମିକ ତିଥି ସମୟ ନିର୍ଘଣ୍ଟ, ଜରୁରୀକାଳୀନ ସହାୟତା ନମ୍ବର ସମୂହ, ରାସ୍ତା ଓ ଅଂଚଳ ମ୍ୟାପ, ଟିକେଟ ବୁକିଂ ଓ ଅପଡେଟ ସୂଚନା, ଷ୍ଟେସନରେ ଯାତ୍ରୀ ଆଶ୍ରୟ ସୂଚନା, ରେଳବାଇ କ୍ୟାମ୍ପ ମେଳା ସମ୍ବନ୍ଧିତ ସୂଚନା ଇତ୍ୟାଦି|

କେଉଁଠି ରହିଛି ଉପଲବ୍ଧ :

ଯେକୌଣସି ଜିଓ-ଫୋନରେ ଜିଓ ଷ୍ଟୋରରେ ଉପଲବ୍ଧ ରହିଥିବା ଏହି କୁମ୍ଭ ଜିଓ ଫୋନ ଆପ୍ପରେ ରହିଛି ଫ୍ୟାମିଲି ଲୋକେଟର ଓ ଖୋୟା-ପାୟା ଭଳି ସ୍ୱତନ୍ତ୍ର ସୁବିଧା ଯାହାଦ୍ୱାରା କୁମ୍ଭମେଳାରେ ତୀର୍ଥଯାତ୍ରୀମାନେ ନିଜ ପରିବାର, ବନ୍ଧୁ ଓ ସମ୍ପର୍କୀୟଙ୍କ ଅବସ୍ଥିତି ସମ୍ପର୍କରେ ସଠିକ ସୂଚନା ପାଇପାରିବେ ଏବଂ ଏକାଠି ହୋଇପାରିବେ |

ନିଅନ୍ତୁ ଜିଓ ସହ କୁମ୍ଭମେଳାର ମଜା

ସେହିଭଳି ସମସ୍ତ ଜିଓ ଉପଭୋକ୍ତାଙ୍କୁ କୁମ୍ଭ ମେଳାର ଆନନ୍ଦ ଦେବାପାଇଁ ଜିଓ ଟିଭି ମାଧ୍ୟମରେ କୁମ୍ଭ ଦର୍ଶନରେ ଚଳିତ କୁମ୍ଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ସହିତ ପୂର୍ବରୁ ହୋଇଥିବା କୁମ୍ଭ ସମ୍ପର୍କିତ ଭିଡ଼ିଓ ଉପଲବ୍ଧ ହେବ | ସେହିଭଳି ଜିଓ ସାବନରେ ସ୍ୱତନ୍ତ୍ର କୁମ୍ଭ ରେଡ଼ିଓରେ କୁମ୍ଭ ମେଳା ସମ୍ପର୍କିତ ଭକ୍ତି ସଂଗୀତ, ମନ୍ତ୍ରୋଚ୍ଚାରଣ ଓ ଶ୍ଳୋକ ଉପଲବ୍ଧ କରାଯାଇଛି | ଏଥିସହିତ କୁମ୍ଭ ସମ୍ପର୍କିତ ସମସ୍ତ ନ୍ୟୁଜ ଆଲର୍ଟ କୁମ୍ଭ ଜିଓ ଫୋନ ଜରିଆରେ ସମସ୍ତଙ୍କ ହାତପାହାନ୍ତାରେ ଉପଲବ୍ଧ ହେବ | କୁମ୍ଭ ଅବସରରେ ମନୋରଞ୍ଜନ ପାଇଁ ବିଭିନ୍ନ ଗେମ ସହିତ ଓ ପ୍ରତିଦିନ କୁମ୍ଭ କୁଇଜ଼ ବ୍ୟବସ୍ଥା ରହିଛି ଯେଉଁଥିରେ ଭାଗନେଇ ଉପଭୋକ୍ତାମାନେ ମନଲଖି ଉପହାର ଜିତି ପାରିବେ |

ଜିଓ ଫୋନ ଅଫର :

ଏସବୁ ସୁବିଧା ସାଙ୍ଗକୁ ଉପଭୋକ୍ତା ଜିଓ ଫୋନର ସମସ୍ତ ଆକର୍ଷଣୀୟ ସୁବିଧା ଯେପରିକି ମାଗଣା ଭଏସ କଲ, ସର୍ବନିମ୍ନ ମୂଲ୍ୟରେ ଅସୀମିତ ଇଣ୍ଟରନେଟ ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ସାବନ ମ୍ୟୁଜ଼ୀକ, ଜିଓ ଗେମ୍ସ, ଫେସବୁକ, ହ୍ୱାଟ୍ସଅପ୍ପ, ୟୁଟୁବ, ଗୁଗୁଲ ମ୍ୟାପ୍ସ ଭଳି ବିଶ୍ୱସ୍ତରୀୟ ଆପ୍ସର ମଜା ନେଇପାରିବେ | ସେହିଭଳି ଗୁଗୁଲ ଭଏସ ଆସିଷ୍ଟାଣ୍ଟ ସେବା ଉପଯୋଗ କରି ଭଏସ କମାଣ୍ଡ ଜରିଆରେ ଫୋନ ବ୍ୟବହାର କରିପାରିବେ |

କୁମ୍ଭ ଜିଓ ଫୋନ ସମ୍ପର୍କରେ ସୂଚନା ଦେବା ଅବସରରେ ଜିଓ ମୁଖପାତ୍ର ପ୍ରକାଶ କରିଛନ୍ତି ଯେ ” ଜିଓ ଫୋନ ହେଉଛି ଏକ ଅଭିନବ ଉଦ୍ୟମ ଏବଂ କୁମ୍ଭ ଜିଓ-ଫୋନ ଶୁଭାରମ୍ଭ ଜିଓ ଫୋନ ଉପଭୋକ୍ତାମାନଙ୍କୁ ନୂତନ ତଥା ଅଭିନବ ସୁବିଧା ପ୍ରଦାନ କରିବା ଦିଗରେ ଆମର ପ୍ରୟାସର ପରିଚାୟକ | ସ୍ୱଳ୍ପ ମୂଲ୍ୟରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇ ପାରିଥିବାରୁ ଜିଓ ଫୋନ ସମ୍ପ୍ରତି ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଫୋନେ ହୋଇପାରିଛି |

ଆମେ ଏଥିପାଇଁ ଗର୍ବିତ ଯେ ପ୍ରତିଟି ଭାରତୀୟ ଏବେ ମାତ୍ର ୫୦୧ ଟଙ୍କାରେ ସ୍ମାର୍ଟଫୋନ ବ୍ୟବହାର କରିବାର ମଜା ନେଇପାରୁଛନ୍ତି ଏବଂ ବିଶ୍ୱସ୍ତରୀୟ ସୁବିଧା ଓ ଫିଚର ଉପଭୋଗ କରିଛନ୍ତି ଯାହା ଭାରତରେ ନିର୍ମିତ, ଭାରତ ପାଇଁ ନିର୍ମିତ ଏବଂ ଭାରତ ଦ୍ୱାରା ନିର୍ମିତ” | ଜିଓ ପକ୍ଷରୁ ଏସବୁ ସୁବିଧା ଓ ଅନୁଭୂତି ଉପଲବ୍ଧ କରାଇବା ପାଇଁ ଉତ୍ତରପ୍ରଦେଶ ପୋଲିସ ଓ KASH IT ସହିତ ନିରନ୍ତର ଭାବରେ କାର୍ଯ୍ୟ କରାଯାଉଛି | ସମସ୍ତ ବର୍ତମାନର ଓ ନୂଆ ଉପଭୋକ୍ତା ଜିଓ ଫୋନରେ ଜିଓ ଷ୍ଟୋରରୁ କୁମ୍ଭ ଜିଓ ଫୋନ ସେବା ପାଇପାରିବେ | କୁମ୍ଭ ଜିଓ ଫୋନ କିମ୍ବା ଜିଓଫୋନ ସମ୍ପର୍କିତ ସମସ୍ତ ପ୍ରକାର ପ୍ରଶ୍ନ ଓ ସହାୟତା ପାଇଁ ରିଲାଏନ୍ସ ରିଟେଲ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ୧୯୯୧ ବ୍ୟବସ୍ଥା କରାଯାଇଛି |

KNews Bureau

Recent Posts

ବଦଳିଲା ଫିଲ୍ମ ‘ହମାରେ ବାରହ’ ରିଲିଜ୍‌ ଡେଟ୍‌, ବମ୍ବେ ହାଇକୋର୍ଟ ଦେଲା ନିର୍ଦ୍ଦେଶ

ଫିଲ୍ମ ‘ହମାରେ ବାରହ’ ଜୁନ୍ ୭ ଅର୍ଥାତ ଆଜି ସିନେମା ହଲ୍‌ରେ ରିଲଜ୍‌ ହେବାରଥିଲା । କିନ୍ତୁ ଏହାକୁ ନେଇ…

10 mins ago

ଚଣ୍ଡିଗଡ଼ ବିମାନବନ୍ଦରରେ ଚାପୁଡା ଖାଇବା ପରେ, ଏକ୍ସରେ ନିଜର ପ୍ରତିକ୍ରିୟା ରଖିଲେ କଙ୍ଗନା

ନୂଆଦିଲ୍ଲୀ:  ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।…

20 mins ago

World Food Safety Day: ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟକୁ କୁହନ୍ତୁ Goodbye

ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଡାଇବେଟିସଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ରୋଗ ପର୍ଯ୍ୟନ୍ତ, ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର…

24 mins ago

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ: ଓକିଲଙ୍କ ସୂଚନା

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବ ତିନିଦିନିଆ ଅନ୍ତରୀଣ ଜାମିନ ପ୍ରଦାନ ।  ଖୋର୍ଦ୍ଧାର ନବ ନିର୍ବାଚିତ ବିଜେପି ବିଧାୟକ ପ୍ରଶାନ୍ତ…

29 mins ago

କଙ୍ଗନା ରାଣାଓ୍ଵତଙ୍କୁ ଭେଟିଲେ ଚିରାଗ ପାସଓ୍ଵାନ, ସଂସଦ ପରିସରରେ ପରସ୍ପରକୁ କଲେ ସ୍ୱାଗତ

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଏବେ ମୋଦି ସରକାର ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛନ୍ତି ।…

60 mins ago

ସାବିତ୍ରୀ ବ୍ରତ ପୂଜାକୁ ନେଇ ଦୁଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳକାଣ୍ଡ

ଜଳେଶ୍ୱର(କେନ୍ୟୁଜ): ସାବିତ୍ରୀ ବ୍ରତ ପୂଜାକୁ ନେଇ ତୁମୁଳ କାଣ୍ଡ । ପୂଜକଙ୍କୁ ନେଇ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।…

1 hour ago