ବ୍ୟବସାୟ ଓ ଅର୍ଥନୀତି

କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିଥିଲେ ମିଳିବ Zoom India ରେ ଚାକିରି, ଜାଣନ୍ତୁ କେମିତି

ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ମଲ୍ଟିନ୍ୟାସନାଲ କମ୍ପାନୀ ଜୁମ୍‌ ଇଣ୍ଡିଆରେ ବିଗ୍‌ ଡାଟା ଇଂଜିନିୟରିଂ ପଦବୀ ଖାଲିପଡିଛି। ଡାଟା ଇଂଜିନିୟରିଂ ସମ୍ବନ୍ଧୀୟ କାମରେ ଅଭିଜ୍ଞତା ରଖିଥିବା ବିଟେକ ସ୍ନାତକ ଏହି ପଦବୀରେ ଆବେଦନ କରିପାରିବେ।

ପଦବୀ ବିବରଣୀ : ବିଗ୍‌ ଡାଟା ଇଂଜିନିୟର

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀB.tech ରେ ସ୍ନାତକ କରିଥିବା ଜରୁରୀ।

ଡାଟା ଇଂଜିନିରିୟରିରେ ଅତି କମ୍‌ରେ ୪ ବର୍ଷର ଅଭିଜ୍ଞତା ଥିବା ଜରୁରୀ। କମ୍ପ୍ୟୁଟର ସାଇନ୍ସରେ କିମ୍ବା ସମ୍ବନ୍ଧୀୟ ଫିଲ୍ଡରେ ସ୍ନାତକ କିମ୍ବା ଆଡଭାନ୍ସ ଡିଗ୍ରୀ କରିଥିବା ଜରୁରୀ। ପାଇଥନ, ସ୍ପାର୍କ୍ସ, ଜାଭା ପ୍ରୋଗ୍ରାମିଂରେ ଅଭିଜ୍ଞତା ଥିବା ଜରୁରୀ। ଡାଟା କ୍ଲିଂନି, ରେସଲିଂ, ଭିଜୁଲାଇଜେସନ ଏବଂ ରିପୋର୍ଟିଂ ବୁଝିବାକୁ ହେବ। ଡାଟା ମାଇନିଂ, ମସିନ ଲର୍ଣ୍ଣିଂ, ଇନଫରମେସନ ରିଟ୍ରିଭାଲ ଇତ୍ୟାଦି ଜାଣିଥିବା ଜରୁରୀ।

କାମ କ’ଣ :

– ପ୍ରୋଜେକ୍ଟସ ଏବଂ ଅନ୍ୟ ଇଣ୍ଟର୍ଣ୍ଣସିପ ସମ୍ବନ୍ଧୀୟ ଡାଟାକୁ ସଂଗ୍ରହ କରି ପ୍ରୋସେସ କରିବାକୁ ହେବ।
– ଡାଟା ଆପ୍ଲିକେସନ ଡିଜାଇନ ଏବଂ ଡେଭଲପ୍‌ କରିବାକୁ ହେବ।
– ସ୍କ୍ରିପ୍ଟ ରାଇଟିଂ, େଓ୍ଵବ ସ୍କ୍ରାପିଂ, ଏପିଆଇ (API), (SQL Queries) ପ୍ରସ୍ତୁତ କରିବାକୁ ହେବ।
– ଇଂଜିନିୟରିଂ ଟିମ୍‌ ସହିତ ମିଶି ଜୁମ୍‌ ପ୍ରଡକ୍ସନ ସିଷ୍ଟମ ଦ୍ୱାରା ଡାଟା ସମ୍ବନ୍ଧୀୟ କାମକୁ ଇଣ୍ଟିଗ୍ରେଟ୍‌ କରିବାକୁ ହେବ।
– ପ୍ରୋସେସଡ ଡାଟାକୁ ବିଶ୍ଲେଷଣ କରିବାକୁ ହେବ।
– ଡାଟା ରିଟେନସନ୍‌ ନୀତି ସ୍ପଷ୍ଟ କରିବାକୁ ହେବ।
– ଡାଟା ପରଫରମାନ୍ସକୁ ଦେଖାଶୁଣା କରିବା ସହ ଆବଶ୍ୟକ ସୁଧାର କରିବାକୁ ହେବ।

କେମିତି କରିବେ ଆବେଦନ : ଜୁମ୍‌ କ୍ୟାରିଅରର ପେଜ କିମ୍ବା https://bit.ly/3dcF7Rl ଲିଙ୍କକୁ ଯାଇ ବିଗ୍‌ ଡାଟା ଇଂଜିନିୟରି ପାଇଁ ଆବେଦନ କରିପାରିବେ।

Swagatika

Recent Posts

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

12 seconds ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

7 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

10 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

10 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

11 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

11 hours ago