ରାଜ୍ୟ

ପ୍ୟାଡ ତିଆରି ଦେଉଛି ରୋଜଗାର, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୈଶାଖୀ

ଯାଜପୁର (କେନ୍ୟୁଜ) : ଆପଣମାନେ ଦେଖିଥିବେ ଅକ୍ଷୟ କୁମାରଙ୍କ ଅଭିନିତ ବଲିଉଡ୍‌ ଫିଲ୍ମ ପ୍ୟାଡ ମ୍ୟାନ୍‌ । ମହିଳାମାନେ ବ୍ୟବହାର କରୁଥିବା ସାନିଟାରି ପ୍ୟାଡକୁ ର୍ନିମାଣ କ୍ଷେତ୍ରରେ ବିପ୍ଳବ ଆଣିଥିବା ଅରୁଣାଚଳ ମୃଗାରଥନଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା ଏହି ଫିଲ୍ମ । ଠିକ ସେମିତି ଆମ ରାଜ୍ୟରେ ମଧ୍ୟ ଏଭଳି ଜଣେ ଯୁବତୀ ଅଛନ୍ତି ଯେଉଁମାନେ ସାନିଟାରୀ ପ୍ୟାଡ ପ୍ରସ୍ତୁତ କରି ଯୋଗାଇଦେବା ସହ ମହିଳା ଶସକ୍ତିକରଣ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ହଁ ଆମେ କହୁଛୁ ଯାଜପୁରର ପ୍ୟାଡ୍‌ ଗାର୍ଲ ତଥା ଉଚ୍ଚଶିକ୍ଷିତ ଯୁବତୀ ବୈଶାଖୀ ଜେନାଙ୍କ କାହାଣୀ ।

ବିଶ୍ୱାସ କରନ୍ତୁ ଏ ଖବରରୁ ଆପଣଙ୍କୁ ନିଶ୍ଚିତ ଭାବେ ମିଳିବ ପ୍ରେରଣା । ନାରୀ ଶସକ୍ତିକରଣ କ୍ଷେତ୍ରରେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବୈଶାଖୀ। ବୈଶାଖୀ ଜେନା । ବୟସ ମାତ୍ର ୨୭ବର୍ଷ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳରେ ଆଶାର କିରଣ ପାଲଟିଛନ୍ତି । ମହିଳାମାନେ ବ୍ୟବହାର କରୁଥିବା ସାନିଟାରି ନାପକିନ ବା ପ୍ୟାଡକୁ ପ୍ରସ୍ତୁତ କରୁଛନ୍ତି ବୈଶାଖୀ । ଯେମିତି ବଜାରରେ ମିଳୁଥିବା ପ୍ରସିଦ୍ଧ ବ୍ରାଣ୍ଡର ସାନିଟାରି ପ୍ଯାଡ୍‌ ଭଳି । ସବୁଠୁ ଖାସ୍‌ କଥା ହେଉଛି ବୈଶାଖୀ ଏହି ସାନିଟାରୀ ପ୍ୟାଡ୍‌ ବ୍ୟବସାୟ ଆରମ୍ଭ କରି ଅଂଚଳର ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଦେଇଛନ୍ତି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ରୁ ଉର୍ଦ୍ଧ୍ୱ ଯୁବତୀମାନେ ପ୍ୟାକିଂ ଠାରୁ ଆରମ୍ଭ କରି ଏହାକୁ ଯୋଗାଇଦେବାରେ ନିୟୋଜିତ ରହିଛନ୍ତି । କେବଳ ସେତିକି ନୁହେଁ ବୈଶାଖୀ ନିଜେ ଆତ୍ମର୍ନିଭରଶୀଳ ହେବା ସହ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଗ୍ରାମାଂଚଳର ଯୁବତୀ ଓ ମହିଳାମାନଙ୍କୁ ସାନିଟାରୀ ନାପକିନ ବ୍ୟବହାର ସଂପର୍କରେ ସଚେତନ ମଧ୍ୟ କରାଉଛନ୍ତି ।

ଉଚ୍ଚଶିଷିତା ଯୁବତୀ ବୈଶାଖୀ ଜେନା । ଚଣ୍ଡିଖୋଲ ଅଂଚଳର ଜଣାଶୁଣା କ୍ରିଡା ଶିକ୍ଷକ ବାସୁଦେବ ଜେନା ଓ ବିଜୟଲକ୍ଷ୍ମୀ ଜେନାଙ୍କ ଏକମାତ୍ର ଝିଅ । ଭେଲୋର ୟୁନିଭରସିଟିରୁ ବାୟୋଟେକରେ ଏମଏସସି କରି ବାଙ୍ଗାଲୋରରେ ଏକ କଂପାନୀରେ ଚାକିରୀ କରୁଥିଲେ । କରୋନା ସମୟରେ ଘରକୁ ଫେରିଥିଲେ । ଚାକିରୀ ନକରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଅଂଚଳ ପାଇଁ କିଛି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଉ ଆରମ୍ଭ କରିଥିଲେ ସାନିଟାରୀ ପ୍ୟାଡ ବ୍ୟବସାୟ । ଗ୍ରାମାଂଚଳରେ ରହୁଥିବା ମହିଳାମାନଙ୍କୁ କମ ଦରରେ ଏହି ସାନିଟାରୀ ପ୍ୟାଡ୍‌ ଯୋଗାଇ ଦିଆଯାଉଥିବା ବେଳେ ଏହାର ବ୍ୟବହାର ସଂପର୍କରେ ମହିଳାମାନେ ସଚେତନ ହେଉଛନ୍ତି । ବୈଶାଖୀଙ୍କ ଏଭଳି ପ୍ରୟାସକୁ ପରିବାର ଲୋକେ ପ୍ରଶଂସା କରିବା ସହ ଆଗକୁ ଯିବା ପାଇଁ ଅଧିକ ଉତ୍ସାହ ଯୋଗାଉଛନ୍ତି । ତେବେ ଗୋଟିଏ ପଟେ ନିଜେ ସ୍ୱାବଲମ୍ବି ହେବା ଓ ଅନ୍ୟକୁ ରୋଜଗାର ଦେବା ଅନ୍ୟପଟେ ସମାଜର ଏକ ସ୍ପର୍ଶକାତର କ୍ଷେତ୍ର ଉପରେ କାମ କରିବା ଯାହା ଉଚ୍ଚଶିକ୍ଷିତା ବୈଶାଖୀଙ୍କୁ କରିଛି ସମସ୍ତଙ୍କ ଠାରୁ ଅନନ୍ୟ।

Pritiparna

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

8 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

15 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

30 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

50 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

2 hours ago