ଆପଣଙ୍କ ପିଏଫ ଆକାଉଣ୍ଟରେ କେତେ ଅଛି ଟଙ୍କା, ଗୋଟିଏ ମିସ କଲରେ ଜାଣନ୍ତୁ

ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୌଣସି ନା କୌଣସି ସଂସ୍ଥାରେ ଚାକିରି କରିଥିବେ। ଏମିତିରେ ଅନେକଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଟଙ୍କା ମଧ୍ୟ ମିଳୁଥିବ। ସେହିଭଳି କିଛି ଲୋକ ନିଜର ସଂସ୍ଥା ମଧ୍ୟ ବଦଳାଇଥାନ୍ତି। କିନ୍ତୁ ପିଏଫ ଆକାଉଣ୍ଟ ଗୋଟିଏ ହିଁ ରହିଥାଏ। ଏମିତିରେ ଅନେକ ଥର ଆମକୁ ପିଏଫ ବାଲାନ୍ସର ଚିନ୍ତା ହୋଇଥାଏ ଯେ ଆମ ପିଏଫ ଆକାଉଣ୍ଟରେ କେତେ ଟଙ୍କା ରହିଛି। ଏମିତିରେ ପିଏଫ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଜାଣିବା ପାଇଁ ବହୁତ ଉପାୟ ରହିଛି ଯାହା ଇପିଏଫର ଅଫିସିଆଲ ୱେବସାଇଟରେ କୁହାଯାଇଛି କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ମିସଡକଲ ବାଲା ଉପାୟ।

ମିସ୍ଡ କଲ ପାଇଁ ଏହି ନମ୍ବରରେ କଲ୍ କରନ୍ତୁ

ଆପଣ କେବଳ ଏକ ମିସ୍ଡ କଲକ କରି ଆପଣ ପିଏଫ ବାଲାନ୍ସ ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ ନିଜର ପିଏଫ ଆକାଉଣ୍ଟରେ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ୦୧୧-୨୨୯୦୧୪୦୬ ରେ ମିସ୍ଡ କଲ କରିବାକୁ ହେବ। ଏହାପରେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ଯେଉଁଥିରେ ଆପଣଙ୍କ ଅକାଉଣ୍ଟରେ ଥିବା ଟଙ୍କା ବିଷୟରେ ସୂଚନା ମିଳିପାରିବ।

ଏସଏମଏସ ଜରିଆରେ ପିଏଫ ବାଲାନ୍ସ ଜାଣିବା ପାଇଁ ଏହି ନମ୍ବରରେ ମେସେଜ କରନ୍ତୁ

ଏହାଛଡା ଆପଣ ଏକ ମେସେଜ୍ କରି ମଧ୍ୟ ଆପଣ ପିଏଫ ବାଲାନ୍ସ ଜାଣିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କର ୟୁଏନ ନମ୍ବର ଆକ୍ଟିଭ ହେବା ଆବଶ୍ୟକ। ଯଦି ଆପଣ ଏସଏମଏସ ଜରିଆରେ ପିଏଫ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ EPFOHO UAN  ଟାଇପ କରି ରେ ପଠାଇ ଦିଅନ୍ତୁ। ଏହି ସେବାରେ ଆପଣ ହିନ୍ଦୀ,ଇଂରାଜୀ, ପଞ୍ଜାବୀ ସମେତ ୧୦ ଭାଷାରେ ଏହାର ଲାଭ ଉଠାଇ ପାରିବେ। ଉଦାହରଣ ସ୍ବରୂପ ଯଦି ଆପଣ ହିନ୍ଦୀରେ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ EPFOHO UAN HIN ଟାଇପ କରି ୭୭୩୮୨୯୯୮୯୯ ନମ୍ବରକୁ ମେସେଜ୍ କରନ୍ତୁ। ଅଲଗା ଅଲଗା ଭାଷା ପାଇଁ ଅଲଗା ଅଲଗା କୋଡ ରହିଛି।

Pritiparna

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

4 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

23 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

26 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

33 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

35 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago