Below header

ଆପଣଙ୍କ ପିଏଫ ଆକାଉଣ୍ଟରେ କେତେ ଅଛି ଟଙ୍କା, ଗୋଟିଏ ମିସ କଲରେ ଜାଣନ୍ତୁ

ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୌଣସି ନା କୌଣସି ସଂସ୍ଥାରେ ଚାକିରି କରିଥିବେ। ଏମିତିରେ ଅନେକଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଟଙ୍କା ମଧ୍ୟ ମିଳୁଥିବ। ସେହିଭଳି କିଛି ଲୋକ ନିଜର ସଂସ୍ଥା ମଧ୍ୟ ବଦଳାଇଥାନ୍ତି। କିନ୍ତୁ ପିଏଫ ଆକାଉଣ୍ଟ ଗୋଟିଏ ହିଁ ରହିଥାଏ। ଏମିତିରେ ଅନେକ ଥର ଆମକୁ ପିଏଫ ବାଲାନ୍ସର ଚିନ୍ତା ହୋଇଥାଏ ଯେ ଆମ ପିଏଫ ଆକାଉଣ୍ଟରେ କେତେ ଟଙ୍କା ରହିଛି। ଏମିତିରେ ପିଏଫ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଜାଣିବା ପାଇଁ ବହୁତ ଉପାୟ ରହିଛି ଯାହା ଇପିଏଫର ଅଫିସିଆଲ ୱେବସାଇଟରେ କୁହାଯାଇଛି କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ମିସଡକଲ ବାଲା ଉପାୟ।

ମିସ୍ଡ କଲ ପାଇଁ ଏହି ନମ୍ବରରେ କଲ୍ କରନ୍ତୁ

how-to-check-pf-balance_1552885734ଆପଣ କେବଳ ଏକ ମିସ୍ଡ କଲକ କରି ଆପଣ ପିଏଫ ବାଲାନ୍ସ ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ ନିଜର ପିଏଫ ଆକାଉଣ୍ଟରେ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ୦୧୧-୨୨୯୦୧୪୦୬ ରେ ମିସ୍ଡ କଲ କରିବାକୁ ହେବ। ଏହାପରେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ। ଯେଉଁଥିରେ ଆପଣଙ୍କ ଅକାଉଣ୍ଟରେ ଥିବା ଟଙ୍କା ବିଷୟରେ ସୂଚନା ମିଳିପାରିବ।

ଏସଏମଏସ ଜରିଆରେ ପିଏଫ ବାଲାନ୍ସ ଜାଣିବା ପାଇଁ ଏହି ନମ୍ବରରେ ମେସେଜ କରନ୍ତୁ

ଏହାଛଡା ଆପଣ ଏକ ମେସେଜ୍ କରି ମଧ୍ୟ ଆପଣ ପିଏଫ ବାଲାନ୍ସ ଜାଣିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କର ୟୁଏନ ନମ୍ବର ଆକ୍ଟିଭ ହେବା ଆବଶ୍ୟକ। ଯଦି ଆପଣ ଏସଏମଏସ ଜରିଆରେ ପିଏଫ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ EPFOHO UAN  ଟାଇପ କରି ରେ ପଠାଇ ଦିଅନ୍ତୁ। ଏହି ସେବାରେ ଆପଣ ହିନ୍ଦୀ,ଇଂରାଜୀ, ପଞ୍ଜାବୀ ସମେତ ୧୦ ଭାଷାରେ ଏହାର ଲାଭ ଉଠାଇ ପାରିବେ। ଉଦାହରଣ ସ୍ବରୂପ ଯଦି ଆପଣ ହିନ୍ଦୀରେ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ EPFOHO UAN HIN ଟାଇପ କରି ୭୭୩୮୨୯୯୮୯୯ ନମ୍ବରକୁ ମେସେଜ୍ କରନ୍ତୁ। ଅଲଗା ଅଲଗା ଭାଷା ପାଇଁ ଅଲଗା ଅଲଗା କୋଡ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.