ଲିକ୍ ହେଲା ଦବଙ୍ଗ ୩ ର ଡ୍ୟାନ୍ସ ସଙ୍ଗ୍, ୟୁଜର୍ସ କହିଲେ ବୁଢା ହୋଇଗଲେଣି ସଲମାନ୍

ଫିଲ୍ମ ଦବଙ୍ଗ ୩ ର ସୁଟିଂ ରେ ବ୍ୟସ୍ତ ଭାଇଜାନ୍ । ଫିଲ୍ମର ଟାଇଟେଲ୍ ଟ୍ରାକ୍ ମଧ୍ୟପ୍ରଦେଶର ମହେଶ୍ବରରେ ସୁଟିଂ ଚାଲିଛି । ଯାହାର କିଛି ସିନ୍ ଏବେ ଅନଲାଇନ୍ ଲିକ୍ ହୋଇଛି । ଏହି ଭିଡିଓରେ ଭାଇଜାନ୍ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି କ୍ଲିପଟି ନର୍ମଦା ଘାଟରେ ସୁଟିଂ ସମୟର । ହେଲେ ଏହି କ୍ଲିପ୍ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ଟ୍ରୋଲ୍ କରୁଛନ୍ତି ୟୁଜର ।
ଜଣେ ୟୁଜର୍ ଲେଖିଛନ୍ତି, କଣ କେହି ଦେଖିଲଣି ଯେ ସଲମାନ୍ ଏବେ ଆଉ ଡ୍ୟାନ୍ସ କରିପାରୁନାହାଁନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି ନିଜ ଓଜନ କମ୍ କରିବା ଉଚିତ୍ ସଲମାନ୍, ଏବେ ସେ ବୁଢା ଦେଖାଗଲେଣି । ଏଭଳି ଅନେକ କମେଂଟ୍ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ।
ନିକଟରେ ଦବଙ୍ଗ୍ ୩ ସେଟରୁ ସଲମାନଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଚୁଲବୁଲ୍ ପାଣ୍ଡେର ସିଗ୍ନେଚର ପୋଜରେ ନଜର ଆସିଥିଲେ ଭାଇଜାନ୍ ।
ଏବେ ଦବଙ୍ଗ ୩ ର ଟାଇଟେଲ୍ ଟ୍ରାକକୁ ସୁପରହିଟ୍ କରିବା ପାଇଁ ଲାଗିପଡିଛନ୍ତି ଭାଇଜାନ୍ । ଶୁଣିବାକୁ ମିଳିଛି ଏହି ଗୀତକୁ ମଧ୍ୟପ୍ରଦେଶର ମହେଶ୍ବରରେ ସୁଟିଂ କରାଯିବ । ଯେଉଁଥିରେ ଡ୍ୟାନ୍ସ କରିବେ ପ୍ରାୟ ୫୦୦ ଡ୍ୟାନ୍ସର୍ । ଏହାର ଅର୍ଥ ଗୀତକୁ ଜବରଦସ୍ତ ହିଟ୍ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛି ଟିମ୍ । ଏହି ଗୀତରେ ସଲମାନଙ୍କ ସହ ନଜର ଆସିବେ ଭାଇ ଅରବାଜ୍ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ପ୍ରଭୂ ଦେବା । ଏଥର ମଧ୍ୟ ଫିଲ୍ମରେ ସଲମାନଙ୍କ ନାୟିକା ସାଜିଛନ୍ତି ସୋନାକ୍ଷୀ ସିହ୍ନା । ତେବେ ସୂଚନା ମୂତାବକ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଦବଙ୍ଗ ୩ ।