Below header

ଚା ଦୋକାନରେ ଇଲେକ୍ସନ ଡ୍ୟୁଟି ପତ୍ର ! ଜାଣନ୍ତୁ କେଉଁଠି ?

ଅଯୋଧ୍ୟା ଶିକ୍ଷା ବିଭାଗର କର୍ମଚାରୀମାନେ ଏକ ଚା ଦୋକନାରେ ନିର୍ବାଚନ ଡ୍ୟୁଟି ପତ୍ର ବାଣ୍ଟି ହଟହଟା ହୋଇଛନ୍ତି । ଏଠାକାର ମାସେଧା ବ୍ଳକରେ ଏବିଏସ ଆଦେଶ କ୍ରମେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଡ୍ୟୁଟି ପତ୍ର ବଣ୍ଟା ହେବାର ଥିଲା । କିନ୍ତୁ ଅଫିସ ପରିବର୍ତ୍ତେ କର୍ମଚାରୀ ଏକ ଚା ଦେକାନରେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପତ୍ର ପ୍ରଦାନ କରୁଥିଲେ । ଏହି ସମୟରେ ବିଭାଗର ଅଧିକାରୀ ଅମିତା ସିଂହ ହଠାତ ସେହି ଜାଗାରେ ପହଞ୍ଚି ଯିବାରୁ କର୍ମଚାରୀମାନେ ହଡ଼ବଡ଼େଇ ଯାଇଥିଲେ। ଡ୍ୟୁଟି ପତ୍ର ଅଫିସରେ ବାଣ୍ଟିବା ପରିବର୍ତ୍ତେ କିପରି ଚା ଦୋକନରେ ବଣ୍ଟା ଗଲା ତାକୁ ନେଇ ଏବେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ବିଭଗର ବରିଷ୍ଠ ଅଧିକାରୀମାନେ ଏଥିପାଇଁ ତାଗିଦ ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.