ଆସିଲା ଓପୋର ନୂଆ ଫୋନ୍, ୪୨୩୦ଏମଏଏଚ୍ ବ୍ୟାଟେରୀ ସହ ରହିଛି ଅନେକ ଖାସ ଫିଚର

ନୂଆଦିଲ୍ଲୀ : ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଓପୋ ଚାଇନାରେ ନିଜର ଏକ ନୂଆ ହ୍ୟାଣ୍ଡସେଟ Oppo A7n ଲଞ୍ଚ କରିଛି। Oppo A7nର ସମସ୍ତ ସ୍ପେସିଫିକେସନ୍ AX5s ଭଳି ରହିଛି। ଏହାର ମୂଲ୍ୟ ଚାଇନାରେ ୧,୪୯୯ୟୁଆନ ରହିଥିବା ବେଳେ ତାହା ଭାରତୀୟ ମୁଦ୍ରାରେ ୧୫,୫୦୦ଟଙ୍କା ରହିବ। ଏହାକୁ ଲେକ୍ ଲାଇଟ ଗ୍ରୀନ କଲର ବ୍ୟାରିଏଣ୍ଟରେ ଉପଲବ୍ଧ କରାଯାଇଛି। ତେବେ ଏହି ମୋବାଇଲର ଭାରତରେ ଲଞ୍ଚ ନେଇ କୌଣସି ସୂଚନା ମିଳିନାହିଁ।
ଫିଚର :
ଏହି ଫୋନରେ ଗେମ ଖେଳିବା ଅନୁଭବକୁ ଖାସ କରିବା ପାଇଁ ଭଲ ଫିଚର ଦିଆଯାଇଛି। ଏଥିସହ ଏଥିରେ ଏଆଇ ଆଧାରିତ ବ୍ୟୁଟିଫିକେସନ୍ ଫିଚର ମଧ୍ୟ ଦିଆଯାଇଛି। Oppo A7nଟି ଏଣ୍ଡ୍ରୋଏଡ ୮.୧ ଓରିଓରେ କାମ କରିଥାଏ। ଏହାଛଡ଼ା ଏଥିରେ ୬.୨ଇଞ୍ଚର ଏଚଡି ପ୍ଳସ ଡିସପ୍ଳେ ରହିଛି ଯେଉଁଥିରେ ୭୨୦ ଢ ୧୫୨୦ ପିକ୍ସଲର ରେଜୋଲ୍ୟୁସନ୍ କ୍ଷମତା ରହିଛି। ଏହାଛଡ଼ା ଏହାକୁ ୪/୬୪ ଜିବି ଷ୍ଟୋରେଜ୍ ସହ ଉପଲବ୍ଧ କରାଯାଇଛି।
ଫଟୋଗ୍ରାଫି ପାଇଁ ଫୋନରେ ଡୁଆଲ ରିୟର ୧୩/୨ ମେଗାପିକ୍ସଲ ସେଟଅପ୍ ରହିଛି। ସେହିପରି ସେଲ୍ଫି ପାଇଁ ୧୬ ମେଗାପିକ୍ସଲ ଫ୍ରଣ୍ଟ କ୍ୟମେରା ରହିଛି। ଏହାଛଡ଼ା ଫୋନକୁ ପାୱାର ଯୋଗାଇବା ପାଇଁ ୪୨୩୦ ଏମଏଏଚ୍ ବ୍ୟାଟେରୀ ରହିଛି।