ଇଜ୍ଜତର ମୂଲ୍ୟ ୨୦୦ ଟଙ୍କିଆ କୁପନ୍ ! ଡେଲିଭରୀ ବୟ ଅସଦାଚରଣ କରିବା ପରେ ଯୁବତୀଙ୍କୁ ଏପରି ଅଫର୍ ଦେଲା Swiggy

ଯୁବତୀଙ୍କ ସହ ଅସଦାଚରଣ ଏବଂ ଯୌନ ନିର୍ଯାତନା ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ଉଚିତ୍ କାର୍ଯ୍ୟାନୁଷ୍ଠାନର ଅଭାବରୁ ଏଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ଏକ ଘଟଣା ବେଙ୍ଗାଲୁରୁରୁ ଆସିଛି ।

ଜଣେ ଯୁବତୀ ଫୁଡ୍ ଡେଲିଭରୀ ଆପ୍ ସ୍ବିଗିରୁ ଖାଦ୍ୟ ଅର୍ଡର୍ କରିଥିଲେ । ଯେତେବେଳେ ଡେଲିଭରୀ ବୟ ଖାଇବା ନେଇ ଗଲା ସେତେବେଳେ ଯୁବତୀ ଜଣକ ଘରେ ଏକା ଥିଲେ । ଆଉ ଯୁବତୀଙ୍କୁ ଏକା ଥିବାର ଦେଖି ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ ଡେଲିଭରୀ ବୟ ଜଣକ । ତେବେ ଲଜ୍ଜାର ସୀମା ସେତେବେଳେ ପାର କରିଗଲା ଯେତେବେଳେ ଯୁବତୀଙ୍କ ଅଭିଯୋଗ ପରେ ୨୦୦ ଟଙ୍କାର ଏକ କୁପନ୍ ଦେଇ ସରି କହିଥିଲା ସ୍ବିଗି । ଘଟଣାକୁ ବିଷୟରେ ଫେସବୁକରେ ପୋଷ୍ଟ କରି ସେୟାର୍ କରିଛନ୍ତି ଯୁବତୀ ଜଣକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.