Below header

ନିର୍ବାଚନ ଲଢ଼ିବେ ନାହିଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀବଲ୍ଲଭ ?

ଭୁବନେଶ୍ବର(କେନ୍ୟୁଜ୍) :ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଦ୍ୱନ୍ଦ୍ୱ। ଗତକାଲି ବେଗୁନିଆ ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପୃଥ୍ଵୀବଲ୍ଲଭଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପୃଥ୍ଵୀବଲ୍ଲଭ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତେବେ ଏ ସମ୍ପର୍କରେ ପୃଥ୍ଵୀବଲ୍ଲଭଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଇଚ୍ଛା ନଥିଲା ଯଦି ପ୍ରାର୍ଥୀ ହେଲେ କିପରି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.