LICର ବିଭିନ୍ନ ପଦବୀରେ ନିଯୁକ୍ତି ଜାରି, ଜାଣନ୍ତୁ କେତେ ରହିଛି ଦରମା

ନୂଆଦିଲ୍ଲୀ: ଜୀବନ ବୀମା ନିଗମ (LIC) ପକ୍ଷରୁ ସହାୟକ ପ୍ରବନ୍ଧକର ୩୫ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ୟପ୍ତି ଜାରି କରାଯାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଇଛା ପ୍ରକାଶ କରୁଥିବା ଆଶାୟୀପ୍ରାର୍ଥୀମାନେ ୱେବସାଇଡ www.lichousing.com ଜରିଆରେ ନିଜର ଆବେଦନ ପତ୍ର ଜମା କରିପାରିବେ। ଏହି ସମସ୍ତ ପୋଷ୍ଟ ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଢ, ପଶ୍ଚିମବଙ୍ଗ ଭଳି ବିଭିନ୍ନ କ୍ଷେତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସହାୟକ ପ୍ରବନ୍ଧକ ପଦବୀ ପାଇଁ ନ୍ୟୁନତମ ବୟସ ସୀମା ୨୩ ବର୍ଷ ଏବଂ ଅଧିକତମ ବୟସ ସୀମା ୩୦ ବର୍ଷ ସ୍ଥିର କରାଯାଇଛି। ଅନଲାଇନ ରେଜିଷ୍ଯେସନର ଶେଷ ତାରିଖ ୧୬ ଡିସେମ୍ବର ୨୦୧୯ ସ୍ଥିର କରାଯାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଗତ ୨ ଡିସେମ୍ବରରୁ ଆବେଦନ ପତ୍ର ଜମା କରିବା ଆରମ୍ଭ ହୋଇସାରିଛି। ରିପୋର୍ଟ ଅନୁଯାୟୀ LICHFL ସହାୟକ ପ୍ରବନ୍ଧକ ପୋଷ୍ଟ ପାଇଁ ଆବେଦନ ଶୁଳ୍କ ୫୦୦ଟଙ୍କା । ଏଥିସହ ଫର୍ମ ଭରିବା ପାଇଁ ଆଶାୟୀପାର୍ଥୀମାନଙ୍କୁ ୧୮% ଅତିରିକ୍ତ GST ଦେବାକୁ ପଡିବ। ଏହି ପେମେଣ୍ଟ ଆପଣ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ଓ୍ଵାଲେଟ ମାଧ୍ୟମରେ ପୂରଣ କରିପାରିବେ।

ଆବେଦନ କରିବା ପାଇଁ ଆଶାୟୀପାର୍ଥୀମାନଙ୍କ ପାଖରେ ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଡିଗ୍ରୀ ଲ ସଂସ୍ଥାରୁ ୫୫% ମାର୍କ ସହ ବ୍ୟାଚଲର ଡିଗ୍ରୀ ଇନ ଲ ହୋଇଥିବା ଆବଶ୍ୟକ। ଆବେଦନ କରିଥିବା ପାର୍ଥୀମାନଙ୍କୁ ଅନଲାଇନ୍‌ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ସହାୟକ ପ୍ରବନ୍ଧକ (କାନୁନୀ) ର ଏହି ୩୫ଟି ପଦବୀର ଦରମା ୩୨, ୮୧୫ ରୁ ୬୧, ୬୭୦ ଟଙ୍କା ମଧ୍ୟରେ ହେବ।

KNews Bureau

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

42 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago